ପୃଥିବୀର ସବୁଠାରୁ ଗଭୀର ସ୍ଥାନ, ଆଜି ପର୍ଯ୍ୟନ୍ତ କେହି ବି ମାପି ପାରିନାହାନ୍ତି ଏହାର ଗଭୀରତା

ଆମ ପୃଥିବୀ ଅସଂଖ୍ୟ ରହସ୍ୟରେ ପରିପୂର୍ଣ୍ଣ । ପ୍ରତିଦିନ ପୃଥିବୀ ବିଷୟରେ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସେ । କେତେବେଳେ ଏଭଳି ଏକ ପଶୁ ମିଳିଥାଏ ଯାହା ଅମ୍ଳଜାନ ବିନା ବଞ୍ଚିପାରେ ଏବଂ ବେଳେବେଳେ ମଣିଷ ପୃଥିବୀକୁ ଆସିବା ପୂର୍ବରୁ ଜୀବମାନଙ୍କର ରହସ୍ୟ ଏମିତି ଅନେକ କିଛି । ତେବେ ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠାରୁ ଗଭୀର ସ୍ଥାନ ବିଷୟରେ କହିବାକୁ ଯାଉଛୁ । ଯାହାର ଗଭୀରତା ଆଜି ପର୍ଯ୍ୟନ୍ତ କେହି ମାପି ପାରିନାହାନ୍ତି । ବୈଜ୍ଞାନିକମାନେ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦ୍ରର ସବୁଠାରୁ ଗଭୀର ଗର୍ତ୍ତ ପାଇଛନ୍ତି ।

ବିଶ୍ୱାସ କରାଯାଏ ଯେ ଏହା ପୃଥିବୀର ସବୁଠାରୁ ଗଭୀର ସ୍ଥାନ ଏବଂ ବୈଜ୍ଞାନିକମାନେ ଆଜି ପର୍ଯ୍ୟନ୍ତ ଏହାର ସମ୍ପୂର୍ଣ୍ଣ ଗଭୀରତାରେ ପହଞ୍ଚି ପାରି ନାହାଁନ୍ତି । ବୈଜ୍ଞାନିକମାନେ ଏହାକୁ ଚ୍ୟାଲେଞ୍ଜର୍ ଡିପ୍ ନାମ ଦେଇଛନ୍ତି । ବୈଜ୍ଞାନିକମାନେ କହିଛନ୍ତି ଯେ ଏହାର ସମ୍ପୂର୍ଣ୍ଣ ଗଭୀରତା ଜାଣିବାକୁ ବହୁତ ସମୟ ଲାଗିପାରେ । ବିଶେଷଜ୍ଞମାନେ କହିଛନ୍ତି ଯେ ପ୍ରଶାନ୍ତ ମହାସାଗରରେ ଥିବା ମାରିଆନା ଟ୍ରେଞ୍ଚର ଦକ୍ଷିଣ ମୁଣ୍ଡରେ ଏହି ଚ୍ୟାଲେଞ୍ଜର୍ ଡିପ୍ ମିଳିଛି । ଏହା ପ୍ରାୟ ୩୬ ହଜାର ଫୁଟ ଗଭୀର ଅଟେ ବୋଲି ଅନୁମାନ କରାଯାଉଛି ।

ବୈଜ୍ଞାନିକମାନେ ଅନେକ ଥର ଏହାର ଗଭୀରତା ମାପିବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ପ୍ରତ୍ୟେକ ଥର ବିଫଳ ହୋଇଛନ୍ତି । ବୈଜ୍ଞାନିକମାନେ କହିଛନ୍ତି ଯେ ପ୍ରଶାନ୍ତ ମହାସାଗରରେ ଥିବା ଚ୍ୟାଲେଞ୍ଜର ଡିପ୍ ସମ୍ପୂର୍ଣ୍ଣ ଅନ୍ଧାର । ଏବେ ବୈଜ୍ଞାନିକମାନେ ପୃଥିବୀର ଏହି ଗଭୀର ସ୍ଥାନରେ ଜୀବନ ଅଛି କି ନାହିଁ ଜାଣିବାକୁ ଚେଷ୍ଟା କରୁଛନ୍ତି । କାରଣ ଅଧିକାଂଶ ସାମୁଦ୍ରିକ ଜୀବ ମଧ୍ୟ ଏପରି ସ୍ଥାନରେ ବାସ କରନ୍ତି ଯେଉଁଠାରେ ଆଲୋକ ଅଛି । କିନ୍ତୁ ଚ୍ୟାଲେଞ୍ଜର୍ ଡିପରେ ସମ୍ପୂର୍ଣ୍ଣ ଅନ୍ଧକାର ରହିଛି । ଏଠାରେ ଅନ୍ଧକାର ହେତୁ ମଣିଷମାନେ ଏହି ସ୍ଥାନରେ ପହଞ୍ଚିବାରେ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି ।

ବୈଜ୍ଞାନିକମାନେ ପ୍ରଥମେ ୧୮୭୫ ମସିହାରେ ଚ୍ୟାଲେଞ୍ଜର୍ ଡିପ୍ ବିଷୟରେ ଜାଣିଥିଲେ । ତଥାପି, ପରେ ଏହାର ଗଭୀରତା ପ୍ରଥମ ଥର ପାଇଁ ୧୯୫୧ରେ ମାପ କରାଯାଇଥିଲା । ଏଠାରେ ଥିବା ଜଳ ଚାପ ଭୂପୃଷ୍ଠ ଚାପଠାରୁ ପ୍ରାୟ ୧୦୦୦ ଗୁଣ ଅଧିକ । ୧୯୬୦ ମସିହାରେ, ଜ୍ୟାକ୍ ପିକାର୍ଡ ଏବଂ ଡନ୍ ୱାଲଶ ପ୍ରଥମ ଥର ପାଇଁ ଏଠାରେ ପହଞ୍ଚିବାରେ ସଫଳ ହୋଇଥିଲେ । ଏହା ପରେ ୨୦୧୨ରେ ଜେମ୍ସ କ୍ୟାମେରନ୍ ବୁଡ଼ାଜାହାଜ ସାହାଯ୍ୟରେ ଡିପସି ଚ୍ୟାଲେଞ୍ଜର୍ ଠାରେ ପହଞ୍ଚିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ କେହି ବି ଏହାର ସମ୍ପୂର୍ଣ୍ଣ ଗଭୀରତାରେ ପହଞ୍ଚି ନାହାନ୍ତି ଏବଂ ସେଠାରେ ପହଞ୍ଚିବା ଅତ୍ୟନ୍ତ କଷ୍ଟକର ମଧ୍ୟ ।

You might also like