ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇବାକୁ ପଛାଉ ନାହାନ୍ତି । ବିପଜ୍ଜନକ ଷ୍ଟଣ୍ଟ କରି ଭାଇରାଲ ହେବା ପାଇଁ ଚେଷ୍ଟା କରୁଛନ୍ତି ଯୁବପିଢ଼ି । ନିକଟରେ ଦୁଇ ଜଣ ଯୁବକ ଦୁଇଟି ଥାର ଗାଡ଼ିକୁ ନେଇ ସମୁଦ୍ରରେ ରିଲ୍ସ କରୁଥିଲେ । କିନ୍ତୁ କିଛି ସମୟ ଭିତରେ ହିଁ ତାଙ୍କ ଗାଡ଼ି ବୁଡ଼ିବାକୁ ଲାଗିଲା । ଗାଡ଼ିକୁ ଆଣିବା ପାଇଁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ସେମାନ ଗାଡ଼ିକୁ ବାହାର କରିପାରି ନଥିଲେ । ସ୍ଥାନୀୟ ଲୋକମାନେ ଉଭୟ ଯୁବକଙ୍କ ଜୀବନ ବଞ୍ଚାଇଥିଲେ। ପରେ ସେମାନଙ୍କ ଗାଡିକୁ ମଧ୍ୟ ବାହାରକୁ ଅଣାଯାଇଥିଲା । ଏ ଘଟଣାକୁ ନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଉଭୟ ଯୁବକଙ୍କ ବିରୋଧରେ ମାମଲା ଦାୟର ହୋଇଛି ।

ଏଭଳି ଅଭାବନୀୟ ଘଟଣା ଗୁଜୁରାଟରୁ ସାମ୍ନାକୁ ଆସିଛି । ଦୁଇ ଜଣ ଯୁବକ ରିଲ୍ସ ପାଇଁ ଏମିତି କରିଥିବା ଜଣା ପଡ଼ିଛି । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଥାର୍ ଗାଡ଼ି ଗଭୀର ପାଣିରେ ଫସି ରହିଥିବା ଦେଖିବାକୁ ମିଳିଛି । ଗୋଟିଏ ଥାର ଲାଲ୍ ରଙ୍ଗର ହୋଇଥିବା ବେଳେ ଅନ୍ୟଟି ଧଳା ରଙ୍ଗର ରହିଛି । ଉଭୟ ଗାଡି ଭିତରେ ପାଣି ପଶିବା ସହ ଗାଡ଼ିର ଚକ ସମୁଦ୍ର ବାଲିରେ ଫସି ଯାଇଥିଲା । ଯେଉଁ କାରଣରୁ ଗାଡ଼ିକୁ ବାହାର କରିପାରି ନଥିଲେ ଯୁବକ । ପୋଲିସ ଉଭୟ ଗାଡ଼ିକୁ ଜବତ କରିଛି। ଉଭୟଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ।