ସ୍ପେଶାଲ

ଧନ୍‌ତେରସ୍‌ରେ ଶ୍ରୀହରି ବିଷ୍ଣୁ ବଳି ବନ୍ଧନରୁ ମୁକ୍ତ ହୋଇଥିଲେ, ଜାଣନ୍ତୁ ଏହି ଦିନର ବିଶେଷତ୍ୱ

ଦକ୍ଷିଣ ଭାରତରେ ରାଜା ବଳି ଓ ବାମନ ପୂଜା ପ୍ରଥା ପ୍ରଚଳନ ରହିଛି । ଧନ୍‌ତରେସ୍‌, ନରକ ଚତୁର୍ଦ୍ଦଶୀ ଓ ଓଣମ୍‌ ପର୍ବ ରାଜା ବଳିଙ୍କ ସ୍ମୃତିରେ କରାଯାଇଥାଏ । ରାଜା ବଳିଙ୍କୁ କେରଳରେ ‘ମାବେଲୀ’ କୁହାଯାଏ । ସଂସ୍କୃତରେ ଏହାକୁ ‘ମହାବଳି’ କୁହାଯାଏ । କଥା ଅନୁସାରେ ରାଜା ମହାବଳି ସ୍ୱର୍ଗରେ ବିଜୟ ପ୍ରାପ୍ତ କରିବା ପରେ ୧୦୦ ଅଶ୍ୱମେଧ ଯଜ୍ଞ କରିବାକୁ ଯୋଜନା କରିଥିଲେ । ଏପରି ଯଜ୍ଞ ଦ୍ୱାରା ବଳି ଅଜେୟ ହୋଇଯିବେ ଆଶଙ୍କା କରି ଦେବତାମାନେ ଭୟଭୀତ ହୋଇଗଲେ । ବିନା ଅମୃତ ପିଇ ମଧ୍ୟ ରାଜା ବଳି ଏତେ ମାୟାବି ହୋଇଯାଇଥିଲେ ଯେ ତାଙ୍କୁ ମାରିବା ପାଇଁ କାହାର ଶକ୍ତି ନଥିଲା ।

ତେଣୁ ଭଗବାନ ବିଷ୍ଣୁ ଋଷି କଶ୍ୟପଙ୍କ ପତ୍ନୀ ଅଦିତଙ୍କ ଗର୍ଭରୁ ବାମନ ରୂପରେ ଜନ୍ମ ହୋଇ ବଳିଙ୍କୁ ଦାନ ମାଗିବାକୁ ପହଞ୍ଚିଲେ । ଶୁକ୍ରାଚାର୍ଯ୍ୟ ବାମନଙ୍କୁ ଚିହ୍ନି ପାରି ଦାନ ନଦେବାକୁ ବଳିଙ୍କୁ କହିଲେ । ହେଲେ ବଳି ଧର୍ମାତ୍ମା ହୋଇଥିବାରୁ ଦାନ ପାଇଁ ଆସିଥିବା କୈାଣସି ବ୍ୟକ୍ତିଙ୍କୁ ଖାଲି ହାତରେ ଫେରାଇବାକୁ ଦେବେନାହିଁ ବୋଲି କହିଥିଲେ । ଭଗବାନ ପ୍ରଥମେ ତାଙ୍କୁ ସତ୍ୟ କରାଇବା ପରେ ୩ ପାଦ ଭୂମି ମାଗିଥିଲେ । ବଳି ସତ୍ୟ କରିବା ପରେ ଭଗବାନ ବିଷ୍ଣୁ ନିଜର ବିରାଟ ରୂପ ଦେଖାଇଲେ ।

ଗୋଟିଏ ପାଦ ପୃଥିବୀକୁ ଓ ଅନ୍ୟ ପାଦ ଆକାଶକୁ ଆଚ୍ଛାଦିତ କଲାପରେ ଅନ୍ୟ ପାଦ ପାଇଁ ଯାଗା ମାଗିଲେ । ହେଲେ ଅନ୍ୟ ପାଦ ପାଇଁ ସ୍ଥାନ ନପାଇ ବଳି ନିଜର ମସ୍ତକ ଦେଖାଇଦେଲେ । ଫଳରେ ଶ୍ରୀବିଷ୍ଣୁ ବଳିଙ୍କ ମୁଣ୍ଡରେ ପାଦ ଦେଇ ପାତାଳ ପୁରକୁ ପଠାଇଦେଲେ । ଏଥିସହ କଳିଯୁଗ ଶେଷ ପର୍ଯ୍ୟନ୍ତ ପାତାଳ ପୁରୀରେ ରାଜା ହୋଇ ରହିବାକୁ ଆଶିର୍ବାଦ ଦେଲେ ।

ତା’ପରେ ବଳି ମଧ୍ୟ ଶ୍ରୀବିଷ୍ଣୁଙ୍କୁ ଏକ ବର ମାଗିଲେ ଯେ ଯଦି ମୋତେ ରାଜା ହେବାକୁ ବର ଦେଲେ ତେବେ ଆପଣ ମଧ୍ୟ ମୋ ସହ ରହିବେ ବୋଲି କହିଲେ । ନିଜ ଭକ୍ତର ଅନୁରୋଧ ରକ୍ଷା କରି ଶ୍ରୀବିଷ୍ଣୁ ବଳିଙ୍କ ସହ ପ୍ରହରୀ ଭାବେ ପାତାଳପୁରୀରେ ରହିବାକୁ ଲାଗିଲେ । ଏପଟେ ବୈକୁଣ୍ଠରେ ସବୁ ଦେବଦେବୀ ଓ ମା’ ଲକ୍ଷ୍ମୀ ଚିନ୍ତିତ ହୋଇଗଲେ । ଫଳରେ ନାରଦ ମୁନୀଙ୍କ ପରାମର୍ଶରେ ମା’ ଲକ୍ଷ୍ମୀ ବେଶ ବଦଳାଇ ବଳିଙ୍କୁ ଭାଇ ଭାବରେ ଗ୍ରହଣ କଲେ ।

ବଳି ରାଜି ହେବା ପରେ ମା’ ଲକ୍ଷ୍ମୀ ତାଙ୍କୁ ନିଜର ପ୍ରିୟ ବସ୍ତୁ ମାଗିଲେ । ବଳି ଭଗବାନ ଶ୍ରୀବିଷ୍ଣୁ ତାଙ୍କର ପ୍ରିୟ କହିବାରୁ ମା’ ଲକ୍ଷ୍ମୀ ତାଙ୍କର ସ୍ୱରୁପକୁ ଆସିଲେ । କହିଲେ ତୁମେ ମୋର ଭାଇ ହୋଇଥିବାରୁ ମୁଁ କିପରି ସ୍ୱାମୀ ବିନା ଏକା ରହିବି କୁହନ୍ତୁ । ପରେ ବଳି ଶ୍ରୀବିଷ୍ଣୁଙ୍କୁ ମୁକ୍ତ କଲେ ଓ କହିଲେ ‘ଯଦି ଭଉଣୀ ଓ ଭିଣୋଇ ଘରକୁ ଆସିଛନ୍ତି ତ ମୋତେ ସେବା କରିବାର ଅବସର ଦିଅନ୍ତୁ । ଏଠାରେ କିଛି ଦିନ ରୁହନ୍ତୁ । ’ ସେହି ଅନୁସାରେ ଶ୍ରାବଣ ପୂର୍ଣ୍ଣିମା ରକ୍ଷାବନ୍ଧନ ଠାରୁ କାର୍ତ୍ତିକ ମାସ ତ୍ରୟୋଦଶ ତିଥି ‘ଧନ୍‌ତେରସ୍‌’ ଯାଏ ଶ୍ରୀବିଷ୍ଣୁ ଓ ମା’ ଲକ୍ଷ୍ମୀ ପାତାଳପୁରରେ ବଳି ସହ ରହିଲେ ।

ଧନ୍‌ତେରସ୍‌ ପରେ ଯେବେ ଶ୍ରୀବିଷ୍ଣୁ ପାତାଳ ପୁରରୁ ଫେରିଲେ ସେଦିନ ସାରା ତ୍ରିଲୋକରେ ଦୀପ ପର୍ବ ପାଳନ କରାଯାଇଥିଲା । କୁହାଯାଏ ପ୍ରତିବର୍ଷ ରକ୍ଷାବନ୍ଧନ ଠାରୁ ଧନ୍‌ତେରସ୍‌ ଯାଏ ଶ୍ରୀବିଷ୍ଣୁ ମା’ ଲକ୍ଷ୍ମୀଙ୍କ ସହ ପାତାଳ ପୁରରେ ରାଜା ବଳିଙ୍କ ଘରେ ରହିଥାନ୍ତି । ତେଣୁ ତ୍ରୟୋଦଶ ତିଥି ଠାରୁ ଅମାବାସ୍ୟା ଯାଏ ୩ ଦିନ ଅତ୍ୟନ୍ତ ଶୁଭ ମନାଯାଏ । ଏହି ୩ ଦିନ ଘର ସଫା କରି ରଙ୍ଗୋଲି ସହ ଦୀପ ଜଳାଇ ମା’ ଲକ୍ଷ୍ମୀଙ୍କ ପୂଜା ଆରାଧନା କଲେ ମା’ ସନ୍ତୁଷ୍ଟ ହୋଇଥାନ୍ତି ଓ ଘର କେବେ ଛାଡି ଯାଇନଥାନ୍ତି ।

Niharanjan

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

52 mins ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

5 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

5 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

5 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

5 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

5 hours ago