ବନ୍ଧା ହେଲେ ମାଷ୍ଟର ମାଇଣ୍ଡ ଦମ୍ପତି: ଭଗବାନ ସବୁ ଦେଖୁଛନ୍ତି, ସବୁ ପାପ କର୍ମର ଫଳ ମିଳିବ

ଏମିତିକା ସାତିର ଦିମାଗର ସ୍ୱାମୀ ସ୍ତ୍ରୀଙ୍କୁ ଆପଣ କେବେବି ଦେଖିନଥିବେ । ସତରେ କେମିତି କେଜାଣି ଆଖିରେ ଆଙ୍ଗୁଠି ଗେଞ୍ଜି ଏମାନେ ଲୋକଙ୍କୁ ଠକନ୍ତି । କିନ୍ତୁ କଥାରେ ଅଛି ଭଗବାନ ସବୁ ଦେଖୁଛନ୍ତି । ଆଉ ଠିକ୍‌ ସେମିତି ହିଁ ହେଲା ।

ଭୁବନେଶ୍ୱର(କେନ୍ୟୁଜ) : ଲୋକଙ୍କୁ ଭୁଆଁ ବୁଲାଉଥିଲେ । ଅତି ସହଜରେ ବିଶ୍ୱାସ ଜନ୍ମାଇ କରୁଥିଲେ ଠକେଇ । ହଁ ଆଜ୍ଞା ଲକ୍ଷେ ନୁହେଁ କି ୧୦ ଲକ୍ଷ ନୁହେଁ, ଏକାବେଳକେ କୋଟି କୋଟି ଟଙ୍କା । ଆପଣ ଚାଲାକ ଚତୁର ଲୋକଙ୍କୁ ତ ଦେଖିଥିବେ । କିନ୍ତୁ ଏମିତିକା ସାତିର ଦିମାଗର ସ୍ୱାମୀ ସ୍ତ୍ରୀଙ୍କୁ ଆପଣ କେବେବି ଦେଖିନଥିବେ । ସତରେ କେମିତି କେଜାଣି ଆଖିରେ ଆଙ୍ଗୁଠି ଗେଞ୍ଜି ଏମାନେ ଲୋକଙ୍କୁ ଠକନ୍ତି । ଅତି ସହଜରେ ଏହି ସ୍ୱାମୀ ସ୍ତ୍ରୀ ଦୁଇ ଜଣ ମିଶି ଲୋକଙ୍କୁ ଚୁନା ମାରୁଥିଲେ । କିନ୍ତୁ କଥାରେ ଅଛି ଭଗବାନ ସବୁ ଦେଖୁଛନ୍ତି । ଆଉ ଠିକ୍‌ ସେମିତି ହିଁ ହେଲା । ଶେଷରେ ବନ୍ଧା ହେଲେ ମାଷ୍ଟର ମାଇଣ୍ଡ ଦମ୍ପତି ।

ଦୁଇ କୋଟି ଟଙ୍କା ଠକେଇ ଅଭିଯୋଗରେ ଦମ୍ପତି ଗିରଫ । ୨୦୧୭-୧୮ରେ ଏକ ପ୍ରାଇଭେଟ୍ ଆଡ୍ କମ୍ପାନୀ ଖୋଲି ଲୋକଙ୍କୁ ଠକି ଫେରାର୍ ହୋଇଯାଇଥିବା ଅଭିଯୋଗରେ ଦମ୍ପତି ବିମାଳନନ୍ଦ ଭୂୟାଁ ଓ ରମ୍ମି ଭୂୟାଁଙ୍କୁ ଗିରଫ କରିଛି EOW । ଏମାନେ ବିଭିନ୍ନ ଜିଲ୍ଲାର ବିଭିନ୍ନ ସ୍ଥାନରେ LED ଟିଭି ଲଗାଇ ସେଥିରେ ବିଭିନ୍ନ ବିଜ୍ଞାପନ ଡିସପ୍ଲେ କରିବା ପରେ, ସେଥିରୁ ଗ୍ରାହକଙ୍କୁ କମିଶନ ପଇସା ଦେବୁ କହି, ଲୋକଙ୍କ ଇନଭେଷ୍ଟମେଣ୍ଟ ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଉଭୟଙ୍କୁ ଏବେ EOW ଗିରଫ କରି କୋର୍ଟ ଚାଲାଣ କରିଛି ।

ଗତକାଲି ଭୁବନେଶ୍ୱର ଅର୍ଥନୈତିକ ଶାଖାକୁ ଏହି ବଡ଼ ସଫଳତା ମିଳିଛି । ୨୦୧୭-୧୮ ମସିହାରେ ହୋଇଥିବା ଏକ କେଶ୍ ରେ ଏହି ଅଭିଯୁକ୍ତ ଦମ୍ପତିଙ୍କୁ ଧରିବାରେ ସଫଳ ହୋଇଛି । ଯାହା ସୂଚନା ରହିଛି ଗତ ୨୦୧୭-୧୮ ମସିହା ରେ ଏକ ପ୍ରାଇଭେଟ୍ ଆଡ୍ କମ୍ପାନୀ ଖୋଲି ବିମାଳନନ୍ଦ ଭୂୟାଁ ଓ ରମ୍ମି ଭୂୟାଁ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨ କୋଟି ଟଙ୍କା ନେଇ ଫେରାର ହୋଇଯାଇଥିଲେ ।

ସେମାନେ ବିଭିନ୍ନ ଆଡ ସଂସ୍ଥା ଠାରୁ ଏଲଇଡି ଲଗେଇବା ପାଇଁ ଏକ କମ୍ପାନୀ ଖୋଲିଥିଲେ । ଏହା ସାହାଯ୍ୟରେ ସେମାନେ ଗ୍ରାହକକୁ ଆଡ଼ର କମିଶନ ପଇସା ଦେବୁ ବୋଲି ଲୋଭ ଦେଖେଇ ଇନଭେଷ୍ଟମେଣ୍ଟ କରିବାକୁ କହୁଥିଲେ । ଏବଂ ସେହି ଇନଭେଷ୍ଟମେଣ୍ଟ ଟଙ୍କା ଧରି ଉଭୟ ଦମ୍ପତି ଫେରାର ମାରିଥିଲେ । ଏହି ଘଟଣାରେ ଦୁଇ ଜଣଙ୍କୁ କାବୁ କରାଯିବା ସହିତ ଗତକାଲି ଭୁବନେଶ୍ୱର ଅର୍ଥନୈତିକ ଅପରାଧ ସଂସ୍ଥା ଗିରଫ କରି କୋର୍ଟ ଚାଲାଣ କରିଛି ।

କେତେ ଦିନ ଆଉ ପାପର ଭାର ରହିଥାନ୍ତା । ଦିନେ ନା ଦିନେ ତ ସବୁ ପାପର କର୍ମଫଳ ମିଳିବ । ଆଉ ଠିକ୍‌ ସେମିତି ହିଁ ହେଲା । ଏହି ଦମ୍ପତି ଲୋକଙ୍କ ଟଙ୍କାକୁ ଲୁଟି ନିଜେ ମଉଜ କରଥିଲେ, ହେଲେ ଆଜି ଧରାପଡିବା ପରେ ଜେଲରେ ଚାରି କାନ୍ଥ ଭିତରେ କଟିବ ଏମାନଙ୍କ ଜୀବନ ।

 

Leave A Reply

Your email address will not be published.