ପାଣିରେ ଫସିଥିବା କାର୍‌କୁ ମାଲିକ ସହ ମିଶି ଧକ୍କା ଲଗାଇଲା କୁକୁର, ଖୁବ୍‌ ଭାଇରାଲ ହେଉଛି ଏହି କ୍ୟୁଟ୍‌ ଭିଡିଓ

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭିଡିଓ ଭାଇରାଲ ହେବାରେ ଲାଗିଥାଏ। କିଛି ଭିଡିଓ ଆମକୁ ଖୁବ୍‌ କନ୍ଦାଇଥାଏ ତ ଆଉ କିଛି ଭିଡିଓ ହସାଇଥାଏ। ଏବେ ଏମିତି ହିଁ ଏକ ଡଗିର ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଲୋକେ ଖୁବ୍‌ ପସନ୍ଦ କରିଛନ୍ତି। ଏହାକୁ ଦେଖିବା ପରେ ଡଗି ପ୍ରତି ଆପଣଙ୍କ ଭଲ ପାଇବା ମଧ୍ୟ ଆହୁରି ବଢ଼ିଯିବ।

ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି କି, ପ୍ରବଳ ବର୍ଷା ଯୋଗୁ ରାସ୍ତା ପୂରା ପାଣିରେ ଭରି ଯାଇଛି। ଆଉ ଏହାରି ଭିତରେ ଏକ କାର୍‌ ଫସି ରହିଛି। କାର୍‌ ମାଲିକ ଗାଡ଼ିକୁ ଏକ ଶୁଖିଲା ସ୍ଥାନକୁ ନେଇ ଯିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏଠି ଏକ ଆଶ୍ଚର୍ଯ୍ୟଜନକ କଥା ହେଉଛି, ମାଲିକ ସହିତ ତାଙ୍କ ଡଗି ମଧ୍ୟ ପାଣି ଭିତରେ ଫସି ରହିଛି। ଯେତେବେଳେ ଡଗି ଦେଖିବାକୁ ପାଉଛି କି, ତା’ର ମାଲିକ କାରକୁ ବାହାର କରିବା ପାଇଁ ପଛପଟୁ ଧକ୍କା ମାରୁଛନ୍ତି, ତ ସେ ନିଜକୁ କମ୍‌ ବୋଲି ଭାବୁନି। ଡଗିଟି ନିଜର ଦୁଇ ଗୋଡ଼ ସାହାଯ୍ୟରେ କାର୍‌କୁ ଧକ୍କା ମାରିବାରେ ଲାଗି ପଡ଼ୁଛି।

ଏହି କ୍ୟୁଟ୍‌ ଭିଡିଓକୁ ସୋସିଆଲ ମିଡିଆରେ ବହୁତ ପସନ୍ଦ କରାଯାଉଛି। କିଛି ଲୋକ କହିଛନ୍ତି, କୁକୁରମାନଙ୍କର ନିଜ ମାଲିକଙ୍କ ପ୍ରତି ପ୍ରେମ ସମ୍ପୂର୍ଣ୍ଣ ଭାବେ ନିଃସ୍ୱାର୍ଥ ରହିଥାଏ। ମଣିଷ ଏବଂ ପ୍ରାଣୀଙ୍କ ମଧ୍ୟରେ ପ୍ରେମକୁ ଦେଖାଇବା ପାଇଁ ଏହି ଭିଡିଓକୁ Lori Gillies ଫେସ୍‌ବୁକରେ ସେୟାର କରିଛନ୍ତି, ଯାହାକୁ ଏ ପର୍ଯ୍ୟନ୍ତ ୨,୫୧୦୦୦ ଲୋକ ଦେଖି ସାରିଲେଣି।

video courtesy: Lori Gillies

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.