ବୁଷ୍ଟର ଡୋଜ ନେଇଥିଲେ ମଧ୍ୟ ଏମିତି ପ୍ରଭାବିତ କରୁଛି BF.7 ଜାଣନ୍ତୁ କ’ଣ ଦେଖାଦେଉଛି ଲକ୍ଷଣ

ସମଗ୍ର ବିଶ୍ୱରେ ଓମିକ୍ରନର ସବ୍‌ ଭାରିଆଣ୍ଟ ବିଏଫ.୭ ଯୋଗୁଁ ସମସ୍ତେ ଚିନ୍ତାରେ । ଚୀନ ସମତେ ଆମେରିକା ଏବଂ ୟୁରୋପ ଭଳି ଅନେକ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଭାରତରେ ମଧ୍ୟ ମାମଲା ସାମ୍ନାକୁ ଆସିଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ମଧ୍ୟ ସତର୍କ ରହିବା ସହିତ ରାଜ୍ୟମାନଙ୍କୁ ଏନେଇ ଚେତାବନୀ ଦେଇସାରିଛନ୍ତି । କୋଭିଡ-୧୯ ସଂକ୍ରମଣରୁ ରକ୍ଷା ପାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି ।

ତେବେ ଓମିକ୍ରନର ସବଭାରିଆଣ୍ଟ ବିଏଫ.୭ କୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ । କରୋନା କମି ଯାଇଥିଲା ବୋଲି ଲୋକେ ଭାବିଥିଲେ । ମାତ୍ର ଅଚାନକ ସଂକ୍ରମଣ ବୃଦ୍ଧି ପୁଣି ଥରେ ସମସ୍ତଙ୍କର ଚିନ୍ତା ବଢ଼ାଇ ଦେଇଛି । କୋଭିଡ୍ ସହିତ ଲଢ଼ିବା ପାଇଁ ଭାରତରେ ପୁରୁଣା ଫର୍ମୂଲା ଟେଷ୍ଟିଂ, ଟ୍ରିଟିଂ ଓ ଟ୍ରେସିଂକୁ ଆପଣାଇବା ଦରକାର । ଦେଶରେ ଲକଡାଉନ ଲାଗୁ ହେବାର ଆବଶ୍ୟକତା ପଡ଼ିବନି ।

ସଂକ୍ରମିତ ହେବାର ଲକ୍ଷଣ :

ଓମିକ୍ରନ ବିଏଫ.୭ରେ ସଂକ୍ରମିତ ହୋଇଥିବା ଲୋକଙ୍କୁ ଫ୍ଲୁ, ଥଣ୍ଡା ଏବଂ କଫ ଜମୁଥିବା ଦେଖିବାକୁ ମିଳିଛି । କୋଭିଡର ସାଧାରଣ ଲକ୍ଷଣ, ବୁଖାର, ଶୁଖିଲା କାଶ, ଥକ୍କାପଣ, ଘ୍ରାଣ ଶକ୍ତି ହ୍ରାସ, ସ୍ୱାଦ ହ୍ରାସ, ମୁଣ୍ଡ ବ୍ୟଥା, ଗଳାରେ ସମସ୍ୟା, ଆଖି ଲାଲ ପଡ଼ିବା ଓ କୁଣ୍ଡାଇ ହେବା, ଡାଇରିଆ ଆଦି ପ୍ରତି ସତର୍କ ରୁହନ୍ତୁ ।

ଲଗାତାର ନାକ ବୋହିବା ।

ଛାତିରେ ଯନ୍ତ୍ରଣା ଏବଂ କାଶ ।

ତଣ୍ଟି ଦରଜ ଏବଂ ଖାଦ୍ୟ ଖାଇବାରେ ସମସ୍ୟା ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, କରୋନା ସଙ୍କଟରୁ ବର୍ତ୍ତିବା ପାଇଁ ହାଇଜିନ ଉପରେ ନଜର ଦେବା ଜରୁରୀ । ସମୟ ସମୟରେ ନିଜର ହାତକୁ ପାଣି ଓ ସାବୁନରେ ଧୋଇବା ସହିତ ସାଇଟାଇଜରର ବ୍ୟବହାର କରନ୍ତୁ । ଛିଙ୍କିବା ସମୟରେ ମୁହଁ ଓ ନାକକୁ ଢାଙ୍କି ରଖାନ୍ତୁ । କବାଟର ହ୍ୟାଣ୍ଡେଲ, ଫୋନ ସ୍କ୍ରିନକୁ ନିୟମିତ ପରିସ୍କାର କରନ୍ତୁ ।

ଘରୁ ବାହାରକୁ ଯିବା ସମୟରେ ସର୍ବଦା ମୁହଁ ଓ ନାକକୁ ମାସ୍କ ଦ୍ୱାରା କଭର କରନ୍ତୁ । ମାସ୍କ ପିନ୍ଧିବା ପୂର୍ବରୁ ହାତକୁ ଭଲରେ ସଫା କରନ୍ତୁ । ମାସ୍କ ପିନ୍ଧିବା ପରେ ପୁଣି ଥରେ ହାତ ଧୁଅନ୍ତୁ । ମାସ୍କକୁ ନିୟମିତ ଧୁଅନ୍ତୁ । ଯଦି ଆପଣଙ୍କ ଆଖପାଖର କାହାକୁ ଥଣ୍ଡା, କାଶ ହୋଇଥାଏ ତେବେ ତାଙ୍କ ପାଖକୁ ଯାଆନ୍ତୁ ନାହିଁ ।

ବନ୍ଦ ସ୍ଥାନ, ଭିଡ଼ ଓ କୌଣସି ବ୍ୟକ୍ତିଙ୍କ ନିକଟକୁ ଯାଆନ୍ତୁ ନାହିଁ । ଯଦି ଆପଣ ଘରେ ରହୁଛନ୍ତି ତେବେ ଭେଣ୍ଟିଲେସନ ପାଇଁ କବାଟ, ଝରକା ଖୋଲା ରଖନ୍ତୁ । ବାହାରେ କାହା ସହ ମିଶିଲେ ମାସ୍କ ପିନ୍ଧନ୍ତୁ ।

କ’ଣ କରିବା ଉଚିତ :

ମୁଲେଠୀ ଏବଂ ମହୁ : ଏକ ଚାମଚ ମହୁରେ ଅଧା ଚାମଚ ମୁଲେଠୀ ମିଶାନ୍ତୁ ଏବଂ ଏହାକୁ ଚାଟି କରି ଖାଆନ୍ତୁ । କାଶ-ଥଣ୍ଡା ଏବଂ ଗଳା ଯନ୍ତ୍ରଣା ଏହି ତିନିଟିରେ ଆରାମ ମିଳିବ । ଏମିତି ଦିନକୁ ମାତ୍ର ଦୁଇଥର କରନ୍ତୁ ।

ଅଦା ଚା ପିଅନ୍ତୁ : ଆପଣ ଅଦା, ତୁଳସୀ, ଲବଙ୍ଗ ଚା’ ପିଇପାରିବେ ।

ସୋରିଷ ତେଲ ବ୍ୟବହାର କରନ୍ତୁ : ଉଭୟ ନାକ ଭିତରେ ସୋରିଷ ତେଲ କୁ ନେଇ ଗୋଟେ ଡ୍ରପ ନାକରେ ପକାନ୍ତୁ । ଏହା ଉଭୟ ନାକ ଏବଂ ଗଳାରେ ଆରାମ ମିଳିବ ।

ତାଜା ଖାଦ୍ୟ ଖାଆନ୍ତୁ: ଥଣ୍ଡା, କଫ ଏବଂ ଯନ୍ତ୍ରଣା ହେତୁ ଆପଣ ଖାଦ୍ୟ ଖାଇବାକୁ ଇଚ୍ଛା କରନ୍ତି ନାହିଁ । କିନ୍ତୁ ଆପଣ ଏପରି କରିବା ବିଲକୁଲ ଉଚିତ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.