ସଙ୍କଟ ମୋଚନ ବନିଲା ୧୦ ବର୍ଷର ଝିଅ : ଅଗ୍ନିକାଣ୍ଡରୁ ରକ୍ଷା କଲା ଅନେକ ଜୀବନ

ଗତକାଲି ମୁମ୍ବାଇରେ ଏକ ବଡ ଧରଣର ଅଗ୍ନିକାଣ୍ଡ ହୋଇଛି । ପରେଲରେ ହିନ୍ଦମାତା ସିନେମା ହଲ୍ ନିକଟରେ ଥିବା କ୍ରିଷ୍ଟାଲ ଟାଓ୍ଵାରରେ ନିଆଁ ଲାଗି ୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୧୬ ଜଣ ଗୁରୁତର ହୋଇଛନ୍ତି ।ନିଆଁରେ କାବୁ ପାଇବା ପାଇଁ ଚେଷ୍ଟା କରିବା ସହ କ୍ରେନ୍ ସାହାଯ୍ୟରେ ଲୋକମାନଙ୍କୁ ସୁରକ୍ଷିତ ବାହାରକୁ ବାହାର କରାଯାଇଥିଲା । ତେବେ ଏହି ମୃତ୍ୟୁ ସଂଖ୍ୟା ବଢିଯାଇଥାନ୍ତା ଯଦି ୧୦ ବର୍ଷର କୁନି ଝିଅ ନିଜର ଉପସ୍ଥିତ ବୁଦ୍ଧି ଖଟାଇନଥାନ୍ତା ।

ଷଷ୍ଠ ଶ୍ରେଣୀରେ ପଢୁଥିବା ଏହି କୁନି ଝିଅ ଜୈନ୍ ସଦାବର୍ତ୍ତେ ସିଡିରେ ଫସିଥିବା ଲୋକମାନଙ୍କୁ ସଙ୍କଟମୋଚନ ହୋଇ ଜୀବନ ବଂଚାଇଛି । ସୂଚନା ଅନୁସାରେ, ତୃତୀୟ ଶ୍ରେଣୀରେ ପଢୁଥିବା ସମୟରେ ଫାୟାର୍ ସେଫ୍ଟି ବିଷୟରେ କୁହାଯାଇଥିଲା ଯାହା ଝିଅଟିର ମନେ ଥିଲା । ଆଉ ଏହି ଟିପ୍ସକୁ ଧ୍ୟାନରେ ରଖି ଲୋକମାନଙ୍କୁ ଓଦା ରୁମାଲ୍ ମୁହଁରେ ରଖି ନିଶ୍ବାସ ନେବାକୁ କହିଥିଲେ ।

ଏହା ସହ ପଢନ୍ତୁ ବୃଦ୍ଧାଶ୍ରମରେ ଜେଜେ ମା’ଙ୍କ ସହ ନାତୁଣୀର ମିଳନ : ଜାଣନ୍ତୁ ଫଟୋ ପଛର ଭାଇରାଲ୍ ସତ କଣ ?

ଝିଅଟିର କହିବା ଅନୁଯାୟୀ, ଯେତେବେଳେ ନିଆଁ ଲାଗିଲା ସେତେବେଳେ ସେ ଶୋଇଥିଲା । ଧୂଆଁ ହେବାରୁ ମା’ ତାକୁ ଉଠାଇଥିଲେ । ଭୟଙ୍କର ନିଆଁ ଯୋଗୁଁ ଚାରିଆଡେ ଧୂଆଁ ବ୍ୟାପି ଯାଇଥିଲା । ସୁରକ୍ଷିତ ରହିବା ପାଇଁ ଯିଏ ଯେଉଁଆଡେ ଚାଲିଯାଇଥିଲେ । କିନ୍ତୁ ସିଡିରେ ଫସିଥିବା ଆହତ ମାନଙ୍କୁ ଛାଡି ଯାଇପାରିନଥିଲେ ଜୈନ । ଆଉ ନିଜ ଉପରେ ନିୟନ୍ତ୍ରଣ ରଖି ଲୋକମାନଙ୍କୁ ଓଦା ରୁମାଲ୍ ଦେବା ସହ ଏହାକୁ ମୁହଁରେ ରଖି ନିଶ୍ବାସ ନେବାକୁ କହିଥିଲା ଏହି କୁନି ଝିଅଟି । ଯାହା ଫଳରେ ଧୂଆଁରୁ ନିଜକୁ ବଂଚାଇପାରିଥିଲେ ଅନେକ ଲୋକ । ଏହାପରେ କ୍ରେନ୍ ସାହାଯ୍ୟରେ ସେମାନଙ୍କୁ ବାହାର କରାଯାଇଥିଲା ।