ସ୍ପେଶାଲ

ଶୂନ୍ୟରେ ଉଡିଲା ଟେସଲା କାର, ଖତରନାକ ଭିଡିଓ ଦେଖିଲେ ଟାଙ୍କୁରୀ ଉଠିବ ଲୋମ

ସମ୍ପୂର୍ଣ୍ଣ ଖବର ଜଣାଇବା ପୂର୍ବରୁ ଆପଣଙ୍କୁ ପ୍ରଥମେ ସତର୍କ କରାଇଦେଉଛୁ ଯେ କୌଣସି ପ୍ରକାର ଷ୍ଟଣ୍ଟ ନିଜେ କରନ୍ତୁନାହିଁ। ଏଥିପାଇଁ ପରଫେକ୍ଟ ପ୍ରାକ୍ଟିସ ଏବଂ ଗାଇଡ ଦରକାର ପଡିଥାଏ। ଏହାଦ୍ୱାରା ଆପଣଙ୍କସହ ଅନ୍ୟମାନଙ୍କ ଜୀବନକୁ ମଧ୍ୟ ବିପଦରେ ପକାଇ ପାରନ୍ତି। ଟେସଲା କାର, ଯାହା ଦୁନିଆରେ ନିଜର ସେଫ୍ଟି, ସ୍ପିଡ ଏବଂ ଅଟୋମେଟିକ ଡ୍ରାଇଭିଙ୍ଗ ମୋଡ୍‌ ପାଇଁ ବେଶ ଜଣାଶୁଣା। କିନ୍ତୁ ଟେସଲା କାରକୁ ବ୍ୟକ୍ତି ଶୂନ୍ୟରେ ଉଡାଇଦେଇଛନ୍ତି। ବ୍ୟକ୍ତି ଜଣଙ୍କ ଏହି କାରରେ ଏମିତି ଖତରନାକ ଷ୍ଟଣ୍ଟ କରିଛନ୍ତି ଯେ, ଯିଏବି ଏ ଦୃଶ୍ୟକୁ ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ବର୍ତ୍ତମାନ ଇଣ୍ଟରନେଟରେ ଏହି ଭିଡିଓ ଜୋରସୋରରେ ଭାଇରାଲ ହେଉଛି। ଯାହାକୁ ଦେଖି ଆପଣଙ୍କୁ ବି ଏହା ଲାଗିବ ଯେ ଏହା କୌଣସି ହଲିଉଡ୍‌ ଫିଲ୍ମର ସୁଟିଙ୍ଗ ବୋଧ ହୁଏ ଚାଲିଛି।

ଭିଡିଓଟି ହେଉଛି ଆମେରିକାର ଲସ୍‌ ଆଞ୍ଜେଲିସର ବୋଲି କୁହାଯାଉଛି। ଭିଡିଓ ଭାଇରାଲ ହେବା ପରେ ହିଁ ପୋଲିସ ଏହି ଘଟଣାର ଯାଞ୍ଚରେ ଲାଗିଛି। ଏଥିରେ ଦେଖିବାକୁ ମିଳୁଛି ଯେ ଏକ କାର ଯାହାକି ଟେସଲା କାର ଭଳି ଦେଖାଯାଉଛି। ନର୍ମାଲ ଚାଲୁଥିବା ଏହି କାର ଅଚାନକ ଡ୍ରାଇଭର ଏହାର ରେସକୁ ଅଧିକ କରିଦେଲେ, ଆଉ ଏହାପରେ କାର ଏକଦମ୍‌ ଫିଲ୍ମ ଷ୍ଟାଇଲରେ ଜମ୍ପ୍‌ କରୁଛି। ଆଉ ଶୂନ୍ୟରେ ଉଡି ଯାଇକି କିଛି ଦୂରରେ କଚାଡି ହୋଇ ପଡୁଛି। ପ୍ରାୟ ୫୦ ଫୁଟ ଦୂରତାରେ କାରଟି ଜମ୍ପ୍‌ କରି ଯାଇ ପଡୁଥିବା ଦେଖିବାକୁ ମିଳୁଛି।

ଯେତେବେଳେ କାର ଶୂନ୍ୟରେ ଉଡିଲା ସେତେବେଳେ ସବୁଠାରୁ ମୁସକିଲ କାମ ତଳେ ଲ୍ୟାଣ୍ଡ କରିବା ଥିଲା। ଭିଡିଓରେ ଦେଖିପାରିବେ ଯେ ଯେତେବେଳେ କାରଟି ଲ୍ୟାଣ୍ଡିଙ୍ଗ କରୁଛି ସେତେବେଳେ ଗାଡିର ସାମ୍ନା ଭାଗ ମାଟିରେ ପିଟି ହେଉଛି। ଅର୍ଥାତ୍‌ ଯଦି ଟିକିଏ ବି ଭୁଲ ହୋଇଯାଇଥାନ୍ତା ତାହେଲେ କାର ସିଧା ଓଲଟିଯାଇଥାନ୍ତା। କିନ୍ତୁ କାରଟି ପରଫେକ୍ଟ ଭାବେ ଲ୍ୟାଣ୍ଡ କରୁଛି ହେଲେ କାରର ବମ୍ପର ଭାଙ୍ଗି ଯାଉଛି। ଆଉ ପରେ ସାମ୍ନା ଭାଗ ବୋନଟ ମଧ୍ୟ ଖୋଲିଯାଉଛି ଏବଂ ଆଗରେ ପଡିଥିବା ଡବା ସହିତ ଟକ୍କର ଖାଉଛି। ତେବେ ଏହି ଲୋମଟାଙ୍କୁରା ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

Pritiparna

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

5 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

11 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

20 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

20 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

38 mins ago