ସ୍ପେଶାଲ

ବିବାହରେ ହଠାତ୍‌ ଲଣ୍ଡା ହେବାକୁ ଲାଗିଲେ ବରକନ୍ୟା, କାରଣ ଜାଣିଲେ ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ବିବାହ ଭିଡିଓଗୁଡ଼ିକୁ ଖୁବ୍‌ ପସନ୍ଦ କରାଯାଇଥାଏ। ଦେଶ ଦୁନିଆର ପ୍ରତ୍ୟେକ ଜାଗାରେ ବିବାହର ଅଲଗା ଅଲଗା ବିଧି ଓ ପରମ୍ପରା ରହିଛି, ଯାହାକୁ ଦେଖିଲେ ମନ ଖୁସି ହୋଇଯାଏ। ଏଥିରୁ ଆମେ କିଛି ନୂଆ ଜିନିଷ ମଧ୍ୟ ଶିଖିବାକୁ ପାଇଥାଉ। ନିକଟରେ ୟୁଟ୍ୟୁବରେ ଏକ ବିବାହର ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ନିଶ୍ଚୟ ପ୍ରଶଂସା କରିବେ।

ଏହି ଭାଇରାଲ ଭିଡିଓ କନ୍ୟାର ସ୍ପୀଚ୍‌ ସହିତ ଆରମ୍ଭ ହେଉଛି ଏବଂ ବର ଏକ ଚେୟାରରେ ବସିଛି। ସେତେବେଳେ ସେଠାରେ ଉପସ୍ଥିତ ଜଣେ ବାରିକ ବରର କେଶ କାଟି ତାକୁ ଲଣ୍ଡା କରିବାକୁ ଲାଗୁଛି। କନ୍ୟା ମଧ୍ୟ ଏଥିରେ ସମ୍ପୂର୍ଣ୍ଣ ସାହାଯ୍ୟ କରୁଛି। ପରେ ବର ମଧ୍ୟ ନିଜ କନ୍ୟାର ମୁଣ୍ଡ ଲଣ୍ଡା କରେଇବାରେ ସାହାଯ୍ୟ କରୁଛି।
ବିବାହର ଏହି ଭିଡିଓ ବହୁତ ବଢ଼ିଆ ରହିଛି। ବିବାହକୁ ଆସିଥିବା ଅତିଥିମାନେ ଯେତେବେଳେ ଭାବୁଛନ୍ତି କି, ବରକନ୍ୟା ନିଜର ପାରମ୍ପରିକ ଡ୍ୟାନ୍ସ କରିବାକୁ ଯାଉଛନ୍ତି, ସେତେବେଳେ ଲଣ୍ଡା ହେବାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

ପ୍ରକୃତରେ, କନ୍ୟା ଜାନୀଙ୍କ ମାଆ ଜଣେ କ୍ୟାନ୍ସର ପୀଡ଼ିତା। ତାଙ୍କୁ ସାଥ୍‌ ଦେବା ପାଇଁ ବରକନ୍ୟା ଏମିତି କରୁଥିଲେ। କେବଳ ଏତିକି ନୁହେଁ, ସେମାନେ ବିବାହକୁ ଆସିଥିବା ଅତିଥିମାନଙ୍କୁ ମଧ୍ୟ କ୍ୟାନ୍ସର ଟ୍ରିଟ୍‌ମେଣ୍ଟ ପାଇଁ ଦାନ ଦେବାକୁ ନିବେଦନ କରିଥିଲେ। ବରକନ୍ୟା ଲଣ୍ଡା ହେବା ପରେ ଜାନୀଙ୍କ ମା’ଙ୍କ ସହିତ ଡ୍ୟାନ୍ସ କରିଥିଲେ। ସେମାନଙ୍କର ଏହି କାମ ଅତିଥିମାନଙ୍କୁ ବହୁତ ପସନ୍ଦ ଆସିଥିଲା। ସମସ୍ତେ ଦୁହିଁଙ୍କର ବେଶ୍‌ ପ୍ରଶଂସା କରିଥିଲେ।

video courtesy: T i k T o k /YouTube

Roshni

Recent Posts

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

23 seconds ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

8 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

33 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

42 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago