ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରିବା ଘଟଣାକୁ ଘୋର ନିନ୍ଦା, ଗିରଫ ହେଲେ ଟାଟୁ ମାଲିକ

କୋଟି ଓଡ଼ିଆଙ୍କ ମଉଡମଣୀ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅପମାନ । ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରି ବିବାଦରେ ବିଦେଶୀ ମହିଳା । ଟାଟୁ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ମାମଲା ଥାନାରେ ପହଞ୍ଚିଛି । ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରି ସୋସିଆଲ ମିଡିଆରେ ଫଟୋ ଛାଡିବା ପରେ ଚାରିଆଡୁ ଘୋର ନିନ୍ଦା । ମହାପ୍ରଭୁଙ୍କୁ ଅପମାନ ନେଇ ଥାନାରେ ପହଁଚିଲା ମାମଲା । ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି ଜଗନ୍ନାଥ ପ୍ରେମୀ ।

ଟାଟୁ କରିଥିବା ମହିଳା ଓ ଟାଟୁ ଆଙ୍କିଥିବା ମାଲିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ହିନ୍ଦୁ ଧର୍ମୀୟ ଭାବନାକୁ କୁଠାରଘାତ ସହ ଜଗନ୍ନାଥଙ୍କୁ ଅପମାନିତ କରାଯାଇଛି । ସୂଚନା ଅନୁସାରେ, ଜଣେ ବିଦେଶିନୀ ଜଙ୍ଘରେ ମହାପ୍ରଭୁଙ୍କ ଟାଟୁ ଆଙ୍କି ଏହାକୁ ସୋସିଆଲ ମିଡିଆରେ ଛାଡ଼ିଥିଲେ । ଯାହାପରେ ଆରମ୍ଭ ହୋଇଥିଲା ପ୍ରତିବାଦ । ଟାଟୁ ଆଙ୍କିଥିବା ଭୁବନେଶ୍ୱର ରକି ଟାଟୁଜ୍ ଷ୍ଟୁଡିଓ ମାଲିକ ରକି ରଞ୍ଜନ ବିଶୋଇଙ୍କ ନାଁରେ ସହିଦନଗର ଥାନାରେ ମାମଲା ହୋଇଛି ।

ସେପଟେ ମହାପ୍ରଭୁଙ୍କୁ ଅପମାନିତ କରିଥିବାରୁ ନିଜଆଡ଼ୁ କ୍ଷମା ପ୍ରାର୍ଥନା କରିଛନ୍ତି ରକି । ଅନ୍ୟପଟେ ଟାଟୁ ଆଙ୍କିଥିବା ବିଦେଶିନୀ ମଧ୍ୟ ଭିଡିଓ ବାର୍ତ୍ତାରେ କ୍ଷମା ପ୍ରାର୍ଥନା କରିଛନ୍ତି । ତେବେ ଇଟାଲିର ଯୁବତୀ ଜଣଙ୍କ ଶନିବାର ଦିନ ଷ୍ଟୁଡିଓକୁ ଆସି ଜଂଘରେ ଟାଟୁ କରିବାକୁ ଅନୁରୋଧ କରିଥିଲେ । ସେ ଜଗନ୍ନାଥଙ୍କୁ ବହୁତ ଭଲ ପାଆନ୍ତି ବୋଲି କହିଥିଲେ । ଏନଜିଓରେ କାମ କରୁଥିବାରୁ ଟାଟୁ କରିବାକୁ ଅନୁମତି ନାହିଁ । ତେଣୁ ସମ୍ବେନ୍ଦନଶୀଳ ସ୍ଥାନରେ ଟାଟୁ କରିବାକୁ କହିଥିଲେ ।

ଯେଉଁଥିପାଇଁ ସେ ପ୍ରତିଦିନ ଠାକୁରଙ୍କୁ ଦର୍ଶନ କରିପାରିବେ ବୋଲି କହିଥିଲେ । ଯାହାପରେ ଆଟିଷ୍ଟ ଟାଟୁ କରିଦେଇଥିଲେ । ତେବେ ବର୍ତ୍ତମାନ ଉକ୍ତ ଟାଟୁ କରିଥିବା ଯୁବତୀଙ୍କୁ ସହ ଟାଟୁ ମାଲିକ ଯୋଗାଯୋଗ କରିଛନ୍ତି । ବର୍ତ୍ତମାନ ଉକ୍ତ ଟାଟୁକୁ ଲିଭାଗଲେ ସଂକ୍ରମଣ ହେବାର ଆଶଙ୍କା ରହିଛି । ଯୁବତୀ ଜଣଙ୍କ ମାସେ ପରେ ଏଠାକୁ ଆସି ଟାଟୁକୁ ଲିଭାଇବେ କିମ୍ବା ତାହା ପରିବର୍ତ୍ତେ ସେହି ସ୍ଥାନରେ ଆଉ କିଛି ଆର୍ଟ କରିବେ ବୋଲି ରକି କହିଛନ୍ତି ।

ଅନ୍ୟପଟେ ବିଦେଶିନୀ ଜଙ୍ଘରେ ଆଙ୍କିଥିବା ଟାଟୁର ଫଟୋ ଏବେ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଯୁବତୀଙ୍କ ଜଙ୍ଘରେ ମହାପ୍ରଭୁଙ୍କ ଟାଟୁ ଦେଖିବା ପରେ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଛି । ଯାହାକୁ ନେଇ ଏବେ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ତେବେ ତଦନ୍ତ ପରେ ଧାର୍ମିକ ଭାବନାକୁ କୁଠାର୍ଘାତ୍ କରିବା ଅଭିଯୋଗରେଗିରଫ ହେଲେ ଟାଟୁ ମାଲିକ ରକି ରଞ୍ଜନ ବିଶୋଇ । ଟାଟୁ ମାଲିକକୁ ଗିରଫ କରିଛି ସହିଦନଗର ଥାନା ପୋଲିସ ।

Also read: ବିବାଦ ଘେରରେ ଯାତ୍ରା କଳାକାର ପିୟୁଷ ତ୍ରିପାଠୀ, ଚୁକ୍ତି ପରେ କହିଲେ ଯିବିନି ସିଂହବାହିନୀ