କତାଶିଳ୍ପର ହେବ ବିକାଶ, ଅଦରକାରୀ କତାରେ ତିଆରି କରାଯାଇପାରିବ ଘରର ଅତ୍ୟାବଶକୀୟ ଜିନିଷ

କତାଶିଳ୍ପର ହେବ ବିକାଶ । ଅଦରକାରୀ କତାରେ ତିଆରି କରାଯାଇପାରିବ ଘରର ବିଭିନ୍ନ ଅତ୍ୟାବଶକୀୟ ଜିନିଷ । ଟେବୁଲ ଚୈାକି ଠାରୁ ଆରମ୍ଭ କରି ଫୁଲ ଦାନୀ ପର୍ଯ୍ୟନ୍ତ ସବୁକିଛି ନିଜ ହାତରେ ତିଆରି କରି ବ୍ୟବହାର କରି ପାରିବେ । ଏଭଳି ଆଭିମୁଖ୍ୟ ନେଇ ପୁରୀ ଜିଲ୍ଲା ପିପିଲି ବ୍ଲକ ମଙ୍ଗଳପୁରଠାରେ ଭୂବନେଶ୍ଵର କତା ବୋର୍ଡ଼ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଓଡ଼ିଶାରେ କତାଶିଳ୍ପ ପ୍ରୟୋଗ ଏବଂ ପରିବେଶ ଉପରେ ଏହାର ପ୍ରଭାବ କିଭଳି ରହିବ ସେ ସମ୍ପର୍କରେ କତା କାରୀଗରମାନଙ୍କୁ ନେଇ ଏକ କର୍ମଶାଳା ଆୟୋଜନ କରାଯାଇଥିଲା । ଆମେ ଦୈନଦିନ ଜୀବନରେ ନଡ଼ିଆ କତାକୁ ବ୍ୟବହାର କରୁଥିବାବେଳେ ଅନେକ ଏହାକୁ ଜାଳେଣି ଭାବରେ ବ୍ୟବାହାର କରୁଛନ୍ତି । ତେବେ ଏହାକୁ ନିଆଁରେ ନ ପୋଡ଼ି ଏଥିରେ ବିଭିନ୍ନ ପ୍ରକାରର ଘରର ଜିନିଷ ତିଆରି କରିହେବ । ସେ ସମ୍ପର୍କରେ କାରଗୀରମାନେ ପ୍ରଶିକ୍ଷଣ ନେଇଥିଲେ । ଏଠାରୁ ଶିକ୍ଷା ଗ୍ରହଣ କରିବା ପରେ ନିଜେ କାର୍ଯ୍ୟ କରିବା ସହିତ ଅନ୍ୟମାନଙ୍କୁ ଏହି କାର୍ଯ୍ୟ ଶିକ୍ଷାଦାନ ଦେବେ ବୋଲି କହିଛନ୍ତି କାରୀଗରମାନେ ।
ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଖଦି ବୋର୍ଡ଼ ପୁରୀ ଜିଲ୍ଲା ଶିଳ୍ପ ଉଦ୍ୟୋଗ ଜାତୀୟ ଅନୁସିଚିତ ଜାତି ଓ ଜନଜାତି ବିଭାଗ ସଂସ୍ଥାନର ମିଳିତ ସହଯୋଗରେ ଏହି କର୍ମଶାଳା ଆୟୋଜନ କରାଯାଇଥାଏ । ଏଥିରେ ପୁରୀ ଜିଲ୍ଲାର ପିପିଲି ନିମାପଡ଼ା ଏବଂ ସତ୍ୟବାଦୀ ବ୍ଲକର ଦୁଇ ଶହରୁ ଉର୍ଦ୍ଧ୍ଵ କାରୀଗରମାନେ ଯୋଗଦେଇ କତାରେ କତାଜାଲି ପାପୋଛ ବିଭିନ୍ନ ପ୍ରକାରର ଫ୍ଲଏ ଡ଼ୋର, ତକାଟେବୁଲ ଚୈାକି, ଖେଳନା ବିଭିନ୍ନ ପ୍ରକାରର ଅଳଙ୍କାର, କତାଗାଲିଚା ଘାସ, ଗାଲିଚା ଫୂଲ ଦାନୀ, ଫୁଲ କୁଣ୍ଡ, ମନୁଷ୍ୟ ପିନ୍ଧିବା ପାଇଁ ଜାକେଟ, ଚପଲ, ଶୋଇବା ଗଦି,ସୋଫା ସେଟ ଆଦି ଅନେକ ପ୍ରକାରର ଘରୋଇ ଜିନିଷକୁ କାରୀଗରମାନେ ନିଜ ହାତରେ ତିଆରି କରି ପ୍ରଦର୍ଶିତ କରିଥିଲେ ।
ଏହି କତାରେ ତିଆରି ସାମଗ୍ରୀକୁ ବ୍ୟବହାର କଲେ କତା ଶିଳ୍ପର ବିକାଶ ସାଙ୍ଗକୁ ଆମେ ପ୍ଲାଷ୍ଟିକ ଠାରୁ ଦୂରେଇ ରହିବ ସହିତ ସୁସ୍ଥ ପରିବେଶ ସୃଷ୍ଟି କରିପାରିବା । ଏହା ହେଲେ ଆମେ ଏକ ସୁସ୍ଥ ପୃଥୀବୀ ଆଡ଼କୁ ଅଗ୍ରସର ହୋଇ ପାରିବା ।