ଅନ୍‌ଲାଇନ୍‌ରେ ଆଇଫୋନ୍‌ ମଗାଇଥିଲା ପିଲାଟି, କିନ୍ତୁ କ’ଣ ଡେଲିଭରି ହେଲା; ଦେଖନ୍ତୁ ଫଟୋ

ଶସ୍ତାରେ ଜିନିଷ ପାଇବା ଚକ୍କରରେ ଆମେ ଅନ୍‌ଲାଇନ୍‌ରୁ କିଣାକିଣି କରିଥାଉ। କିନ୍ତୁ ବେଳେବେଳେ ଏହି ଶସ୍ତା ହିଁ ଆମ ପାଇଁ କାଳ ହୁଏ। ଆଉ ଆମେ ଠକାମୀର ଶିକାର ହୋଇଥାଉ। ଥରେ କି ଦୁଇ ଥର ନୁହେଁ ଅନେକ ଥର ଏମିତି ଉଦାହରଣ ଦେଖିବାକୁ ମିଳିଛି। ତେବେ ଥାଇଲାଣ୍ଡର ଏକ ପିଲା ସହ ଯେଉଁ ଘଟଣା ହୋଇଛି ତାହା ଶୁଣିଲେ ଆପଣ ପୂରା ଦୋହଲିଯିବେ। ପିଲାଟି ଶସ୍ତାରେ ଆଇଫୋନ୍‌ ଅର୍ଡର କରିଥିଲା କିନ୍ତୁ ତା’ପାଖରେ ଯାହା ପହଞ୍ଚିଲା, ଶୁଣିଲେ ହସି ହସି ଗଡ଼ିବେ।

ମାମଲାଟି ଥାଇଲାଣ୍ଡର। ଏଠାରେ ଏକ ବାଳକ ଅନ୍‌ଲାଇନ୍‌ରେ ଶସ୍ତାରେ ଆଇଫୋନ୍‌ ମିଳୁଥିବା ଦେଖିବାକୁ ପାଇଥିଲା। କମ୍‌ ଦାମ୍‌ ଦେଖି ସେ ଅଧିକ ଯାଞ୍ଚ ନ କରି ତାହାକୁ ଅର୍ଡର କରି ଦେଇଥିଲା। କିନ୍ତୁ ତା’ ପାଖରେ ଯାହା ଡେଲିଭରି ହେଲା ତାହା ଦେଖି ପିଲାଟିର ମୁଣ୍ଡ ଗୋଲ ହୋଇଗଲା।
କାରଣ ଆଇଫୋନ୍‌ ଜାଗାରେ ତାକୁ ଆଇଫୋନ୍‌ ଭଳି ଟେବୁଲ ପଠାଇଥିଲା କମ୍ପାନୀ। ଏନେଇ ପିଲାଟି କମ୍ପାନୀକୁ କଲ୍‌ କରି ପଚାରିବାକୁ କମ୍ପାନୀ ତରଫରୁ କୁହାଯାଇଥିଲା ଯେ ଉକ୍ତ ବିଜ୍ଞାପନଟି ଆଇଫୋନ୍‌ ଭଳି ଦିଶୁଥିବା ଟେବୁଲର ହିଁ ଥିଲା। କିନ୍ତୁ ତାକୁ ଆଇଫୋନ୍‌ ଭଳି ପ୍ରଦର୍ଶିତ କରାଯାଇଥିଲା। ଯେମିତି କି ଅସଲି ଫୋନ୍‌ ଭଳି ଜଣାପଡ଼ିବ।


ପିଲାଟି ଆଇଫୋନ୍‌ ଭଳି ଦିଶୁଥିବା ଟେବୁଲର ଫଟୋକୁ ନିଜ ସୋସିଆଲ ମିଡିଆରେ ସେୟାର କରିଛି। ଉକ୍ତ ଫଟୋଟି ଏବେ ଫେସ୍‌ବୁକ୍‌ରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.