ସ୍ପେଶାଲ

ମା’ ମରିଗଲା ପରେ ଏମିତି ବଞ୍ଚିଛି ମିନି, ନିଆରା ଭଲ ପାଇବା ଅଜାଡି ଦେଇଛନ୍ତି ଦମ୍ପତି

ଭୁବନେଶ୍ୱର(କେନ୍ୟୁଜ୍): ଆଜିର ଏ କାହାଣୀ ମିନିର, ମିନି କହିଲେ ଆପଣ ମାନେ ବୁଝୁଥିବେ ଯେକୌଣସି ଜଣେ ଝିଅର ବୋଲି କିନ୍ତୁ ସେ ମିନି ଇଏ ନୁହେଁ । ଏ ମିନି ଦୌଡେ ବୁଲେ ଖେଳେ । ଅନ୍ୟ ମଣିଷ ଛୁଆ ଭଳି ଘରେ ଗେହ୍ଲା ହୁଏ । ଯାହାକୁ ପରିବାର ସଦସ୍ୟ ମାନିଛନ୍ତି ସେମାନଙ୍କୁ ଆପଣାର କରି ସେମାନଙ୍କ ପାଖରେ ଶୋଇପଡେ ।

ମିନି ଯେତେବେଳେ ଦୁଇ ଦିନର ହୋଇ ଥିଲା ମାଆକୁ ହରାଇଛି । କିନ୍ତୁ ମାଆ ନାହିଁ ବୋଲି ମିନି ଆଖି ଖୋଜି ବୁଲେ ମାଆ ତାର ଗଲା କୁଆଡେ । ଆଉ ପାଇଲାନି ତା ମାଆ କୁ । ହେଲେ ଏକୁଟିଆ ଆଉ ରହିବାକୁ ପଡୁନି ମିନି କୁ । ଏଣେତେଣେ ବୁଲି ଆଜି ଆଉ ପେଜ ଟିକେ ପାଇଁ ସଂଘର୍ଷ କରିବାକୁ ପଡୁନି କି ଆଉ କୁକୁର ଗୋଡାଉ ନାହାନ୍ତି। ନିଜେ ଆଜି କୁକୁର ମାନଙ୍କ ଗହଣରେ ବୁଲୁଛି । ମିନିକୁ ମିଳି ଯାଇଛନ୍ତି ମଣିଷ ମାଆ ବାପା ।

ଆରେ ହଁ ଆପଣ ମାନେ ସେତିକି ବେଳୁ ଭାବୁ ଥିବେ ମିନି ହେଉଛି ଝିଅଟିଏ । ନା ଆଜ୍ଞା ମିନି ହେଉଛି କଅଁଳା ବାଛୁରୀଟିଏ । ତା କଥା କହିଲେ ସରିବନି । ଗୋଟିଏ କାହାଣୀ ଠାରୁ କିଛି କମ । ଶୁଣିଲେ ଆଉ ଦେଖିଲେ ଆପଣଙ୍କ ହୃଦୟ ତରଳି ଯିବ । ଭଗବାନଙ୍କ ସର୍ଜନା ବଡ ବିଚିତ୍ର ।

ସେ ଦିନ ରାତି । ଛୋଟ ବାଛୁରୀଟିକୁ ଜନ୍ମ ଦେବାର ଦୁଇ ଦିନ ହୋଇଛି ଗାଈଟି ତା ଛୁଆଟିକୁ ଛାଡି ଚାଲି ଯାଇଥିଲା ଦୂରକୁ ବହୁ ଦୂରକୁ। କାରଣ ଛୁଆ ବାଛୁରୀଟି ଜାଣି ନଥିଲା ତା ମାଆକୁ ସାପ କାମୁଡ଼ିଛି ବୋଲି। ଛୁଆଟିର କଣ ଭୁଲ ଥିଲା ଯେ ତା ମାଆଟି ସାପ କାମୁଡ଼ାରେ ମରିଗଲା । ଯାହାକି ସବୁଦିନ ପାଇଁ ମାଆକୁ ହରାଇଲା ବାଛୁରୀ ଛୁଆଟି ।

ଅନ୍ୟ ପକ୍ଷରେ ଏଭଳି ମାଆ ଛାଡିଗଲା ଯେ କୁକୁରମାନେ ଝୁଣି ଖାଇ ଦେଇଥାନ୍ତେ । ସେଥିରୁ ଭାରି କଷ୍ଟରେ ବଞ୍ଚିଲା ମିନି । ଗାଈ ଦେଖିଲା ତା ଛୁଆ କାଳେ କ୍ଷୀର ପିଇଲେ ବିଷ ଛୁଆ ଦେହକୁ ଗଲେ ତା ଛୁଆ ମରିଯିବ। ତେଣୁ ମାଆ ଗାଈ ଦୁଇ ଦିନର ବାଛୁରୀକୁ  ଛାଡି ପଳାଇ ଗଲା ଆରପାରିକୁ। ମିନି ଆଉ ପାଇଲା ନାହିଁ ତା ମାଆକୁ କିନ୍ତୁ ପିହୁ ଆଉ ରଶ୍ମି ଦମ୍ପତି ସେହି କୁକୁରଙ୍କ ଠାରୁ ଉଦ୍ଧାର କରି ଆଣି ଘରେ ରଖି ତା ନା ଦେଲେ ମିନି ।

ମିନି ଆଜି ସେମାନଙ୍କର ଗେଲ୍ହା ଝିଅ । ସେମାନଙ୍କ ପାଖରେ ଶୋଉଛି । ସେମାନେ ଯୁଆଡେ ଗଲେ ଯାଉଛି । କୁକୁରଙ୍କ ଠାରୁ କ୍ଷୀର ପିଉଛି । ତାଛଡା ମାଆ ବାପାଙ୍କ ଛୁଆଙ୍କୁ ଯେମିତି ଗେଲ କରନ୍ତି ସେମିତି ପିହୁ ଗେଲ କରୁଛନ୍ତି । ରଶ୍ମୀ ଟିକେ କ୍ଷୀର ପିଆଇଲେ ପିହୁ ଟିକେ କ୍ଷୀର ଦେଇ ଅଳି ଅଳିରେ ନିଜର ବେଡରେ ଶୁଆଇ ଦିଅନ୍ତି ଦମ୍ପତି । ଦୁନିଆ ବଡ ବିଚିତ୍ର । ମିନିର ବାପା ମାଆ ନାହିଁ ବୋଲି କେବେ ଅନୁଭବ କରିବାକୁ ଦେଇ ନାହାନ୍ତି ଛୋଟ ବାଛୁରୀ ମିନିକୁ । ଆଜିର ସମାଜକୁ ଏଇ ନିଆରା ଭଲ ପାଇବାର ଯେଉଁ ଭଳି ବାର୍ତ୍ତା ଦେଉଛନ୍ତି ମିନିକୁ ଆପଣାର କରି । ଏହି ଦମ୍ପତିଙ୍କ ଠାରୁ କିଛି ଏ ସମାଜ ଶିଖିବା କଥା।

 

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago