ପ୍ରତିଦିନ ୨ରୁ ୩ଥର ପାଞ୍ଚ ମିନିଟ୍‌ ପର୍ଯ୍ୟନ୍ତ ନିଅନ୍ତୁ ବାମ୍ଫ, ଫୁସ୍‌ଫୁସ୍‌ ଉପରେ ପଡ଼ିବନି କରୋନାର ପ୍ରଭାବ

ଦେଶରେ କରୋନା ଏତେ ମାତ୍ରାରେ ବଢ଼ିଯାଇଛି ଯେ ଲୋକେ ଏବେ ତ୍ରାହି ତ୍ରାହି ଡାକୁଛନ୍ତି। ସବୁ ମଣିଷ ନିଜକୁ ବଞ୍ଚାଇବାକୁ ଚାହୁଁଛନ୍ତି। ସବୁ ପ୍ରକାର ତରିକା ଆପଣାଇବାକୁ ପ୍ରସ୍ତୁତ। ହେଲେ ଭାଇରସ୍‌ ଯିବାକୁ ନାଁ ଧରୁନାହିଁ। ସେପଟେ ଏଭଳି ସ୍ଥିତିରେ ଏକ ଆଶ୍ୱସ୍ତୀକର ଖବର ସାମ୍ନାକୁ ଆସିଛି। ନିକଟରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି, ପ୍ରତିଦିନ ବାମ୍ଫ ନେଇ ଆପଣ ନିଜ ଫୁସ୍‌ଫୁସ୍‌କୁ ମଜଭୁତ କରିପାରିବେ। ଏହା ଏତେ ଶକ୍ତିଶାଳୀ ହୋଇଯିବ କି, ଆପଣ କରୋନା ମହାମାରୀକୁ ସଫଳତାପୂର୍ବକ ସାମ୍ନା କରିପାରିବେ।

ଉକ୍ତ ରିପୋର୍ଟରେ ବାମ୍ଫ ନେବା ଉପରେ ପୁଣିଥରେ ଗୁରୁତ୍ୱ ଦିଆଯାଇଛି। Thermal Activation of Source Covid Virus ଉପରେ ହୋଇଥିବା ଏହି ଅଧ୍ୟୟନ ରୋଗୀଙ୍କ ପାଇଁ ଆଶାର କିରଣ ହୋଇଛି। ଏଥିରେ ବାମ୍ଫକୁ କରୋନା ଭାଇରସ୍‌କୁ ନିଷ୍କ୍ରିୟ କରିବାର ପ୍ରଭାବଶାଳୀ ଉପଚାର ବୋଲି ଦର୍ଶାଯାଇଛି। ଏହି ଅଧ୍ୟୟନ ‘ଜର୍ନାଲ ଅଫ୍‌ ଲାଇଫ୍‌ ସାଇନ୍ସ’ରେ ପ୍ରକାଶ ପାଇଛି।

ତେବେ ଏଥିରେ ସାମିଲ ହୋଇଥିବା King George’s Medical University (KGMU) ଏବଂ Sanjay Gandhi Postgraduate Institute of Medical Sciences (SGPGI)ର ବିଶେଷଜ୍ଞମାନେ କହିଛନ୍ତି, ଫୁସ୍‌ଫୁସ୍‌ର ସାନିଟାଇଜର ହେଉଛି ବାମ୍ଫ। ପ୍ରତିଦିନ ୨ରୁ ୩ଥର ୫ ମିନିଟ୍‌ ପର୍ଯ୍ୟନ୍ତ ବାମ୍ଫ ନେବା ଦ୍ୱାରା ଭାଇରସ୍‌ ମାତ୍‌ ଖାଇଯିବ। ସେମାନଙ୍କ କହିବା ହେଲା, ବାମ୍ଫ ଶ୍ୱାସନଳୀରେ ରକ୍ତ ପ୍ରବାହକୁ ବଢ଼ାଇବା ସହିତ ରୋଗ ପ୍ରତିରୋଧକ କ୍ଷମତାକୁ ବି ମଜଭୁତ କରିଥାଏ।

କେମିତି ନେବେ ବାମ୍ଫ

ସାଦା ଗରମ ପାଣି ସହିତ ଭିକ୍ସ, କମଳା କିମ୍ବା ଲେମ୍ବୁ ଚୋପା, ରସୁଣ, ଟି ଟ୍ରି ଅଏଲ୍‌, ଅଦା, ନିମ୍ବପତ୍ର ଇତ୍ୟାଦି ମଧ୍ୟରୁ କିଛି ବି ମିଶାଇ ବାମ୍ଫ ନେଇପାରିବେ। କାରଣ, ଏହା ଆଣ୍ଟିମାଇକ୍ରୋବିୟଲ ହୋଇଥାଏ, ଯାହା ଭାଇରସ୍‌କୁ ଦୁର୍ବଳ କରିବାରେ ସହାୟକ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.