ତଣ୍ଟିରେ ଫସିଗଲା ବୋତଲର ଠିପି: ଏପରି କୌଶଳ ପ୍ରୋୟାଗ କରି ପିଲାର ଜୀବନ ବଞ୍ଚାଇଲେ ଶିକ୍ଷୟିତ୍ରୀ, ଦେଖନ୍ତୁ ଭିଡିଓ

ଶିକ୍ଷକମାନେ କେବଳ ପିଲାମାନଙ୍କୁ ଶିକ୍ଷା ଦିଅନ୍ତି ନାହିଁ ବରଂ ସେମାନଙ୍କୁ ଉତ୍ତମ ଆଦର୍ଶ ଦେଇଥାନ୍ତି। କେବଳ ଏତିକି ନୁହେଁ, ଶିକ୍ଷକମାନେ ମଧ୍ୟ ଆବଶ୍ୟକ ସମୟରେ ପିଲାମାନଙ୍କର ଜୀବନ ରକ୍ଷା କରନ୍ତି। ଆମେରିକାର ନ୍ୟୁଜର୍ସିରେ ଥିବା ଇଷ୍ଟ ଆରେଞ୍ଜ କମ୍ୟୁନିଟି ଚାର୍ଟର ସ୍କୁଲରେ ଏପରି ଏକ ମାମଲା ସାମ୍ନାକୁ ଆସିଥିଲା ଯେଉଁଠାରେ ଜଣେ ଶିକ୍ଷକ ଶିଶୁର ଜୀବନ ରକ୍ଷା କରିଥିଲେ।
ଜଣେ ଶିକ୍ଷୟିତ୍ରୀ ପିଲାଙ୍କ ଜୀବନ ରକ୍ଷା କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୁଅନ୍ତି ତ ଆଉ କିଛି ଭିଡିଓରୁ କିଛି ଶିକ୍ଷଣୀୟ ତଥ୍ୟ ଗ୍ରହଣ କରନ୍ତି । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ଯେଉଁଥିରେ ଜଣେ ଛାତ୍ର ପାଣି ପିଉଥିବା ବେଳେ ବୋତଲର ଠିପି ତଣ୍ଟିରେ ଫସିଯାଇଥିବା ଦେଖିବାକୁ ମିଳିଛି । କିନ୍ତୁ କ୍ଲାସରେ ଥିବା ଶିକ୍ଷୟିତ୍ରୀ ଜଣକ ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ଠିପିକୁ ବାହାର କରିଥିଲେ ଓ ପିଲାଟିର ଜୀବନ ବଞ୍ଚାଇଥିଲେ । ପୁରା ବିଷୟ ଜାଣିବା ପୂର୍ବରୁ ସୋସିଆଲ ମିଡିଆରେ ଲୋକଙ୍କୁ ଆକର୍ଷିତ କରୁଥିବା ଏହି ଭିଡିଓ ଦେଖନ୍ତୁ …
A 9-year-old New Jersey boy who opened a water bottle with his mouth and choked on the cap was saved by his teacher, Ms. [Janiece] Jenkins, who swiftly performed the Heimlich Maneuver. Teachers really are heroes!! 👏 👏 👏 pic.twitter.com/Dl26LSZHAz
— GoodNewsMovement (@GoodNewsMoveme3) April 13, 2022
ତେବେ କ୍ଲାସରୁମରେ ଜଣେ ଛାତ୍ର ବୋତଲରୁ ପାଣି ପିଉଥିଲେ । ଏହି ସମୟରେ ବୋତଲର ଠିପିଟି ତାଙ୍କ ତଣ୍ଟିରେ ଅଟକିଯାଇଥିଲା । ଛାତ୍ରଜଣକ ତୁରନ୍ତ ଶିକ୍ଷୟିତ୍ରୀଙ୍କ ପାଖକୁ ଯାଇଥିଲେ ଓ ଇସାରାରେ ଠିପିଟି ତଣ୍ଟିରେ ଫସିଥିବା କହିଥିଲେ । ଏହି ସମୟରେ ଶିକ୍ଷୟିତ୍ରୀ କୌଣସି ସମୟ ନଷ୍ଟ ନକରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଏବଂ ଛାତ୍ରଙ୍କ ତଣ୍ଟିରେ ଅଟକି ରହିଥିବା ଠିପିକୁ ବାହାର କରିଥିଲେ ।ଶିକ୍ଷକ କହିଛନ୍ତି ଯେ ଏହା ଅତ୍ୟନ୍ତ କଷ୍ଟଦାୟକ ପରିସ୍ଥିତି ଥିଲା କିନ୍ତୁ ସେ ଖୁସି ଯେ ଏହିପରି କିଛି ଦୁର୍ଘଟଣା ଘଟି ନଥିଲା ।
ଛାତ୍ର ରୋବର୍ଟ ଡେଲି ମେଲ ତୃତୀୟ ଶ୍ରେଣୀରେ ଅଧ୍ୟୟନ କରନ୍ତି। ସେ କହିଥିଲେ ଯେ, ‘ମୁଁ ମୋର ଦାନ୍ତ ସାହାଯ୍ୟରେ ପାଣି ପିଇବା ଆରମ୍ଭ କଲି, ତା’ପରେ ପାଣି ବୋତଲର ଠିପି ମୋ ଗଳାରେ ଫସିଯାଇଥିଲା । ମୁଁ ତୁରନ୍ତ ଶିକ୍ଷୟିତ୍ରୀଙ୍କୁ ଏହା ଜଣାଇଲି । ଏହା ପରେ ଶିକ୍ଷୟିତ୍ରୀ ଠିପିକୁ ବାହାର କରିଥିଲେ ।’ ଅନ୍ୟପଟେ ପିଲାଟିର ପାଟିରୁ ଠିପି ବାହାର କରିଥିବା ଶିକ୍ଷୟିତ୍ରୀଙ୍କ ନାଁ ଜେନକିନସ୍ । ଜେନକିନସ୍ ନିଜେ କୌଶଳ ବ୍ୟବହାର କରି ତଣ୍ଟିରେ ଫସି ରହିଥିବା ଠିପିକୁ ବାହାର କରିଦେଲେ | ଏହି କୌଶଳ ପ୍ରୟୋଗ କରି ଗଳାରେ ଲାଗିଥିବା ଜିନିଷ ବାହାର କରିବାରେ ସାହାଯ୍ୟ କରେ। ସେ ଗତ ପାଞ୍ଚ ବର୍ଷ ଧରି ଶିକ୍ଷାଦାନ କରିଆସୁଛନ୍ତି । ଏହା ବ୍ୟତୀତ ସେ ସିପିଆର ଓ ପ୍ରାଥମିକ ଚିକିତ୍ସା ପାଇଁ ଟ୍ରେନିଂ ନେଇଛନ୍ତି ।