ସ୍ପେଶାଲ

ଟମାଟୋ ବିକି ହେଲେ କୋଟିପତି

ଟମାଟୋ ବିକି ହେଲେ କୋଟିପତି। ଯୋଗ୍ୟତାରେ ମାଟ୍ରିକ ଫେଲ। କିନ୍ତୁ ପ୍ରବଳ ଇଚ୍ଛା ଶକ୍ତି ତାଙ୍କୁ ଏହି ସଫଳତା ଆଣିଦେଇଛି। ସଫଳତା ବର୍ଷ ବର୍ଷ ର ନୁହେଁ; ମାତ୍ର କେଇ ଦିନର..ପରିଶ୍ରମ ତାଙ୍କୁ ଗୋଟିଏ ମାସରେ ଦେଢ଼ କୋଟିରୁ ବି ଅଧିକ ଟଙ୍କା ପର୍ଯ୍ୟନ୍ତ ଛୁଆଁଇଲା। ସଫଳତା କିଛି ଏଭଳି ଥିଲା ଯାହା ତାଙ୍କୁ ଏବେ ସବୁଠି ଚର୍ଚ୍ଚିତ କରି ରଖିଛି। ଆପଣ ତାଙ୍କ ପରିବା ଚାଷ ସମ୍ପର୍କରେ ଥରେ ଶୁଣିଲେ ବିଶ୍ୱାସ କରିବେନି । ଏତେ କମ ସମୟ ମଧ୍ୟରେ ଜଣେ କୋଟିପତି ହେବା ସେ ବି କେବଳ ଟମାଟୋ ବିକ୍ରି କରି…ଅସମ୍ଭବ ହେଲେ ବି ତେଲେଙ୍ଗାନାର ଏହି ବ୍ୟକ୍ତି ଜଣକ ସମ୍ଭବ କରିଦେଖାଇଛନ୍ତି। ଏହି ଖବର ନିହାତି ଭାବେ ଅନ୍ୟ ଚାଷୀ ଭାଇମାନଙ୍କୁ ପ୍ରୋତ୍ସାହିତ କରିବ।

ନିକଟରେ ପରିବାର ଦର ଆକାଶ ଛୁଆଁ ହୋଇଥିବା ବେଳେ ସବୁଠୁ ଅଧିକ ଦରରେ ଟମାଟୋ ବିକ୍ରି ହେଉଥିଲେ। ଯେହେତୁ ଦୈନନ୍ଦିନ ଖାଦ୍ୟ ପ୍ରସ୍ତୁତି ରେ ଟମାଟୋର ଆବଶ୍ୟକତା ରହିଛି ତେଣୁ ପ୍ରାୟ ସମସ୍ତେ ନିଜ ବଜେଟ ହିସାବରେ କିଛି କିଛି ଟମାଟୋ କିଣି ଆଣୁଥିଲେ। ସୂଚନା ଅନୁସାରେ ଚଳିତ ବର୍ଷ ତେଲେଙ୍ଗାନାର ଚାଷୀ ମହିପାଲ ରେଡ୍ଡି ୧୫ ଅପ୍ରେଲରେ ଟମାଟୋ ଚାଷ ଆରମ୍ଭ କରିଥିଲେ। ୮ ଏକର ଜମିରେ ଟମାଟୋ ଲଗାଇଥିଲେ। ୧୫ ଜୁନରେ ଫସଲ ପାକଳ ହେବାପରେ ତାହାକୁ ମାର୍କେଟ ନେଇଯାଇଥିଲେ। ଆଉ ଏହି ସମୟରେ ଟମାଟୋର ଦର ସବୁଠି ଆକାଶ ଛୁଆଁ ଥିଲା।

ସେ ଗୋଟିଏ ମାସରେ ଟମାଟୋର ପାଖାପାଖି ୮ ହଜାର କ୍ରେଟ ବିକି ୧.୮ କୋଟି ଟଙ୍କା ରୋଜଗାର କରିଥିଲେ। ଆଉ ତାଙ୍କ କହିବା ଅନୁଯାୟୀ ସିଜିନ ଶେଷ ଭିତରେ ସେ ଏହାକୁ ବିକି ୨.୫ କୋଟି ଟଙ୍କା କମାଇଦେବେ।

ଗୋଟିଏ ସପ୍ତାହ ପୂର୍ବରୁ ପୁଣେ ରେ ନାରାୟଣଗଞ୍ଜରେ ରହୁଥିବା ଅନ୍ୟ ଜଣେ ଚାଷୀ ତୁକାରାମ ଭାଗୋଜୀ ଗୋଟିଏ ମାସରେ ୧୩ ହଜାର କ୍ରେଟ ଟମାଟୋ ବିକି ଦେଢ଼ କୋଟି ଟଙ୍କାରୁ ଅଧିକ ଅର୍ଥ ରୋଜଗାର କରିଥିଲେ। ତାଙ୍କ ପାଖରେ ୧୮ ଏକର ଜମି ରହିିଛି। ନିଜ ପୁଅ ବୋହୂଙ୍କ ସାହାଯ୍ୟରେ ସେ ୧୨ ଏକର ଜମିରେ ଟମାଟୋ ଲଗାଇଥିଲେ।

ତେବେ ରିପୋର୍ଟ ଅନୁସାରେ ଏହାକୁ ଦେଖି ତେଲେଙ୍ଗାନା ର ମହିପାଲ ପ୍ରଭାବିତ ହୋଇଥିଲେ। ୪୦ ବର୍ଷୀୟ ମହିପାଲ ମେଡକ ଜିଲାର କୋଡ଼ିପଲ୍ଲୀ ଗାଁର ବାସିନ୍ଦା। ପାଠ ପ୍ରତି ଏତେ ରୁଚି ନଥିଲା। ଶେଷରେ ସେ ସ୍କୁଲ ଛାଡ଼ି ଚାଷ କାମରେ ଆଗେଇଲେ। ଟମାଟୋ ଚାଷ କରି ପ୍ରଥମେ ସେ ହାଇଦ୍ରାବାଦ ମାକେର୍ଟରେ ଏହାକୁ ବିକ୍ରି କରି ଫାଇଦା ପାଇଲେ। ସେହି ସମୟରେ କିନ୍ତୁ ଆନ୍ଧ୍ର ପ୍ରଦେଶରୁ ହାଇଦା୍ରବାଦକୁ ଟମାଟୋ ସପ୍ଲାଏ ପର୍ଯ୍ୟାପ୍ତ ପରିମାଣରେ ହୋଇପାରୁ ନଥିଲା। ପରେ ସେ ମାର୍କେଟରେ ଟମାଟୋ ପଠାଇବା ଆରମ୍ଭ କଲେ। ସେ କିଲୋପ୍ରତି ୧୦୦ ଟଙ୍କା ଦରରେ ଟମାଟୋ ବିକି ୧୫ ଦିନରେ ପାଖାପାଖି ଦେଢ଼ ଲକ୍ଷରୁ ବି ଅଧିକ ଟଙ୍କା ରୋଜଗାର କଲେ।

ସତରେ ମହିପାଲଙ୍କ ଆତ୍ମବିଶ୍ୱାସ ଓ ଇଚ୍ଛା ଶକ୍ତି ଆଗରେ ପାଠ ପଢ଼ାବି ଫିକା ପଡ଼ିଛି। ପାଠ ନ ପଢ଼ି ମଧ୍ୟ ଜଣେ ଚାଷୀ ହୋଇ କୋଟିପତି ହୋଇପାରିଛନ୍ତି। ତେଣୁ ନିହାତି ଭାବେ ଏହି ଖବର ସମସ୍ତ ଚାଷୀଙ୍କୁ ପ୍ରେରଣା ଯୋଗାଇବ। ପାଠ ପଢ଼ିଲେ ହିଁ ଜଣେ ଭଲ ରୋଜଗାର କରିବ, ଏ କଥାକୁ ମହିପାଲ ଭୁଲ ଦର୍ଶାଇଛନ୍ତି। ତେଣୁ ନିଜ ଜ୍ଞାନ ତଥା ଇଚ୍ଛା ଓ ସ୍ୱପ୍ନକୁ ପ୍ରାଧାନ୍ୟ ଦିଅନ୍ତୁ। ଆତ୍ମବିଶ୍ୱାସ ରଖନ୍ତୁ। ଏମିତିରେ ସଫଳତା ହାସଲ କରିବା ସହଜ ହୋଇଯିବ।

D Sonali

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

13 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

19 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

33 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago