ଛନ୍ଦି ହୋଇଗଲା ଅଡୁଆ ସୂତାର ଖିଅ: ସରକାରୀ ସହାୟତା ପହଞ୍ଚିବା ଆଗରୁ ଚାଲିଗଲେ କିଡନୀ ରୋଗରେ ପୀଡିତ ହୋଇ ଶିଶିର, ଏମିତିରେ କେମିତି ଚଳିବ ପରିବାର

ଫୁଲବାଣୀ (କେ ନ୍ୟୁଜ) : ଗୋଟିଏ ସୂତା ଖିଅରେ ଚଳୁଥିଲା ପୁରା ପରିବାର । ଏହି ସୂତାର ଗୋଲକ ଧନ୍ଦାରେ ଫସି ଯାଇଛନ୍ତି ଶିଶିର । ସତେ ଯେମିତି ଜୀବନର ଶେଷ ମୁହୂର୍ତ୍ତରେ ବାନ୍ଧି ହୋଇଛି ଅଡୁଆସୂତାର ଖିଅ ।

ଅଟକି ଯାଇଛି ସିଲେଇ ମେସିନର ଚକ। ଅଟକି ଯାଇଛି ଜୀବନ ଜୀବିକାର ବାଟ। ସୁତାକୁ ସୃଜନୀର ଗଣ୍ଠି ପକେଇ ଅନ୍ୟ ପାଇଁ ବସ୍ତ୍ର ତିଆରି କରୁଥବା ଅଭାବୀ ଦର୍ଜି ଆଜି ହତାଶାର ଚକ୍ରବ୍ୟହୁରେ ପଡି ଛଟପଟ। ମାରାତ୍ମକ କିଡନୀ ରୋଗରେ ଘରର ମୁରବି। ସେପଟେ ତିନି ତିନିଟି ଝିଅକୁ ନେଇ ଲାକଡାଉନରେ ଫସି ଯାଇଛନ୍ତି ମା। ପଦାକୁ ବାହାରିଲେ ଖାଦ୍ୟ ଯୋଗାଡ଼ କରିବେ। ହେଲେ କେମିତି ଯିବେ ବାହାରକୁ। କେମିତି ବଞ୍ଚାଇ ରଖିବେ ପୁରା ପରିବାରକୁ। କରୋନାର ଅନେକ ଯନ୍ତ୍ରଣାଦାୟକ କାହାଣୀ ଭିତରେ ଏ ହେଉଛି କନ୍ଧମାଳର ଆଉ ଏକ କରୁଣ କାହାଣୀ ।

tailor

କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକ ଅନ୍ତର୍ଗତ ୧୦ନମ୍ବର ୱାର୍ଡର କୁମ୍ଭାରପଡା ସାହିର ବାସିନ୍ଧା ଶିଶିର ବେହେରା ବୟସ (୫୫) ପରିବାର କହିଲେ ସ୍ତ୍ରୀ ଓ ପାଞ୍ଚଟି ଝିଅ । ଶିଶିର ପେଷାରେ ଜଣେ ଟେଲର । ଟେଲରିଙ୍ଗ କରି ଯାହା ମିଳୁଥିଲା ଶିଶିର ଏହି ପାଞ୍ଚ ଝିଅ ଓ ସ୍ତ୍ରୀଙ୍କୁ ନେଇ କଷ୍ଟେ ମଷ୍ଟେ ପରିବାର ଚଳୁଉଥିଲେ। ସମ୍ପତ୍ତି କହିଲେ ଖଣ୍ଡିଏ ଜମି ତାହା ପୁଣି ଦୁଇ ଝିଅଙ୍କ ବିବାହରେ ତାକୁ ଅଧା ବିକ୍ରି କରି ବାହାଘର କରିଦେଇଥିଲେ । ଏହାରି ଭିତରେ ଶିଶିରଙ୍କ ଜୀଵନରେ ମାଡ଼ିଆସିଲା କଳା ବାଦଲ । କିଛି ଦିନ ତଳେ ଶିଶିର ଛାତିରେ ଯନ୍ତ୍ରଣା ଅନୁଭବ କଲେ ପରେ ସେ ଫୁଲବାଣୀ ମୁଖ୍ୟଚିକିତ୍ସାଳୟରେ ଡାକ୍ତରଙ୍କ ପରାମର୍ଶ ନେଲେ ଓ ସେଠାରେ ରିପୋର୍ଟ ଆସିଲା ଶିଶିର କିଡନୀ ରୋଗରେ ଆକ୍ରାନ୍ତ ।

sisir

ଏହା ଶୁଣି ଶିଶିରଙ୍କ ପରିବାରର ଦୁଖଃ ବଢିଗଲା । ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଶେଷରେ ଜୀବନ ହାରିଲେ ଶିଶିର। ନା ପାଇଲେ ସରକାରୀ ସହାୟତା, ନା ପହଞ୍ଚିଲା ପ୍ରଶାସନ। ୟା ଭିତରେ ପରିବାର ଏବେ କେମିତି ଚଳିବ, ଝିଅ ତିନିଟି କେମିତି ବାହା ହେବ। ସବୁକିଛି ଶିଶିରଙ୍କ ସ୍ୱପ୍ନ ଛାରଖାର ହୋଇ ପଡିଛି। ପରିବାର ଏବେ ଚଳିବା ପାଇଁ ଅନେକ ହଇରାଣ ହେଉଛି।

Leave A Reply

Your email address will not be published.