କାଜୁ ଚାଷ କରି ସଫଳ, ମୟୁରଭଞ୍ଜ ବାଉଁଶଡିହା ଗାଁର ତାରିଣୀ ଏସ୍ଏଚ୍ଜି ଗ୍ରୁପ୍
କରଞ୍ଜିଆ (କେ ନ୍ୟୁଜ୍) : କାଜୁ ଚାଷ କରି ସଫଳ ହୋଇଛନ୍ତି ମୟୂରଭଞ୍ଜ ଠାକୁରମୁଣ୍ଡା ବ୍ଳକ ବାଉଁଶଡିହା ଗାଁର ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ଆଉ ଭଲ ଆୟ ବି କରୁଛନ୍ତି । ଏପରିକି ଗାଁର ଅନ୍ୟ ଲୋକଙ୍କୁ ମଧ୍ୟ ରୋଜଗାରକ୍ଷମ କରିଛନ୍ତି ।
ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଳକ ବାଉଁଶଡିହା ଗାଁର ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ । ଆର୍ଥିକ ସଙ୍କଟ ଦୂର କରିବା ସହ ଗାଁ ଲୋକଙ୍କୁ ମଧ୍ୟ କାମ ଦେଉଛନ୍ତି ଏମାନେ । ୨୦୧୬-୧୭ମସିହାରେ ଉଦ୍ୟାନ ବିଭାଗ ସାହାଯ୍ୟରେ କାଜୁ ଫ୍ୟାକ୍ଟରୀ ଆରମ୍ଭ କରିଥିଲେ । ୨୦୧୭-୧୮ରେ ଏହାକୁ ଶେଷ କରିଛନ୍ତି । ଓଡ଼ିଶାର ବିଭିନ୍ନ ସ୍ଥାନକୁ କାଜୁ ଯୋଗାଉଛନ୍ତି ।
କରଞ୍ଜିଆ ଉପଖଣ୍ଡର ଶୁକ୍ରୁୁଳି, ରରୁଆଁ, ଯଶିପୁର, ଠାକୁରମୁଣ୍ଡା ଆଦି ସ୍ଥାନରେ ୩ ହଜାର ଏକରରୁ ଅଧିକ ଜମିରେ କାଜୁ ଗଛ ଲଗାଯାଇଛି । ଏଥିରୁ ୯ହଜାର କୁଇଣ୍ଟାଲ କାଜୁ ଅମଳ ହେଉଛି । ଅଧିକାଂଶ କାଜୁ ପଶ୍ଚିମବଙ୍ଗ ଓ ଝାଡଖଣ୍ଡକୁ ରପ୍ତାନି କରାଯାଉଛି ।
ଏମାନଙ୍କର ସଫଳତାକୁ ଦେଖି ସରକାର ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି । ସରକାରଙ୍କ ପକ୍ଷରୁ ବାଉଁଶଡିହା ଗାଁରେ ଏକ କାଜୁ ଫ୍ୟାକ୍ଟ୍ରି କରିବା ପାଇଁ ଉଦ୍ୟମ ଚାଲିଛି ।