ପିଲା ଉପରେ ଢାଳିଗଲା ଗରମ ଚା’, ତ ମା’ ଠୁକି ଦେଲେ ମକଦ୍ଦମା, ଅନେକ ବର୍ଷ ପରେ ମିଳିଲା କ୍ଷତିପୂରଣ ବାବଦ ୫୮ ଲକ୍ଷ ଟଙ୍କା

ଚା’ ଏମିତି ଜିନିଷ, ଯାହାକୁ ପରଷିବା ସମୟରେ ଯଦି ଅଳ୍ପ ବହୁତ ବି ତଳେ ପଡ଼ିଯାଏ, ତ ଲୋକେ ଖରାପ ଭାବି ନ ଥାଆନ୍ତି। କିନ୍ତୁ ସେହି ଚା’ ଯଦି ଜଣେ ହେୟାର ହୋଷ୍ଟେସ୍‌ଙ୍କ ହାତରୁ ଗଳିପଡ଼େ, ତ ମାମଲା ଆଗକୁ ବଢ଼ିଯାଇଥାଏ। ଶେଷରେ କମ୍ପାନୀକୁ ହିଁ ଏହାର କ୍ଷତିପୂରଣ ଦେବାକୁ ପଡ଼ିଥାଏ। ଏଭଳି ଏକ ଅଜବ ମାମଲା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଘଟଣାରେ ଏକ ଏୟାରଲାଇନ୍‌ କମ୍ପାନୀକୁ କ୍ଷତିପୂରଣ ବାବଦକୁ ୫୮ ଲକ୍ଷ ଟଙ୍କା ଦେବାକୁ ପଡ଼ିବ।

ମାମଲାଟି ଆୟରଲାଣ୍ଡର ଏକ ପିଲାର। ଏମରେ ନାମକ ଏହି ପିଲା ସେହି ସମୟରେ ୧୩ ବର୍ଷର ଥିଲା, ଯେବେ ସେ ଡୁବଲିନରୁ ବିମାନ ଯୋଗେ ଇନସ୍ତାବୁଲ ଯାଉଥିଲା। ବିମାନରେ ଜଣେ ଏୟାର ହୋଷ୍ଟେସ୍‌ଙ୍କ ଭୁଲ୍‌ ଯୋଗୁ ପିଲାଟି ଗୋଡ଼ ଉପରେ ଗରମ ଚା’ ଢାଳି ହୋଇଯାଇଥିଲା। ଗରମ ଚା’ ପଡ଼ି ତା’ର ଜଙ୍ଘ ବି ଜଳି ଯାଇଥିଲା।

ଏ ନେଇ ଯେତେବେଳେ ତା’ର ମା’ ଜାଣିବାକୁ ପାଇଥିଲେ, ତ ସେ ଡରି ଯାଇଥିଲେ। ଏମରେଙ୍କ ଜଙ୍ଘରେ ଦାଗ ପଡ଼ିଯିବା ଯୋଗୁ ସର୍ଜରୀ କରାଯାଇଥିଲା। ସେହି ସମୟରେ ମା’ ଏୟାରଲାଇନ୍‌ ବିରୋଧରେ ଦାୟିତ୍ୱହୀନତା ମାମଲା ଦାୟର କରିଥିଲେ। ସେପଟେ ସାମାନ୍ୟ ଘଟଣା କହି ସମ୍ପୃକ୍ତ ଏୟାରଲାଇନ କମ୍ପାନୀ ଏହାକୁ ଏଡ଼ାଇ ଦେଇଥିଲା। ଶେଷରେ ଏମରେଙ୍କ ମା’ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ନିଜ ପକ୍ଷ ରଖିଥିଲେ। ସେ କହିଥିଲେ କି, ଏକ ଛୋଟ ଛୁଆ ଗରମ ଚା’ରେ ଜଳିଗଲେ, ତ ଭୁଲ୍‌ କାହାର ହୋଇପାରେ? ଯେତେବେଳେ କି ସେ ଘରେ ନୁହେଁ, ବରଂ ଏକ ଫ୍ଲାଇଟ୍‌ରେ ଯାତ୍ରା କରୁଥିବ।

ତେବେ ଏହି ମାମଲାରେ କୋର୍ଟ ଉଭୟ ପକ୍ଷଙ୍କ ତର୍କ ଶୁଣିଥିଲେ ଏବଂ ଶୁଣାଣି ଆଗକୁ ଜାରି ରଖିଥିଲେ। ୪ ବର୍ଷ ପରେ ଏମରେ ଯେତେବେଳେ ୧୭ ବର୍ଷର ହୋଇଗଲେ, ତ କୋର୍ଟ ତାଙ୍କ ସପକ୍ଷରେ ନିଷ୍ପତ୍ତି ଶୁଣାଇଥିଲେ। ଏମରେଙ୍କ ଉପରେ ଗରମ ଚା’ ଢାଳି ହେବା କ୍ଷତିପୂରଣ ବାବଦକୁ ଏୟାରଲାଇନ୍‌ ତରଫରୁ ୫୮ ଲକ୍ଷ ଟଙ୍କା ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.