ଆଠଗଡ଼ର ଘଞ୍ଚ ଜଙ୍ଗଲ ମଧ୍ୟରେ ଅଛନ୍ତି ବାବା ସ୍ୱପ୍ନେଶ୍ୱର, ମନବାଞ୍ଛା ପୂରଣ ପାଇଁ ଏଠାକୁ ପ୍ରତିଦିନ ଆସନ୍ତି ଅନେକ ଭକ୍ତ

ଆଠଗଡ଼ରେ ରହିଛି ବାବା ସ୍ୱପ୍ନେଶ୍ୱରଙ୍କ ମନ୍ଦିର। ପାତାଳ ଫୁଟା ଏହି ଶୈବ ପୀଠଟି ପୂର୍ବାଭି ମୁଖୀ ହୋଇ ରହିଛି। ଅନେକ ଏହାକୁ ଅଷ୍ଟଶମ୍ଭୁ ଙ୍କ ମଧ୍ୟରେ ବଡ଼ ଭାଇଙ୍କ ଆଖ୍ୟା ଦେଇଛନ୍ତି। ପ୍ରଭୁ ଧବଳେଶ୍ୱରଙ୍କ ନିକଟରେ ଏହି ମନ୍ଦିରଟି ଅଛି। ବାବାଙ୍କୁ ନେଇ ଲୋକଙ୍କର ରହିଛି ପ୍ରଗାଢ଼ ବିଶ୍ୱାସ। ଆସନ୍ତୁ ଜାଣିବା ଏହି ମନ୍ଦିରର ସମ୍ପର୍କରେ..

କିମ୍ବଦନ୍ତୀକୁ ଧ୍ୟାନ ଦେଲେ ଏହି ମନ୍ଦିର ବହୁପୁରାତନ। ପୂର୍ବେ କଳାପାହାଡ଼ ଯେଉଁ ସବୁ ଶୈବ ପୀଠକୁ ଆକ୍ରମଣ କରିଥିଲା ସେଥିମଧ୍ୟରେ ଏହି ମନ୍ଦିର ମଧ୍ୟ ସାମିଲ ରହିଛି। ଆଠଗଡ଼ ରାଜାଙ୍କ ରାଜୁତି ସମୟରେ ନଦୀ ପାଖରେ ଅଷ୍ଟଶମ୍ଭୁ ପ୍ରତିଷ୍ଠା ପାଇଥିଲେ। ସେମାନଙ୍କ ମଧ୍ୟରୁ ସ୍ୱପ୍ନେଶ୍ୱର ମହାପ୍ରଭୁ ହେଉଛନ୍ତି ସବୁ ଭାଇଙ୍କ ମଧ୍ୟରେ ବଡ଼। ବଡ଼ ଭାଇ ପ୍ରଭୁ ସ୍ୱପ୍ନେଶ୍ୱରଙ୍କ କୃପା ପାଇବାକୁ ଏଠାକୁ ଅନେକ ଭକ୍ତ ଧାଇଁ ଆସନ୍ତି।

ବାବାଙ୍କୁ ନେଇ ଅନେକ ବିଶ୍ୱାସ ରହିଛି। ସାପ କାମଡ଼ିଲେ ଏଠାକୁ ଆସି ମାନସିକ କଲେ ବ୍ୟକ୍ତି ମୃତ୍ୟୁ ମୁଖରୁ ବଞ୍ଚିଯାଏ। ଏମିତିକି ଯେଉଁମାନଙ୍କର ସନ୍ତାନ ସନ୍ତତି ନାହାଁନ୍ତି ସେମାନେ ଏଠାକୁ ଆସି ମାନସିକ ରଖିଲେ ଆଶିର୍ବାଦ ସ୍ୱରୂପ ମାଆ ହେବାର ସୌଭାଗ୍ୟ ପାଇଥାନ୍ତି ।

ଏହି ମନ୍ଦିର ଟି ର ଚାରିପାଖେ ଘଞ୍ଚ ଜଙ୍ଗଲ ଥିଲା। ପରେ ଗ୍ରାମବାସୀଙ୍କ ଚେଷ୍ଟା ରେ ଏହାକୁ ଉନ୍ନତି କରାଯାଇଛି। ଏବେ ମନ୍ଦିର ପରିସରରେ ମହାଦେବଙ୍କର ଏକ ବିରାଟ ମୂୂର୍ତ୍ତି ମଧ୍ୟ ରହିଛି। ଘଞ୍ଚ ଜଙ୍ଗଲ ତଥା ପାହାଡ଼ ମନ୍ଦିରର ଶୋଭାକୁ ଆହୁରି ବଢ଼ାଇ ଦେଇଛି। ବାବା ଆଠଗଡ଼ର ଜେନାପୁର ଓ ଗୋପାଳ ପ୍ରସାଦ ଗ୍ରାମ ପଞ୍ଚାୟତର ହେଉଛନ୍ତି ଇଷ୍ଟ ଦେବ। କିଛି ଅସୁ ବିଧା ହେଲେ ବାବାଙ୍କ ନିକଟକୁ ଆସିଲେ ଭକ୍ତଙ୍କର ସବୁ ସମସ୍ୟାର ସମାଧାନ ହୋଇଯାଏ। ଏଠାରେ ୧୨ ମାସକୁ ୧୩ ପର୍ବ ପାଳନ କରାଯାଏ। ଏଠାରେ ବୈଶାଖ ପୂର୍ଣ୍ଣିମାରେ ପ୍ରଭୁଙ୍କର ମହାଯଜ୍ଞ କରାଯାଏ। ସେହିପରି ଜାଗର ଯାତ୍ରାକୁ ବଡ଼ ଆଡ଼ମ୍ବର ସହକାରେ ପାଳନ କରାଯାଏ। ଏହାକୁ ଦେଖିବା ପାଇଁ ବହୁ ଦୂରରୁ ଅନେକ ଭକ୍ତ ଆ ସିଥାନ୍ତି।

ଚଳିତ ଥର ମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଲୋକଙ୍କ ଭିଡ଼ ଜମିଥିବାର ଦେଖିବାକୁ ମିଳିଛି । ଏନେଇ ହଜାର ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.