Categories: ସ୍ପେଶାଲ

ପୁଣି ଥରେ ଫେରିଲା ବାର୍ଡ ଫ୍ଲୁ, ଜାଣନ୍ତୁ କେମିତି ନିଜକୁ ଦୂରେଇ ରଖିବେ ଏହି ମାରାତ୍ମକ ରୋଗଠୁ

ପୁଣି ଥରେ ଫେରିଛି ବାର୍ଡ ଫ୍ଲୁ। ପକ୍ଷୀମାନଙ୍କ ଦେହରୁ ବ୍ୟାପୁଥିବା ଏହି ରୋଗ କ୍ରମେ ମଣିଷ ଶରୀରକୁ ପ୍ରବେଶ କରିବାକୁ ଲାଗିଲାଣି। ଫଳରେ ବାର୍ଡ ଫ୍ଲୁ ଧୀରେ ଧୀରେ ମଣିଷ ସମାଜକୁ ବ୍ୟାପିବା ଆରମ୍ଭ ହେଲାଣି। ଓଡ଼ିଶାରେ ମଧ୍ୟ କୁକୁଡାଙ୍କୁ ବାର୍ଡ ଫ୍ଲୁ ହୋଇଥିବା ଜଣାପଡ଼ିବା ପରେ ଆଜିଠୁ ଆରମ୍ଭ ହୋଇଛି କୁକୁଡ଼ାମରା ଅଭିଯାନ। ସରକାରଙ୍କ ତରଫରୁ ବିଭିନ୍ନ ସଚେତନତା ବାର୍ତ୍ତା ଦିଆଯାଉଥିଲେ ମଧ୍ୟ ବେଳେ ବେଳେ ଟିକେ ଟିକେ ଅସାବଧାନତା ଯୋଗୁ ଏହି ରୋଗ ମଣିଷଙ୍କୁ ହେବା ଆଶଙ୍କା ରହିଛି। ରୋଗ ବିଷୟରେ ଅଧିକ ସଚେତନ ନଥିବାରୁ ପ୍ରାରମ୍ଭିକ ଅବସ୍ଥାରୁ ଲୋକମାନେ ବାର୍ଡ ଫ୍ଲୁ ବିଷୟରେ ଜାଣିପାରୁନାହାନ୍ତି। ଆସନ୍ତୁ ଜାଣିବା ବାର୍ଡ ଫ୍ଲୁ ବିଷୟରେ କେତେକ ଅଜଣା କଥା।

ବାର୍ଡ ଫ୍ଲୁ ସାଧାରଣତଃ ଚାରି ପ୍ରକାରର H5N1, H7N9, H5N6, H5N8। କିନ୍ତୁ ସବୁ ପ୍ରକାରର ଫ୍ଲୁ ମଣିଷଙ୍କୁ ବ୍ୟାପେ ନାହିଁ। H5N1, H7N9, H5N6  ସହଜରେ ଲୋକଙ୍କ ଠାରୁ ଲୋକଙ୍କୁ ବ୍ୟାପେ ନାହିଁ। ତଥାପି ବର୍ତ୍ତମାନ ଏଥିରେ ମୃତ୍ୟୁହାର କ୍ରମେ ବଢ଼ୁଛି। କିନ୍ତୁ H5N8 ରେ ଏବେ ପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କୁ ହୋଇନଥିବା ଜଣାଯାଇଛି।

କେମିତି ବ୍ୟାପେ:

  • ସଂକ୍ରମିତ ପକ୍ଷୀଙ୍କୁ ଛୁଇଁଲେ
  • ସଂକ୍ରମିତ ପକ୍ଷୀଙ୍କ ଛୁଆ ଓ ବସାକୁ ସ୍ପର୍ଶ କଲେ
  • ସଂକ୍ରମିତ ପକ୍ଷୀ ବା କୁକୁଡ଼ାଙ୍କୁ ହାତରେ ଧରି ମାରିଲେ
  • ସଂକ୍ରମିତ କୁକୁଡ଼ାଙ୍କୁ ଖାଇବା ଦ୍ୱାରା (କିନ୍ତୁ ୭୦ ଡିଗ୍ରୀରୁ ଊର୍ଦ୍ଧ୍ୱ ତାପମାତ୍ରାରେ ରନ୍ଧାଯାଇଥିବା କୁକୁଡ଼ାଙ୍କୁ ଖାଇଲେ ବାର୍ଡ ଫ୍ଲୁ ହୁଏ ନାହିଁ)

ବାର୍ଡ ଫ୍ଲୁର ଲକ୍ଷଣ:

  • ପ୍ରବଳ ଜ୍ୱର ହେବା
  • ମାଂସପେଶୀ ବିନ୍ଧିବା
  • ମୁଣ୍ଡ ବିନ୍ଧା
  • କଫ
  • ଡାଇରିଆ
  • ଦୁର୍ବଳତା
  • ପେଟ ପୀଡ଼ା
  • ଛାତିରେ ଯନ୍ତ୍ରଣା
  • ନାକ ଓ ପାଟିରୁ ରକ୍ତସ୍ରାବ
  • ଆଖି ଧରିବା

ନିରାକରଣ:

  • ବାର୍ଡ ଫ୍ଲୁର ଲକ୍ଷଣ ଦେଖିଲେ ଜିପି ବା NHS 111 ଙ୍କୁ ତୁରନ୍ତ ଜଣାନ୍ତୁ।
  • ରୋଗୀଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପାଖକୁ ନିଅନ୍ତୁ।
  • ଡାକ୍ତର ଆପଣଙ୍କୁ oseltamivir (Tamiflu) ଓ zanamivir (Relenza) ଆଣ୍ଟି ଭାଇରାଲ ମେଡିସନ୍‌ ଦେଇପାରନ୍ତି।
  • ଆଣ୍ଟି ଭାଇରାଲ ଶରୀରରୁ ବାର୍ଡ ଫ୍ଲୁ ଭାଇରସ୍‌କୁ ମାରିବା ସହ ରୋଗ ପ୍ରତିଷେଧକ ଶକ୍ତି ମଧ୍ୟ ବଢ଼ାଇଥାଏ।
WCW 11

Recent Posts

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

5 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

16 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

24 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

40 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

49 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

58 mins ago