ସ୍କୁଲ ଭିତରେ ବଲିଉଡ ଗୀତ ମାଧ୍ୟମରେ ପାଠ ପଢାଇଲେ ଶିକ୍ଷକ; ଭିଡିଓ ହେଲା ଭାଇରାଲ

ବିହାରର ଜଣେ ଶିକ୍ଷକଙ୍କ ଭିଡିଓ ଭାଇରାଲ ପରେ ସେ ଏବେ ଚର୍ଚ୍ଚାରେ ଅଛନ୍ତି । ଭିଡ଼ିଓ ରେ ସେ ଛାତ୍ରଛାତ୍ରୀ ମାନଙ୍କ ସହିତ ମଜାଳିଆ ଭାବରେ କଥାବାର୍ତ୍ତା କରୁଥିବା ଦେଖାଯାଉଛନ୍ତି । ତାଙ୍କ ଭିଡିଓ ଦେଖିବା ପରେ ଲୋକମାନେ ତୀବ୍ର ପ୍ରଶଂସା କରୁଛନ୍ତି। ଏହି ଭିଡିଓକୁ ଆଇଏଏସ୍ ଦୀପକ କୁମାର ସିଂ ଟ୍ୱିଟରରେ ସେୟାର କରିଛନ୍ତି ଏବଂ ସେ କ୍ୟାପସନରେ ଲେଖିଛନ୍ତି, ‘ଆପଣ କେବଳ ଶ୍ରେଣୀରେ ଯାହା ଶିକ୍ଷା ଦିଅନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ତୁମେ କିପରି ଶ୍ରେଣୀରେ ପିଲାମାନଙ୍କୁ ଶିକ୍ଷା ଦେଉଛ ଏବଂ ଶିକ୍ଷକମାନଙ୍କ ଶିକ୍ଷାଦାନ କୁ ପିଲା ମାନେ କେତେ ବୁଝି ପାରୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ! ଏହାକ ଏକ ଉଦାହର ଅଟେ ।
ବିହାରର ବାଙ୍କାର ଜଣେ ଶିକ୍ଷକ ତାଙ୍କ ଛାତ୍ରଛାତ୍ରୀ ମାନଙ୍କୁ ଏପରି ଶିକ୍ଷା ଦେଇଥିଲେ ଯେ ସେମାନଙ୍କ ମୁହଁରେ ହସ ଫୁଟିଲା! ଏହା ଆପଣଙ୍କୁ ପୁରା କାହାଣୀ ଲାଗୁଥିବ ‘ଭିଡିଓ ଆରମ୍ଭରେ ଖୁସବୋ କୁମାରୀ ନାମକ ଜଣେ ଶିକ୍ଷକ ବଲିଉଡର ପ୍ରସିଦ୍ଧ ଗାୟକ ଅନୁରାଧା ପାଉଡୱାଲ ଏବଂ ସୁରେଶ ୱାଡକରଙ୍କ ‘ବିଲି ବୋଲି ମ୍ୟାଓ’ ଗୀତ ଗାଇଥିବାର ନଜର ଆସିଛନ୍ତି । ଏହା ପରେ ସେ ଛାତ୍ରଛାତ୍ରୀ ମାନଙ୍କୁ ଆଗକୁ ଗୀତ ଗାଇବାକୁ କହିଥିଲେ। ତା’ପରେ ଛାତ୍ର ଛାତ୍ରୀଙ୍କ ଏକ ଦଳ ତାଙ୍କୁ ଆଲିଙ୍ଗନ କରିବାକୁ ଦୌଡୁ ଥିବାର ଆପଣ ଦେଖିଥିବେ। ଏପରି ମଜାଳିଆ ଭିଡିଓ ପୋଷ୍ଟ ହେବା ପରଠାରୁ, ଏହି ଭିଡିଓ ପ୍ରାୟ ବହୁ ଥର ଦେଖାଯାଇଛି ଏବଂ ଶହ ଶହ ଲାଇକ୍ ପାଇଛି।
Because it’s not only what you teach, but how you do it and how much of it is understood by students also that matters!
Sample this. A teacher in Bihar’s Banka teaching her students. Look at the smiles on the faces of students! Tells you the whole story! pic.twitter.com/pEuvp1UA5M
— Dipak Kumar Singh (@DipakKrIAS) November 23, 2022
କେବଳ ଏତିକି ନୁହେଁ, ଅନେକ ଲୋକ ଏହି ଭିଡିଓରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି, ‘ଶିକ୍ଷା ଏକ କାର୍ଯ୍ୟ ହେବା ଉଚିତ୍ ନୁହେଁ । ଏହା ମଜା ହେବା ଉଚିତ୍ । ସମଗ୍ର ପ୍ରକ୍ରିୟାକୁ ଉପଭୋଗ୍ୟ କରିବା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ‘ ଶିକ୍ଷକ ପିଲାମାନଙ୍କୁ କିପରି ଶିକ୍ଷିତ କରିବାର ଅଛି ବହୁତ ଭଲ ଭାବରେ ବୁଝିଛନ୍ତି , ଭଗବାନ ତାଙ୍କୁ ଅଧିକ ଖ୍ୟାତି ଦିଅନ୍ତୁ । ତୃତୀୟ ଉପଭୋକ୍ତା ଲେଖିଛନ୍ତି, ‘ଅନ୍ୟ ବିଦ୍ୟାଳୟରେ ମଧ୍ୟ ସମାନ ଘଟଣା ଘଟିବା ଉଚିତ୍।’