ବାଃ, ଅତି ଚମତ୍କାର ଦୃଶ୍ୟ! ଶିଶୁ କନ୍ୟାର ମୁଣ୍ଡ ଉପରେ ଆସି ବସିଲା ପ୍ରଜାପତି, ଶେଷରେ ସବୁଦିନ ପାଇଁ ହୋଇଗଲା ସାଙ୍ଗ; ଭିଡିଓ ସେୟାର କଲା ମା’

ଯେଉଁ ଭିଡିଓ ପଶୁପକ୍ଷୀ ଓ କୁନି ପିଲାଙ୍କ ମଧ୍ୟରେ ବାର୍ତ୍ତାଳାପକୁ ଦର୍ଶାଇଥାଏ, ବାସ୍ତବରେ, ସେହି ଭିଡିଓଗୁଡିକ ଖୁବ୍‌ ସୁନ୍ଦର ହୋଇଥାଏ। ଲୋକମାନେ ଏହାକୁ ବହୁତ ପସନ୍ଦ ମଧ୍ୟ କରି ଥାଆନ୍ତି ଏବଂ ଏଗୁଡ଼ିକ ହୃଦୟକୁ ଛୁଇଁ ନେଲା ଭଳି ଭିଡିଓ ହୋଇଥାଏ। ଏବେ ଏବେ ଏମିତି ହିଁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭାଇରାଲ ଭିଡିଓରେ ଦେଖା ଯାଉଛି କି, ଏକ ଶିଶୁ ଓ ଏକ ସୁନ୍ଦର ପ୍ରଜାପତି ଭିତରେ କେମିତି ନୂତନ ବନ୍ଧୁତା ସୃଷ୍ଟି ହୋଇଛି, ଯାହା ପରେ ପ୍ରଜାପତିଟି ଶିଶୁଟିକୁ ଆଦୌ ଛାଡିବାକୁ ଚାହୁଁନି। ଭିଡିଓରେ ଆପଣ ଦେଖି ପାରିବେ ଯେ ହାର୍ଲୋ ନାମକ ଏହି ଶିଶୁ କନ୍ୟାକୁ ଏକ ସୁନ୍ଦର ସ୍ଥାନକୁ ନିଆଯାଉଛି, ଯେଉଁଠାରେ ବହୁତ ସବୁଜିମା ଭରି ରହିଛି।

ଏହି ଭିଡିଓକୁ ସେୟାର କରାଯାଇ କ୍ୟାପସନ ଲେଖା ଯାଇଛି ଯେ, ‘ହାର୍ଲୋ ଏକ ନୂଆ ବନ୍ଧୁ ସୃଷ୍ଟି କରିଛି’। ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ପୋଷ୍ଟ କରିଥିବା ମାଆ ଜଣକ କହିଛନ୍ତି, ‘ଦୁଇଜଣ ସବୁଦିନ ପାଇଁ ସବୁଠାରୁ ଭଲ ସାଙ୍ଗ ହୋଇ ଯାଇଛନ୍ତି’। ଏହି ପୂରା ଭିଡିଓରେ ଦେଖା ଯାଇପାରିବ କି, ଶିଶୁର ଚେହେରାରେ ସୁନ୍ଦର ହସ ଫୁଟି ଉଠିଛି। ସେପଟେ ସୁନ୍ଦର ପ୍ରଜାପତିଟି ମଧ୍ୟ ନିଜର ନୂଆ କୁନି ସାଙ୍ଗର ବନ୍ଧୁତାକୁ ବେଶ୍‌ ଉପଭୋଗ କରୁଛି। ଏହି ଭିଡିଓ ସହିତ କ୍ୟାପସନ ଲେଖା ହୋଇଛି, ‘ଏହା ମୋତେ ହସାଇଲା, ମୁଁ ଆଶା କରେ କି, ଏହା ଆପଣମାନଙ୍କୁ ମଧ୍ୟ ହସାଇବ’। ଏହି ଭିଡିଓରେ ଆପଣ ଶିଶୁ ଓ ପ୍ରଜାପତି ମଧ୍ୟରେ ଥିବା ପ୍ରେମର ବନ୍ଧନକୁ ଶିଶୁର ମୁଣ୍ଡ ଉପରେ ଉଡ଼ୁଥିବା ପ୍ରଜାପତି ଭିତରେ ଦେଖି ପାରିବେ।

ପୋଷ୍ଟ କରାଯିବା ପରେ ଏହି ଭିଡିଓକୁ ଦୁଇ ଲକ୍ଷରୁ ଅଧିକ ଲାଇକ୍ସ ଏବଂ ୨୨.୧ ମିଲିୟନ୍ ଭ୍ୟୁ ମିଳି ସାରିଲାଣି। ଏଥି ସହିତ ଲୋକମାନଙ୍କର ଅନେକ ପ୍ରତିକ୍ରିୟା ମଧ୍ୟ ଆସିଛି। ଜଣେ ଇନଷ୍ଟାଗ୍ରାମ ବ୍ୟବହାରକାରୀ ଲେଖିଛନ୍ତି, ‘ଡିଜ୍‌ନୀ ପ୍ରିନ୍ସେସ୍‌ ଭାଇବ୍ସ’। ସେହିପରି ଅନ୍ୟ ଜଣେ ଲେଖିଛନ୍ତି, ‘ଏହା ମିଥ୍ୟା, ମୁଁ ଦୋହଲି ଗଲି’। ପ୍ରାୟ ସମସ୍ତ ୟୁଜର ଏହି ଭିଡିଓକୁ ଖୁବ୍‌ ଭଲ ପାଇବା ଦେଇଛନ୍ତି। ଏଥିରେ ନଜର ଆସୁଥିବା ଶିଶୁ କନ୍ୟା ଓ ପ୍ରଜାପତି ସଭିଁଙ୍କ ହୃଦୟ ଜିଣି ନେଇଛନ୍ତି।

 

View this post on Instagram

 

A post shared by Mayci J (@maycineeley)

Leave A Reply

Your email address will not be published.