ସ୍ୱପ୍ନ ଶାସ୍ତ୍ର: ଯଦି ଆପଣଙ୍କୁ ସ୍ୱପ୍ନରେ ଭଗବାନ ଦର୍ଶନ ଦେଉଛନ୍ତି, ତା’ହେଲେ ଜାଣି ରଖନ୍ତୁ କ’ଣ ହୋଇଥାଏ ଏହି ଦର୍ଶନର ଅର୍ଥ

ନିଦରେ ଆମେ ଦେଖୁଥିବା ସ୍ୱପ୍ନର ଖାସ୍‌ ଅର୍ଥ ରହିଥାଏ। ଏହି ସ୍ୱପ୍ନ ଅନେକଗୁଡ଼ିଏ ଶୁଭ-ଅଶୁଭର ସଙ୍କେତ ଦେଇଥାଏ। ତେବେ କିଛି ସ୍ୱପ୍ନ ଆମକୁ ପ୍ରାୟତଃ କମ୍‌ ଦେଖା ଦେଇଥାଏ, ଯେମିତିକି ସ୍ୱପ୍ନରେ ଦେବୀ, ଦେବତାଙ୍କର ଦର୍ଶନ ମିଳିବା। ସ୍ୱପ୍ନରେ ଅଲଗା ଅଲଗା ଭଗବାନ ଦେଖା ଦେଉଥିଲେ, ଏହାର ଅଲଗା ଅଲଗା ଅର୍ଥ ରହିଥାଏ। ଆସନ୍ତୁ ଜାଣିବା ସ୍ୱପ୍ନ ଶାସ୍ତ୍ର ମୁତାବକ, ସ୍ୱପ୍ନରେ ଭଗବାନଙ୍କ ଦର୍ଶନ ମିଳିବା କ’ଣ ସଙ୍କେତ ଦେଇଥାଏ।

ସ୍ୱପ୍ନରେ ଭଗବାନ ଶିବଙ୍କ ଦର୍ଶନ ମିଳିବା: ସ୍ୱପ୍ନରେ ଯଦି ଶିବଲିଙ୍ଗର ଦର୍ଶନ ମିଳୁଛି, ତା’ହେଲେ ଏହାର ଅର୍ଥ ହେଉଛି କି, ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଶେଷ ହେବାକୁ ଯାଉଛି। ଏଥି ସହିତ ଆପଣଙ୍କୁ ଖୁବ୍‌ ପଇସା ଓ ମାନ୍ୟତା ମିଳିବାକୁ ଅଛି। ସେହିପରି ଏହା ଭଗବାନ ଶିବଙ୍କର ସାକାର ରୂପ ଦେଖିବାର ଭଲ ସମୟ ବୋଲି ଦର୍ଶାଉଛି।

ମା’ ଦୁର୍ଗାଙ୍କ ଦର୍ଶନ: ଯଦି ସ୍ୱପ୍ନରେ ମା’ ଦୁର୍ଗା ଲାଲ୍‌ ବସ୍ତ୍ରରେ ଦର୍ଶନ ଦେଉଛନ୍ତି, ତା’ହେଲେ ଏହା ବହୁତ ଶୁଭ ବୋଲି ଧରାଯାଏ। ଏହା ଜୀବନର ସବୁ କ୍ଷେତ୍ରରେ ଭାଗ୍ୟ ଚମକାଇବା ଭଳି ସ୍ୱପ୍ନ ହୋଇଥାଏ, ସେ ପାରିବାରିକ ଜୀବନ ହେଉ କି କ୍ୟାରିୟର। ସେହିପରି ମା’ ଦୁର୍ଗାଙ୍କ ସହିତ ଦୌଡ଼ୁଥିବା ସିଂହ ଦେଖିଲେ ଏହା କୌଣସି ସମସ୍ୟା ଆସିବାର ସଙ୍କେତ ହୋଇଥାଏ।

ସ୍ୱପ୍ନରେ ଭଗବାନ ରାମ ଦେଖାଯିବା: ସ୍ୱପ୍ନରେ ଭଗବାନ ରାମ ଦର୍ଶନ ଦେଲେ, ଏହା ଦାୟିତ୍ୱ ବଢ଼ିବାର ସଙ୍କେତ ହୋଇଥାଏ। ଏମିତି ସ୍ୱପ୍ନ ଉନ୍ନତି ପ୍ରଦାନ କରିଥାଏ।

ଭଗବାନ କୃଷ୍ଣ ଦେଖାଯିବା: ଯଦି ସ୍ୱପ୍ନରେ ଆପଣ ଭଗବାନ କୃଷ୍ଣଙ୍କୁ ଦେଖୁଛନ୍ତି, ତା’ହେଲେ ଆପଣଙ୍କ ଜୀବନରେ ପ୍ରେମର ଫୁଲ ଫୁଟିବାର ଏହା ସଙ୍କେତ ହୋଇଥାଏ। ଏଥି ସହିତ ଏହା ସଫଳତାକୁ ଈଶାରା ମଧ୍ୟ ଦେଇଥାଏ।

ସ୍ୱପ୍ନରେ ମା’ ଲକ୍ଷ୍ମୀ ଆସିବା: ଧନର ଦେବୀ ମା’ ଲକ୍ଷ୍ମୀଙ୍କର କୃପା ପାଇବାର ଲାଳସା ସମସ୍ତଙ୍କ ମଧ୍ୟରେ ରହିଥାଏ। କମଳ ଆସନରେ ବସିଥିବା ମା’ ଲକ୍ଷ୍ମୀ ଯଦି ସ୍ୱପ୍ନରେ ଦେଖା ଦିଅନ୍ତି, ତ ବ୍ୟକ୍ତିଙ୍କୁ ଅଗଣିତ ଧନ ଦୌଲତ ମିଳିଥାଏ। କୌଣସି ବ୍ୟବସାୟୀଙ୍କୁ ଯଦି ଏମିତି ସ୍ୱପ୍ନ ଆସେ, ତା’ହେଲେ ବହୁତ ବଡ଼ ଧନ ଲାଭ ହୋଇଥାଏ।

ଭଗବାନ ବିଷ୍ଣୁ ଦେଖା ଦେଲେ: ଯଦି ସ୍ୱପ୍ନରେ ଭଗବାନ ବିଷ୍ଣୁ ଦେଖା ଦେଉଛନ୍ତି, ତା’ହେଲେ ଭାବି ନିଅନ୍ତୁ ଆପଣଙ୍କ ଭାଗ୍ୟ ଚମକିବାକୁ ଯାଉଛି। ଏହା ବଡ଼ ସଫଳତା ମିଳିବାର ସଙ୍କେତ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.