ଶୁକ୍ରଙ୍କ ଶୁଭ ସ୍ଥିତି ବ୍ୟକ୍ତିଙ୍କୁ ସମୃଦ୍ଧଶାଳୀ ଓ ଧନବାନ ବନାଇଥାନ୍ତି,ଏହି ଉପାୟରେ ଏହି ଗ୍ରହକୁ କରନ୍ତୁ ମଜବୁତ

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ଧନ ଓ ସନ୍ତୁଷ୍ଟି କାରକ ଗ୍ରହ ମନାଯାଇଥାଏ । ଏହା ବୃଷ ଓ ତୁଳା ରାଶିର ସ୍ୱାମୀ କାରକ ଗ୍ରହ ଅଟନ୍ତି । ଯାହାଙ୍କ କୁଣ୍ଡଳୀରେ ଶୁକ୍ର ଉଚ୍ଚ ହୋଇଥାନ୍ତି, ଏହି ଲୋକଙ୍କୁ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ ହୋଇଥାଏ । କୁଣ୍ଡଳୀରେ ମଜବୁତ ଶୁକ୍ର ଥିବା ଲୋକ ଜୀବନରେ ଖୁବ ଧନ,ଆଭୂଷଣ, ସମ୍ପତ୍ତି ଓ ବହୁ ସୁଖ ସୁବିଧାର ଅଧିକାରୀ ହୋଇଥାନ୍ତି ।

ଏହି ଲୋକ ସର୍ବଦା ନିଜ ପ୍ରଫେସନରେ ବଡ଼ ପଦ ଅଧିକାର କରିଥାନ୍ତି । ଏମାନଙ୍କ କମ୍ୟୁନିକେସନ ବହୁତ ଭଲ ରହିଥାଏ । ଏହି ଲୋକ ଫିଲ୍ମ ଜଗତରେ ଡାଇରେକ୍ଟର, ପ୍ରଡ୍ୟୁସର, ଡ୍ୟାନ୍ସର ଓ ସିଙ୍ଗର ଆଦି ହୋଇଥାନ୍ତି । ଜାଣନ୍ତୁ ଏହି ଗ୍ରହକୁ ମଜବୁତ କରିବାର ଉପାୟ ।

ଶୁକ୍ର ଗ୍ରହକୁ ମଜବୁତ କରିବାର ଉପାୟ :

• ଶୁକ୍ରକୁ ମଜବୁତ କରିବା ପାଇଁ ହେଲେ କୌଣସି କନ୍ୟାକୁ ଧଳା ରଂଗର ବସ୍ତୁ ଯେମିତି ଚନ୍ଦନ, ରୁପା, ଘିଅ, ଦହି,ଚାଉଳ, କପଡା, ଫୁଲ ଓ ଚିନି ଆଦି ଦାନ କରନ୍ତୁ ।

• ଶୁକ୍ରବାର ଦିନ ଧନ ଦେବୀ ମା’ ଲକ୍ଷ୍ମୀଙ୍କୁ ମନାଯାଇଥାଏ । ତେଣୁ ଏହି ଦିନ ଧୂପ, ଦୀପ ଓ ଭୋଗ ଦେଇ ମାତା ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ ।

• ଶୟନ କକ୍ଷରେ ରୁପା ପାତ୍ରରେ ଧଳା ଚନ୍ଦନ ଓ ଧଳ ପଥର କିଛି ଖଣ୍ଡ ରଖନ୍ତୁ ।

• ଘରର ଆଖ ପାଖରେ ଧଳା ଫୁଲ ଲଗାନ୍ତୁ ।

• ଶୁକ୍ରକୁ ମଜବୁତ କରିବା ପାଇଁ ଘରେ ତୁଳସୀ ଗଛ ଲଗାନ୍ତୁ ।

• ଗରୀବଙ୍କୁ ରୁଟି ଓ ତରକାରୀ ଦାନ କରନ୍ତୁ ।

• ଧଳା ଗାଇକୁ ସବୁଜ ଘାସ ଖୁଆନ୍ତୁ ।

• ଶୁକ୍ର ବୀଜ ମନ୍ତ୍ର ଜପ କରନ୍ତୁ ।

• ଜ୍ୟୋତିଷଙ୍କ ପରାମର୍ଶରେ କନିଷ୍ଟ ଆଙ୍ଗୁଳିରେ ହୀରା ଧାରଣ କରନ୍ତୁ । ହୀରା ଧାରଣ କରିବାରେ ଅସଫଳ ହେଲେ ଆମେରିକାନ ଡାଇମଣ୍ଡ ପିନ୍ଧିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.