ପ୍ରେମ ସପ୍ତାହର ଚତୁର୍ଥ ଦିନ, ପ୍ରିୟତମାଙ୍କୁ ଦିଅନ୍ତୁ ମନ ପସନ୍ଦର ଟେଡି

ଆରମ୍ଭ ହୋଇଛି ପ୍ରେମ ସପ୍ତାହ। ଫେବୃଆରୀ ୭ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରେମୀଯୁଗଳ ମାନେ ଏହି ଦିବସକୁ ପାଳନ କରିଥାନ୍ତି। ପ୍ରଥମ ଦିନ ରୋଜ ଡେ ଆଉ ତା’ ପରେ ପ୍ରମିଜ ଡେ। ଏହି ଦୁଇ ଦିନ ପରେ ପ୍ରେମୀ ଯୁଗଳ ପାଳନ କରନ୍ତି ଚକୋଲେଟ ଡେ। ଆଉ ଚକୋଲେଟ ଡେ ପରଦିନ ପଡିଥାଏ ଟେଡି ଡେ।

ପ୍ରଥମ ଦିନରେ ଗୋଲାପ ଦେଇ ପ୍ରେମିକା ବା ପ୍ରେମ କରୁଥିବା ବ୍ୟକ୍ତିଙ୍କୁ ଆପଣଙ୍କ ପସନ୍ଦ ସେ ବୋଲି ଜଣାଇସାରିବା ପରେ ଦ୍ୱିତୀୟ ଦିନ ମନ କଥା ପ୍ରପୋଜ୍‌ କରି କହିଥାନ୍ତି ଲୋକେ। ତୃତୀୟ ଦିନରେ ନିଜ ପ୍ରେମକୁ ଚକୋଲେଟ୍‌ ଦେଇ ସମ୍ପର୍କକୁ ମିଠା କରିବାକୁ ପ୍ରତିଶ୍ରୁତି ଦିଅନ୍ତି ପ୍ରେମୀ ଯୁଗଳ। ଆଉ ଉପହାର ବିନା ପ୍ରେମ ସମ୍ପୂର୍ଣ୍ଣ ହୋଇନଥାଏ କୁହାଯାଉଥିବାରୁ ଚତୁର୍ଥ ଦିନରେ ଗିଫ୍ଟ ଭାବେ ଟେଡି ବିୟର ଦେଇଥାନ୍ତି ସାଥୀ।

ଫେବୃଆରୀ ମାସର ୧୪ ତାରିଖକୁ ଭାଲେଣ୍ଟାଇନ୍‌ ଡେ ଭାବେ ପାଳନ କରାଯାଉଥିବା ବେଳେ ୧୦ ତାରିଖକୁ ଟେଡି ବିୟର ଡେ ଭାବେ ପାଳନ କରାଯାଏ। ଏହିଦିନ ପ୍ରେମିକମାନେ ନିଜ ପ୍ରେମିକାଙ୍କୁ ଉପହାରରେ ଟେଡି ଦେଇ ସେମାନଙ୍କୁ ନିଜ ଭଲ ପାଇବା ଦର୍ଶାଇଥାନ୍ତି। ଆପଣ ବି ଯଦି କାହାକୁ ପସନ୍ଦ କରୁଛନ୍ତି ଓ ଭାଲେଣ୍ଟାଇନ୍‌ ସପ୍ତାହରେ ତାଙ୍କୁ ଉପହାର ଦେବାକୁ ଚାହୁଁଛନ୍ତି ତେବେ ସାଥୀଙ୍କ ପ୍ରିୟ ରଙ୍ଗର ଟେଡି ଦିଅନ୍ତୁ। ଦେଖିବେ ସେ ଆପଣଙ୍କ ଉପରେ ଖୁବ୍‌ ଖୁସି ହୋଇଯିବେ।

Leave A Reply

Your email address will not be published.