ପିଙ୍କ୍ କଲରର ଦିୱାନୀ ଏହି ଯୁବତୀ, ଦୀର୍ଘ ୨୦ ବର୍ଷ ହେବ ସମାନ ରଙ୍ଗର ପିନ୍ଧି ଆସୁଛନ୍ତି ଡ୍ରେସ

ଭିନ୍ନ ଭିନ୍ନ ମଣିଷଙ୍କର ଭିନ୍ନ ଭିନ୍ନ ସଉକ ରହିଥାଏ । କାହାର ନୂଆ ନୂଆ ଖାଦ୍ୟ ଖାଇବାରେ ସଉକ ଥାଏ ତ କିଏ କିଏ ନୂଆ ନୂଆ ଗାଡି କିଣିବାରେ ରୁଚି ରଖନ୍ତି । ଠିକ ସେମିତି କିଏ ପାହାଡ ଚଢିବା, ବିଭିନ୍ନ ସ୍ଥାନ ବୁଲିବା, ଭିନ୍ନ ଭିନ୍ନ ବହି ସଂଗ୍ରହ କରି ପଢିବାକୁ ମଧ୍ୟ ପସନ୍ଦ କରନ୍ତି । କିନ୍ତୁ ସ୍ୱିଜରଲ୍ୟାଣ୍ଡର ଜଣେ ଯୁବତୀଙ୍କ ଅଜବ ସଉକ ବାବଦରେ ଶୁଣିଲେ ଆପଣ ଦଣ୍ଡେ ନହସି ରହି ପାରିବେ ନାହିଁ । ଜଷ୍ମିନ ନାମ୍ନୀ ଏହି ଯୁବତୀ ଜଣଙ୍କର ପିଙ୍କ ବା ଗୋଲାପୀ ରଙ୍ଗ ଏତେ ପସନ୍ଦ ଯେ, ସବୁ ସମୟରେ ଏହି ନିର୍ଦ୍ଧିଷ୍ଟ ରଙ୍ଗର ଡ୍ରେସ ହିଁ ସେ ପିନ୍ଧିଥାନ୍ତି । ଦୀର୍ଘ ୨୦ ବର୍ଷ ହେବ କେବଳ ପିଙ୍କ ରଙ୍ଗର ଡ୍ରେସ ହିଁ ପିନ୍ଧି ଆସୁଛନ୍ତି ଜସ୍ମିନ । ଖାଲି ସେତିକି ନୁହେଁ ନିଜର ସମସ୍ତ ବ୍ୟକ୍ତିଗତ ଜିନିଷ ପତ୍ର ବି ଗୋଲାପୀ ରଙ୍ଗର ହିଁ କିଣନ୍ତି ଏହି ଯୁବତୀ । ଜସ୍ମିନଙ୍କ ଘର, କପଡ଼ା, ଜୋତା, ପେନ ଆଦି ସବୁ ଗୋଲାପୀ ରଙ୍ଗର । ଏନେଇ ସୋସିଆଲ ମିଡ଼ିଆ ମାନଙ୍କରେ ବି ତାଙ୍କର ଏହି ଅଜବ ସଉକ ବାବଦରେ ଖୁବ ଭାଇରାଲ ହେବାରେ ଲାଗିଛି ।ପ୍ରକୃତରେ ଛୋଟ ବେଳରୁ ହିଁ ଜସ୍ମିନଙ୍କର ଗୋଲାପୀ ରଙ୍ଗ ପ୍ରତି ଏକ ବିଶେଷ ଦୁର୍ବଳତା ରହିଥିଲା ।
କିନ୍ତୁ କିଶୋରାଵସ୍ଥା ସମୟରେ ତାଙ୍କ ମା’ କିଛି ଗୋଲାପୀ ରଙ୍ଗର ଡ୍ରେସ ଉପହାରରେ ଦେବା ପରେ ଏହି ରଙ୍ଗ ପ୍ରତି ତାଙ୍କ ଦୁର୍ବଳତା ଆହୁରି ବଢି ଯାଇଥିଲା । ତାଙ୍କୁ ୧୬ ବର୍ଷ ହୋଇଥିବା ବେଳେ ହିଁ ଗୋଲାପୀ ରଙ୍ଗର ଜିନିଷ କଲେକ୍ସନ କରିବା ଆରମ୍ଭ କରିଥିଲେ । ତାଙ୍କର ଏହି ଅଜବ ସଉକରେ ତାଙ୍କ ସ୍ୱାମୀ ବି ସହମତି ରଖିଥିଲେ । ପରେ ବିବାହ ପରେ ନିଜ ଛୋଟ ଘରକୁ ସ୍ୱର୍ଗ ପରି ଗଢି ତୋଳିବା ପାଇଁ ସେ ବିଭିନ୍ନ ଗୋଲାପୀ ରଙ୍ଗର ଜିନିଷ ସଂଗ୍ରହ କରି ସଜେଇବା ଆରମ୍ଭ କରିଥିଲେ । ୨୦୧୯ରେ ଜସ୍ମିନ ଓ ତାଙ୍କ ସ୍ୱାମୀ ନିଜ ପାଇଁ ଏକ ଫ୍ଲାଟ କିଣିଥିବା ବେଳେ ଏହାର କାନ୍ଥ ଠାରୁ ଆରମ୍ଭ କରି ଫନିର୍ଚର ପର୍ଯ୍ୟନ୍ତ ସବୁକୁ ଗୋଲାପୀ ରଙ୍ଗରେ ହିଁ ସଜେଇଛନ୍ତି ।