ଗର୍ଭବତୀ ମହିଳାଙ୍କର ମିଳିଲା ମୃତଦେହ, ଗର୍ଭରୁ ଗାୟବ ଥିଲା ଗର୍ଭାଶୟ; ପେଟରେ ବି ମିଳିଲାନି ଅପରେଶନର କୌଣସି ଚିହ୍ନ

ବ୍ରାଜିଲରେ ଏକ ଅଜବ ଧରଣର ହତ୍ୟା ଘଟଣା ସାମ୍ନାକୁ ଆସିଛି। ଏଠାରେ ୮ ମାସର ଜଣେ ଗର୍ଭବତୀ ମହିଳା କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। କିଛିଦିନ ପରେ ପୋଲିସକୁ ତାଙ୍କ ମୃତଦେହ ମିଳିଥିଲା, କିନ୍ତୁ ପେଟରୁ ତାଙ୍କ ଗର୍ଭାଶୟ ଗାୟବ ଥିଲା। ଏପରିକି, ପେଟରେ ଅପରେଶନର କୌଣସି ବି ଚିହ୍ନବର୍ଣ୍ଣ ନ ଥିଲା। ରିପୋର୍ଟ ମୁତାବକ, ମୃତ ଯୁବତୀଙ୍କ ନାଁ ଥାୟସା କ୍ୟାପୋସ୍‌ ଡାସ୍‌ ସ୍ୟାଣ୍ଟୋସ୍‌(୨୩)। ଥାୟସା ଗତବର୍ଷ ସେପ୍ଟେମ୍ବର ୩ ତାରିଖ ରାତିରେ ହଠାତ୍‌ ନିଖୋଜ ହୋଇଯାଇଥିଲେ। ଘଟଣାର ଏକ ସପ୍ତାହ ପରେ ଅର୍ଥାତ୍‌ ୧୦ ସେପ୍ଟେମ୍ବରରେ ତାଙ୍କ ମୃତଦେହ ଏକ ରେଲେଓ୍ଵ ଲାଇନ୍‌ ପାଖରେ ମିଳିଥିଲା। ମୃତଦେହଟି ସମ୍ପୂର୍ଣ୍ଣ ଭାବେ ପଚିସଢ଼ି ଯାଇଥିଲା।

ପୋଲିସ ମୃତଦେହକୁ ଚିହ୍ନଟ କରି ତାଙ୍କ ଘର ଲୋକଙ୍କୁ ଖବର ଦେଇଥିଲା। ଆଉ ଏହା ମଧ୍ୟ ଜଣାଇ ଦେଇଥିଲା କି, ସେ ଗର୍ଭବତୀ ଥିଲେ। ଯେତେବେଳେ ପୋଲିସ ମୃତାଙ୍କ ମୃତଦେହର ମେଡିକାଲ ଯାଞ୍ଚ କରେଇଥିଲା, ତ ତାଙ୍କ ଗର୍ଭ ଖାଲି ଥିବା ଜାଣିବାକୁ ପାଇଥିଲା। ଯଦି ଥାୟସା ଗର୍ଭବତୀ ଥିଲେ, ତ ମୃତ୍ୟୁ ପରେ ତାଙ୍କ ସନ୍ତାନ କେଉଁଆଡ଼େ ଗାଏବ ହୋଇଛି, ତାହା ପୋଲିସ ପାଇଁ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ଯେ ଥାୟସା ନିଜର ଦୁଇ ପିଲାଙ୍କୁ ଧରି ସ୍ୱାମୀଙ୍କଠାରୁ ଅଲଗା ହୋଇଯାଇଥିଲେ। ଏହାପରେ ସେ ଜଣେ ବିବାହିତ ବ୍ୟକ୍ତିଙ୍କ ସହ ସମ୍ପର୍କରେ ଥିଲେ, ଯେଉଁ କାରଣରୁ ସେ ତୃତୀୟ ଥର ମଧ୍ୟ ଗର୍ଭବତୀ ହୋଇଥିଲେ। ପୋଲିସ ଦାବି କରିଛି କି, ଥାୟସା ମରିବା ପୂର୍ବରୁ ସ୍ୱାଭାବିକ ରୂପେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ହୁଏତ ସେହି କନ୍ୟା ସନ୍ତାନ ପାଇଁ ତାଙ୍କୁ ହତ୍ୟା କରାଯାଇଥିବ।

ରିୟୋ ଡି ଜେନେରିୟୋ ଷ୍ଟେଟ୍‌ ୟୁନିଭର୍ସିଟିର ଫରେନ୍‌ସିକ ମେଡିସିନ ଡିପାର୍ଟମେଣ୍ଟ ଆଶଙ୍କା ବ୍ୟକ୍ତ କରିଛି ଯେ ଯେତେବେଳେ ମହିଳାଙ୍କୁ ହତ୍ୟା କରାଯାଉଥିବ, ସେତେବେଳେ ତାଙ୍କର ଲେବର ପେନ ହୋଇଥିବ ଏବଂ ସେହି ସମୟରେ ହିଁ ସେ ସନ୍ତାନ ଜନ୍ମ କରିଥାଇପାରନ୍ତି। ଏହାପରେ ତାଙ୍କୁ ଏଭଳି ହତ୍ୟା କରାଯାଇଥିବ। ସେପଟେ ପୋଲିସକୁ ଏବେ ସୁଦ୍ଧା ଛୁଆଟିର କୌଣସି ସୁରାକ ମିଳି ପାରିନାହିଁ। କିନ୍ତୁ ଥାୟସାଙ୍କ ମା’ ତାଙ୍କ ନାତି ଜୀବିତ ଥିବା କଥା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.