କେବେ ଡାଇଲଗ ତ କେବେ ଗୀତ ଶୁଣାଇ ଚା’ ପିଆଉଛନ୍ତି ଏହି ଚାଏବାଲା !

ନିକଟରେ ଭାଇରାଲ ହେଉଥିବା ଏକ ଭିଡିଓରେ ଜଣେ ଚା ବିକାଳି ଗରମା ଗରମ ଚା ସାଙ୍ଗକୁ ତାଙ୍କର ରୋମାଣ୍ଟିକ ଗୀତ ଲୋକଙ୍କର ମନ ଜିଣୁଛି। ଇଣ୍ଟର୍ନେଟ୍ରେ ଏବେ ଏହି ଚା ବିକାଳିଙ୍କ ଭିଡିଓ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି। ଚା’ ବିକାଳି କେବେ ଡାଇଲଗ କହି ତ କେବେ ଗୀତ ଗାଇ ଗ୍ରାହକଙ୍କ ମନୋରଞ୍ଜନ କରି କରି ଚା ବିକ୍ରି କରୁଥିବା ଦୃଶ୍ୟ ଏବେ ଚାରିଆଡେ ଚର୍ଚ୍ଚା ସୃଷ୍ଟି କରିଛି। ଆପଣ ତ ଜାଣିଛନ୍ତି ଯେ ଭାରତରେ ଚା’ ପାଇଁ କୌଣସି ଋତୁର ଆବଶ୍ୟକତା ନାହିଁ। ଖରା, ବର୍ଷା, ଶୀତ ସବୁଦିନେ ଆମେ ଭାରତୀୟ ଚା’ ପିଇବାକୁ ପସନ୍ଦ କରିଥାନ୍ତି। ତେବେ ଏହି ଚା’ ସହିତ ଯଦି ମନୋରଞ୍ଜନ ମାଗଣାରେ ମିଳେ ତ କିପରି ଲାଗିବ ଥରେ ଭାବନ୍ତୁ ତ ।

ଆମେ ଆଜି ଯେଉଁ ଚା’ବାଲାଙ୍କ ଭିଡିଓ ଭାଇରାଲ୍ ହେବା କଥା କହୁଛୁ ସେ ବିଭିନ୍ନ ଢ଼ଙ୍ଗରେ ଡାଇଲଗ୍‌ କହିବା ସହ ରୋମାଣ୍ଟିକ୍ ଗୀତ ମଧ୍ୟ ଗାଉଥିବାର ଶୁଣିବାକୁ ମିଳୁଛି।
ଏହି ଚା ବାଲାଙ୍କ ଡାଇଲଗ ଆଉ ଗୀତ ଲୋକଙ୍କୁ ନିଜ ଆଡକୁ ଟାଣି ନେଉଛି। ଆପଣ ପୂର୍ବରୁ ଏମ୍ବିଏରୁ ନେଇ ଦିଲ୍ଜଲେ ଚା’ ବାଲାଙ୍କ ବିଷୟରେ ଶୁଣିଥିବେ। ଏପରି ମଜାଦାର୍ ଚା’ ବାଲାଙ୍କୁ ହୁଏତ ପ୍ରଥମ ଥର ଦେଖୁଥିବେ। ଭିଡିଓରେ ଆପଣ ଦେଖି ପାରୁଥିବେ ଯେ ଚା’ ବାଲା ଜଣକ ଚା’ ବନାଇବା ସହ ବିଭିନ୍ନ ପ୍ରକାରର ଡାଇଲଗ୍‌ କହୁଛନ୍ତି। କେବଳ ଏତିକି ନୁହେଁ ଶେଷରେ ସେ ସୁମଧୁର ଗୀତ ବି ଗାଉଛନ୍ତି।

ସୋସିଆଲ ମିଡିଆରେ ଏହି ଭିଡିଓଟି ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ସେୟାର୍ ହେବା ପରେ ତାହାକୁ ଅନେକ ଲୋକ ପସନ୍ଦ କରିଛନ୍ତି। ଭିଡିଓଟିକୁ ଇନଷ୍ଟାଗ୍ରାମ ୟୁଜର ଅଭିନବ ଜେସଓ୍ଵାନୀ ନିଜ ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓକୁ ସେୟାର କରି ସେ କ୍ୟାପ୍ସନରେ ଲେଖିଛନ୍ତି ‘ଆମ ଦେଶ ଭାରତର ସବୁଠାରୁ ପ୍ରତିଭାଶାଳୀ ଚାବାଲା। ଏହି ଭିଡିଓକୁ ବର୍ତ୍ତମାନ ଲକ୍ଷାଧିକ ଲୋକ ଦେଖିସାରିଲେଣି। ସତରେ ଆମ ଦେଶରେ ଦକ୍ଷତାର ଅଭାବ ନାହିଁ। ୟାଙ୍କ ଚା ସାଙ୍ଗକୁ ଗୀତ ଆଉ ଡାଇଲଗ ଲୋକଙ୍କୁ ବହୁତ ମାତ୍ରାରେ ମନୋରଞ୍ଜନର ଖୋରାକ ଯୋଗାଉଛି।

 

View this post on Instagram

 

A post shared by JUST NAGPUR THINGS (@abhinavjeswani)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.