ଗ୍ରାଣ୍ଡ ଏଣ୍ଟ୍ରି ବେଳେ ଝୁଲାରୁ ଖସିପଡିଲେ ବରକନ୍ୟା, ତା ପରେ କଣ ହେଲା ଦେଖନ୍ତୁ ଭିଡିଓ

ବର୍ତ୍ତମାନ ବିବାହ ସିଜିନ୍ ଚାଲିଛି । ଏଭଳି ପରିସ୍ଥିତିରେ, ଅନେକ ଲୋକ ସେମାନଙ୍କର ବିବାହକୁ ସ୍ସେଶାଲ୍ ମେମୋରୀ କରି ରଖିବାକୁ ଭିନ୍ନ ଭିନ୍ନ ଯୋଜନା ବି କରୁଛନ୍ତି। ଏଭଳି ପରିସ୍ଥିତିରେ ଅନେକ ଇଭେଣ୍ଟ କମ୍ପାନୀ ଏବଂ ବିବାହ ଯୋଜନାକାରୀମାନେ ବର ଏବଂ କନ୍ୟାର ପ୍ରବେଶ ବିଷୟରେ ଲୋକଙ୍କ ନିକଟରେ ନୂତନ ପ୍ରକାରର ଯୋଜନା ଆଣିଥାନ୍ତି । କିନ୍ତୁ ନିକଟରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ନିଜ ବିବାହକୁ ଚର୍ଚ୍ଚିତ କରିବାର ପ୍ରୟାସ ଜନୈକ ଦମ୍ପତ୍ତିଙ୍କୁ ମହଙ୍ଗା ପଡିଛି । ବିବାହକୁ ସ୍ସେଶାଲ କରିବା ପ୍ରୟାସରେ ଅଳ୍ପକେ ଅଘଟଣରୁ ବର୍ତ୍ତି ଯାଇଛନ୍ତି ଏହି ଦମ୍ପତ୍ତି । ଛତିଶଗଡର ରାୟପୁରରେ ହେଉଥିବା ଏକ ବିବାହରେ ବର କନ୍ୟା ଉପରକୁ ଯାଉଥିବା ବେଳେ ଝୁଲାରୁ ଖସି ପଡିଥିଲେ । ତେବେ ସୌଭାଗ୍ୟ ବଶତଃ ଏହି ନବ ଦମ୍ପତ୍ତି ୧୨ ଫୁଟ ଉପରୁ ପଡିଥିଲେ ହେଁ ଆଘାତ ଲାଗିନାହିଁ ।

ଖବର ଅନୁଯାୟୀ ଭାଇରାଲ ହେଉଥିବା ଏହି ଭିଡିଓଟି ଛତିଶଗଡର ରାଜଧାନୀ ରାୟପୁରରୁ ଆସିଛି ବୋଲି କୁହାଯାଉଛି। ଭିଡିଓରେ ବର ଏବଂ କନ୍ୟା ଏକ ହୋଟେଲରେ ପ୍ରବେଶ ସମୟରେ ଏକ ପ୍ଲାଟଫର୍ମ ଉପରେ ଛିଡା ହୋଇଥିବାର ନଜର ଆସିଛନ୍ତି । ଏଥିରେ ବର କନ୍ୟା ବାଣ ଫୁଟୁଥିବା ଓ ନାଚରଗୀତର ଆସର ସମୟରେ ଏକ ଝୁଲା କ୍ରେନ୍‌ରୁ ତଳୁ ଉପରକୁ ଯିବାର ବ୍ୟସ୍ଥା ହୋଇଥିଲା। ବରକନ୍ୟା ଏହି ଝୁଲାରେ ବସି ତଳୁ ଉପରକୁ ୧୨ ଫିଟ ଉପରକୁ ଉଠି ସାରି ନାଚଗୀତର ମଜା ନେଉଥିଲେ। କିନ୍ତୁ ଝୁଲାକୁ ଏକ କ୍ରେନରେ ଉଠା ଯାଉଥିବା ବେଳେ ରଶିଟି ଛିଡି ଯାଇଥିଲା । ଲଥ୍ କରି ତଳେ ପଡି ଯାଇଥିଲେ ଏହି ନବ ଦମ୍ପତ୍ତି ।

ଏହି ଘଟଣାରେ ବିଶେଷ କିଛି କ୍ଷତି ହୋଇନଥିବା ବେଳେ ବର କନ୍ୟା ସାମାନ୍ୟ ଆହତ ହୋଇଛନ୍ତି। ଏଥି ସହିତ ବିବାହ ଉତ୍ସବ ପାଇଁ ଯୋଜନା କରୁଥିବା ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଏହି ଘଟଣା ପାଇଁ କ୍ଷମା ମାଗିଛନ୍ତି । ବର ଏବଂ କନ୍ୟା ସମ୍ପୂର୍ଣ୍ଣ ସୁରକ୍ଷିତ ଥିବାବେଳେ ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି ବୋଲି ଫାର୍ମ ପକ୍ଷରୁ ଦାବି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.