ବର-କନ୍ୟା ନିଜ ଦେହରେ ଲଗାଇଦେଲେ ନିଆଁ; ପରସ୍ପରର ହାତ ଧରି ଏମିତି ଦୌଡ଼ିଲେ…ଦେଖନ୍ତୁ ଭିଡିଓ

ନିଜ ବିବାହକୁ କିଛି ଲୋକ ଏମିତି ସ୍ମରଣୀୟ କରିବାକୁ ଚାହାଁନ୍ତି, ଯେପରି ସେହି ମୁହୂର୍ତ୍ତ ଜୀବନ ସାରା ପାଇଁ ମନେ ରହିବ। ଏବେ ଏମିତି ହିଁ କିଛି କରିବା ନିଶାରେ ଏଠାରେ ଏକ କପଲ୍‌ ବିପଜ୍ଜନକ ଷ୍ଟଣ୍ଟ୍‌ କରିବାକୁ ପଛାଇ ନାହାନ୍ତି। ଏହି ଅଜବ ପ୍ରକାର ଷ୍ଟଣ୍ଟ୍‌ କରିବା ପାଇଁ ବର-କନ୍ୟା ଦୁଃସାହସ ଦେଖାଇଥିଲେ। ନିଜର ବିବାହକୁ ସ୍ମରଣୀୟ କରିବା ପାଇଁ ନବବିବାହିତ ଦମ୍ପତି ଦେହରେ ନିଆଁ ଲଗାଇ ଦେଇଥିଲେ ଏବଂ ଯଥା ସମ୍ଭବ ଦୌଡ଼ିବାକୁ ଆରମ୍ଭ କରି ଦେଇଥିଲେ।

ବର-କନ୍ୟାଙ୍କ ଦେହରେ ନିଆଁ ଲଗାଯିବା ପରେ ଦୁହେଁ ପରସ୍ପରର ହାତ ଧରିଥିଲେ। ଯଦିଓ କପଲ୍‌ ନିଜ ବିବାହର ରିସେପ୍ସନ ଏରିଆ ବାହାରେ ହିଁ ଏହି ଆଶ୍ଚର୍ଯ୍ୟଜନକ ଷ୍ଟଣ୍ଟ୍‌ କରିଥିଲେ। ଷ୍ଟଣ୍ଟ୍‌ କରିବାକୁ ଯାଇ ସେମାନେ ଜାଣିଶୁଣି ନିଜ ଦେହରେ ନିଆଁ ଲଗାଇଥିଲେ। େଓ୍ଵଡିଂ ରିସେପ୍ସନରେ ବର-କନ୍ୟାଙ୍କ ଦ୍ୱାରା କରାଯାଇଥିବା ଏହି ଷ୍ଟଣ୍ଟ୍‌ର ଭିଡିଓକୁ ଡିଜେ ଏବଂ େଓ୍ଵଡିଂ ଫଟୋଗ୍ରାଫର ରୋସ୍‌ ପାେଓ୍ଵଲଙ୍କ ଦ୍ୱାରା ଟିକ୍‌ଟକରେ ପୋଷ୍ଟ୍‍ କରାଯାଇଥିଲା, ଯାହାକି ଏବେ ଭାଇରାଲ ହୋଇଯାଇଛି।

ଭିଡିଓ କ୍ୟାପସନରେ ଲେଖାଯାଇଛି, ‘ଯେତେବେଳେ ଷ୍ଟଣ୍ଟ୍‌ ଲୋକ ବିବାହ କରନ୍ତି’। ଭିଡିଓରେ କନ୍ୟା ଜଳୁଥିବା ଏକ ଫୁଲତୋଡ଼ା ଧରିଥିବାର ମଧ୍ୟ ଦେଖାଯାଉଛନ୍ତି। ନିଆଁ ଲଗାଯିବା ପରେ ବର-କନ୍ୟାଙ୍କ ପିଠିରେ ନିଆଁ ବ୍ୟାପିଯାଇଥିଲା। ଏହି ସମୟରେ ଦୁହେଁ ଅତିଥିଙ୍କ ସାମ୍ନାରେ ହାତ ହଲାଇ ଆଗକୁ ବଢ଼ିଥିଲେ। ନବବିବାହିତ କପଲ୍‌ ପୂରା ଷ୍ଟଣ୍ଟ୍‌ ସମୟରେ ଶାନ୍ତ ରହିଥିଲେ ଏବଂ ଶେଷରେ ଏକ ନିର୍ଦ୍ଦିଷ୍ଟ୍‍ ପଏଣ୍ଟରେ ପହଞ୍ଚିଥିଲେ। ଏହାପରେ ନିଆଁ ଲିଭାଇ ଦିଆଯାଇଥିଲା।

ତେବେ ଫଟୋ ପୋଷ୍ଟ୍‍ କରି ପାେଓ୍ଵଲ କହିଛନ୍ତି, ‘ଏମାନେ ପ୍ରଶିକ୍ଷିତ ଷ୍ଟଣ୍ଟ୍‌ମ୍ୟାନ। ଏହାକୁ ଘରେ କରନ୍ତୁ ନାହିଁ’। ତେବେ କପଲ୍‌ଙ୍କ କେଶରେ ନିଆଁ ଲାଗିବା ଦ୍ୱାରା ଲୋକମାନେ ଚିନ୍ତିତ ହୋଇପଡ଼ିଥିଲେ। ତ ଏହା ଉପରେ ପାେଓ୍ଵଲ ବୁଝାଇଥିଲେ ଯେ ଏହି ଦୁଇଜଣଙ୍କ କେଶ ଏବଂ ଚେହେରାରେ ଆଣ୍ଟି ବର୍ଣ୍ଣ ଲଗାଯାଇଥିଲା। ସେମାନଙ୍କ ମୁଣ୍ଡ ଉପରେ ଓ୍ଵିଗ୍‌ ମଧ୍ୟ ଥିଲା। ତେବେ ଟିକ୍‌ଟକରେ ଏହି ଭିଡିଓକୁ ୧୩ ମିଲିୟନରୁ ଅଧିକ ଥର ଦେଖାଯାଇ ସାରିଲାଣି। ଜଣେ ୟୁଜର ଭିଡିଓ ଦେଖିବା ପରେ ଲେଖିଛନ୍ତି, ‘ଏମାନଙ୍କ ପିଲାମାନେ ଯେତେବେଳେ ବଡ଼ ହେବେ, ତ ସେମାନଙ୍କୁ ଅନୁଭବ ହେବ ଯେ ତାଙ୍କ ମାଆ, ବାପା ତାଙ୍କଠାରୁ ଅଧିକ କୁଲ୍‌ ଅଛନ୍ତି’।

ଚେତାବନୀ: ଏଠି ବର ଓ କନ୍ୟା ପ୍ରଶିକ୍ଷିତ ଷ୍ଟଣ୍ଟ୍‌ମ୍ୟାନ ଅଛନ୍ତି ଏବଂ ସେମାନେ ଆବଶ୍ୟକ ସାବଧାନତା ଗ୍ରହଣ କରିଛନ୍ତି। ଏହାକୁ ଆପଣ ଘରେ କଦାପି କରିବାକୁ ଚେଷ୍ଟା କରନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.