ଏଠି ରହିଲେ ସରକାର ଆପଣଙ୍କୁ ଦେବେ ୫୦ ଲକ୍ଷ ଟଙ୍କା, ଜାଣନ୍ତୁ ଦୁନିଆରେ ଥିବା ଏକ ଗାଁ ସମ୍ପର୍କରେ..

ଆମେ ଯେଉଁ ସ୍ଥାନ ସମ୍ପର୍କରେ କହୁଛୁ ତାହା ରହିଛି ୟୁରୋପ ମହାଦେଶରେ। ଏଠାରେ ଗାଁରେ ରହିବା ପାଇଁ ମିଳୁଛି ପାଖାପାଖି ୫୦ ଲକ୍ଷ ଟଙ୍କା। ଏବେ ଏହି ଖବର ସବୁଠୁ ଚର୍ଚ୍ଚିତ ହୋଇଛି। ସୋସିଆଲ ମିଡ଼ିଆରେ ଏହାକୁ ନେଇ ଖବର ଭାଇରାଲ ହେବାରେ ଲାଗିଛି।

ପାହାଡ଼ ମଝିରେ ରହିଛି ଏକ ସୁନ୍ଦର ଗାଁ। ଯେଉଁଠି ରହିବା ପାଇଁ ମିଳୁଛି ସରକାରଙ୍କ ଠୁ ଟଙ୍କା। ଏହାପରେ ବି ଏଠାରୁ ଲୋକମାନେ କାହିଁକି ପଳାଇ ଯାଉଛନ୍ତି ? ଏହାକୁ ନେଇ ଏବେ ଚିନ୍ତା। ପୂର୍ବରୁ ଏଠାରେ ଅନେକ ଲୋକ ବାସ କରୁଥିଲେ। କିନ୍ତୁ ଗତ ୭-୮ ବର୍ଷ ରେ ଏଠାରୁ ଲୋକମାନେ ଘର ଛାଡ଼ି ପଳାଉଛନ୍ତି। ଏବେ ଏଠାରେ ଯେତିକି ଲୋକ ରହୁଛନ୍ତି ଯାହାଙ୍କୁ ସହଜରେ ଗଣାଯାଇପାରିବ।

ସାଧାରଣ ଭାବେ ସହର ତଥା ଗହଳି ଭିତରୁ ବାହାରି ନିଜକୁ ରିଲାକ୍ସ କରିବା ପାଇଁ ଲୋକମାନେ ଗାଁ କୁ ଯାଇଥାନ୍ତି। କାରଣ ଗାଁର ପରିବେଶ ଶାନ୍ତ ଥାଏ। ଏଥିପାଇଁ ଲୋକମାନେ ଛୁଟି ନେଇଥାନ୍ତି। ତେବେ ଆପଣ କେବେ ଗାଁରେ ରହିବା ପାଇଁ ଟଙ୍କା ପାଇଛନ୍ତି। କେବେ ବି ନୁହେଁ। କିନ୍ତୁ ଦୁନିଆରେ ଏମିତି ଏକ ଦେଶ ଅଛି , ଯାହାର ଏକ ଗାଁରେ ରହିବା ପାଇଁ ଲୋକମାନଙ୍କୁ ଟଙ୍କା ମିଳେ।

ଆମେ ଯେଉଁ ସ୍ଥାନ ସମ୍ପର୍କରେ କହୁଛୁ ତାହା ରହିଛି ୟୁରୋପ ମହାଦେଶରେ। ଏଠାରେ ଗାଁରେ ରହିବା ପାଇଁ ମିଳୁଛି ପାଖାପାଖି ୫୦ ଲକ୍ଷ ଟଙ୍କା। ଏବେ ଏହି ଖବର ସବୁଠୁ ଚର୍ଚ୍ଚିତ ହୋଇଛି। ସୋସିଆଲ ମିଡ଼ିଆରେ ଏହାକୁ ନେଇ ଖବର ଭାଇରାଲ ହେବାରେ ଲାଗିଛି।

ପାହାଡ଼ର ୪୨୬୫ ଫୁଟ ଉଚ୍ଚରେ ରହିଛି ଏହି ସୁନ୍ଦର ଗାଁ। ତେବେ ଏହି ଗାଁଟି ସ୍ୱିଜରଲାଣ୍ଡରେ ରହିଛି। ଏ ଠାରେ ଏହି ଖାସ ଅଫର ଚାଲିଛି। ଗାଁ ଟିର ନାମ Albinen। ଏାଂରେ ରହୁଥିବା ଲୋକଙ୍କୁ ସରକାର ୪୯ ଳକ୍ଷ ୨୬ ହଜାର ଟଙ୍କା ଦେଉଛନ୍ତି। ଏହି ଖାସ୍‌ ଗାଁ ଟି ସ୍ୱିସ ପ୍ରାନ୍ତର Valais ରେ ୪୨୬୫ ଫୁଟ ଉଚ୍ଚରେ ଅଛି। ଏହାର ପାଖରେ ଫ୍ରାନ୍ସ ଓ ଇଟାଲୀର ସୀମା ଯାଇଛି।

ପୂର୍ବରୁ ଏହି ଗାଁରେ ଅନେକ ଲୋକ ବାସ କରୁଥିଲେ। କିନ୍ତୁ ଗତ କିଛି ବର୍ଷ ହେଲା ଲୋକମାନେ ଏହି ସ୍ଥାନ ଛାଡ଼ି ଚାଲିଯାଉଛନ୍ତି। ତେବେ ଏହା କାରଣରୁ ସରକାର ଏହି ଗାଁର ଜନସଂଖ୍ୟାକୁ ବଢ଼ାଇବା ପାଇଁ ଏହି ଖାସ ଅଫର ଘୋଷଣା କରିଛନ୍ତି। ୨୦୧୮ ମସିହାରୁ ସରକାର ଏହି ଅଫରକୁ କାର୍ଯ୍ୟକାରୀ କରାଇଛନ୍ତି। ନିୟମ ଅନୁଯାୟୀ ଯଦି ପରିବାରର ୪ଜଣ ଅଛନ୍ତି ତେବେ ପ୍ରତି ବୟସ୍କ ଙ୍କୁ ପାଖାପାଖି ୨୨ ଲକ୍ଷ ଟଙ୍କା ଦିଆଯିବ। ଆଉ ପିଲାଙ୍କୁ ୮ ଲକ୍ଷ ଟଙ୍କା ଦିଆଯିବ।

ତେବେ ଏହି ଅଫର ସହିତ ସରକାର କିଛି ସର୍ତ୍ତକୁ ଲାଗୁ କରିଛନ୍ତି। ଏହି ଅଫରର ଫାଇଦା ୪୫ ବର୍ଷ ରୁ କମ ବୟସର ଲୋକ ହିଁ ପାଇପାରିବେ। ଏଥିପାଇଁ ଆବେଦକଙ୍କୁ ସ୍ୱିଜରଲାଣ୍ଡ ର ନାଗରିକ ହେବା ଆବଶ୍ୟକ। ପରାମିଟ ସି ଥିଲେ ତାହା ମଧ୍ୟ କାମ ଦେବ। ଯଦି ଆପଣ ଏହି ଅଫରକୁ ମାନି ଗାଁରେ ରହୁଛନ୍ତି ତେବେ ୧୦ ବର୍ଷ ପରେ ଆପଣଙ୍କ ଘର ର ଭାଲ୍ୟୁ ବା ଦର ବଢ଼ିଯିବ। କିନ୍ତୁ ୧୦ ବର୍ଷ ପୂର୍ବରୁ ଗାଁ ଛାଡ଼ିଲେ ଏହି ଟଙ୍କା ଫେରାଇବାକୁ ପଡ଼ିବ।