ସ୍ପେଶାଲ

ଅଫିସ ପିଜ୍ଜା ପାର୍ଟିରେ ବସ ଡାକୁ ନ ଥିଲେ ରିସେପସନିଷ୍ଟଙ୍କୁ, ତ ସୃଷ୍ଟି ହେଲା ହଙ୍ଗାମା, କ୍ଷତିପୂରଣରେ ମିଳିଲା ୨୦ ଲକ୍ଷ ଟଙ୍କା

ପିଜ୍ଜା ଖାଇବାକୁ କାହାକୁ ବା ପସନ୍ଦ ନୁହେଁ। ଆଜିକାଲି ଯାହା ବି ପାର୍ଟି ହେଉ କିମ୍ବା ଘରେ ଲୋକେ ଏକାଠି ହୁଅନ୍ତୁ, ତ ଖାଇବା ପାଇଁ ପ୍ରଥମେ ପିଜ୍ଜା ହିଁ ଅର୍ଡର କରାଯାଏ। କିନ୍ତୁ ଏହା ଜାଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଯେ ଜଣେ ମହିଳା ରିସେପସନିଷ୍ଟଙ୍କୁ ପିଜ୍ଜା ପାର୍ଟିରେ ସାମିଲ ନ କରିବା ବସଙ୍କୁ ମହଙ୍ଗା ପଡ଼ିଯାଇଛି।

ସୂଚନା ମୁତାବକ, ମହିଳା ଯେଉଁ ଅଫିସର କର୍ମଚାରୀ, ସେହି ଅଫିସର ବସ ତାଙ୍କୁ ଅଫିସ ପିଜ୍ଜା ପାର୍ଟିରେ ସାମିଲ କରି ନ ଥିବାରୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇଛନ୍ତି। ଲେଭିକା ନାମ୍ନୀ ମହିଳା ଇଂଲଣ୍ଡରେ କାର ଡିଲରଶିପ ହାର୍ଟବେଲର କର୍ମଚାରୀ ଅଛନ୍ତି।

ରିପୋର୍ଟ ଅନୁସାରେ, ଡିଲରଶିପର ମାଲିକ ପ୍ରତି ମାସରେ ଅଣଔପଚାରିକ ଦ୍ୱିପ୍ରହର ଭୋଜନ ହିସାବରେ କର୍ମଚାରୀମାନଙ୍କୁ କିଛି ବି ଅର୍ଡର କରିବାକୁ କହିଥାନ୍ତି। କେବେ କେବେ ପିଜ୍ଜା, ମାଛ ନଚେତ ଚିପ୍ସ ଭଳି ବ୍ୟଞ୍ଜନ ଅର୍ଡର କରାଯାଇଥାଏ। କିନ୍ତୁ ଏବେ ଲେଭିକା ଅଭିଯୋଗ ଆଣିଛନ୍ତି କି, ତାଙ୍କୁ ଜାଣିଶୁଣି ଦ୍ୱିପ୍ରହର ଭୋଜନରୁ ହଟାଇ ଦିଆଯାଇଛି। ଉଦ୍ଦେଶ୍ୟମୂଳକ ଭାବେ କମ୍ପାନୀର ଦ୍ୱିପ୍ରହର ଭୋଜନରେ ସାମିଲ ହେବାକୁ ଦିଆଯାଇ ନାହିଁ।

ସେପଟେ କମ୍ପାନୀ ଦାବି କରିଛି ଯେ ଲେଭିକା ଜଣେ ପାର୍ଟ ଟାଇମ କର୍ମଚାରୀ ଏବଂ ଦ୍ୱିପ୍ରହର ୧ଟାରେ ଅଫିସରୁ ବାହାରି ଯାଆନ୍ତି। ତେଣୁ ତାଙ୍କୁ ପାର୍ଟିରେ ସାମିଲ କରାଯାଉନାହିଁ।

ତେବେ ଲେଭିକା ନିଜର ବେତନ, କାମର ଘଣ୍ଟା ଏବଂ ବସଙ୍କ ଦ୍ଵାରା ଯୌନ ଦୂରାଚାର ନେଇ ନ୍ୟାୟାଧିକରଣଙ୍କୁ ଅଭିଯୋଗ କରିଥିଲେ। ନ୍ୟାୟାଧୀଶ ନିଷ୍ପତ୍ତି ଶୁଣାଇଛନ୍ତି କି, ଲେଭିକା ଏବେ ବି ଅଣଔପଚାରିକ ଦ୍ୱିପ୍ରହର ଭୋଜନରେ ସାମିଲ ହୋଇପାରିବେ। ଦୂରାଚାର ଅଭିଯୋଗ କ୍ରମେ କମ୍ପାନୀର ବସ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଏଥିପାଇଁ ତାଙ୍କୁ ୨୦ ଲକ୍ଷ ଟଙ୍କା ଦେବାକୁ ପଡ଼ିଥିଲା।

Roshni

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

50 seconds ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

3 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

43 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

58 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago