Video: ବରଫାବୃତ୍ତ ନଦୀ ଭିତରେ ଫସି ରହିଥିଲା କୁକୁର, ଉଦ୍ଧାର ପାଇଁ ନଦୀକୁ ଡେଇଁଲେ ଫାୟାର ଫାଇଟର, ଆଉ ତା’ ପରେ…

ନିକଟରେ ସୋସିଆଲ ମିଡିଆରେ ଶେୟାର ହୋଇଥିବା ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ଦେଖାଯାଉଛି କି, ଜଣେ ଅଗ୍ନିଶମ କର୍ମଚାରୀ ବରଫାବୃତ୍ତ ନଦୀରୁ ଏକ କୁକୁରକୁ ଉଦ୍ଧାର କରୁଛନ୍ତି। ସେ ଜଳାଶୟ ଭିତରକୁ କୁଦି କୁକୁରଟିକୁ ଉଦ୍ଧାର କରୁଥିବା ବେଳର ଦୃଶ୍ୟ ଦେଖିଲେ ଆପଣ ବି ଭାବବିହ୍ଵଳ ହୋଇଯିବେ। ଭିଡିଓଟିକୁ ୟୁଜରମାନେ ଖୁବ୍‌ ପସନ୍ଦ ମଧ୍ୟ କରୁଛନ୍ତି।

ଆମେରିକା କୋଲରାଡୋର ଷ୍ଟର୍ନ ପାର୍କରେ ଏହି ଘଟଣା ଘଟିଛି। ଘଟଣାର ଭିଡିଓ ଫୁଟେଜ୍‌କୁ ସାଉଥ୍‌ ମେଟ୍ରୋ ଫାୟାର ରେସ୍କ୍ୟୁର ଅଫିସିଆଲ ଆକାଉଣ୍ଟରୁ ଶେୟାର କରାଯାଇଛି। ତେବେ ବରଫାବୃତ୍ତ ନଦୀରେ କୁକୁରଟି ଫସି ଯାଇଥିବାର ଦେଖି ସେଠାରେ ଉପସ୍ଥିତ କିଛି ଲୋକ ୯୧୧କୁ କଲ୍‌ କରିଥିଲେ। ଖବର ପାଇ ଫାୟାର ଫାଇଟର ଘଟଣାସ୍ଥଳରେ ପହଞ୍ଚି କୁକୁରକୁ ବାହାରକୁ ବାହାର କରିଥିଲେ। ବର୍ତ୍ତମାନ କୁକୁରଟି ସମ୍ପୂର୍ଣ୍ଣ ସୁସ୍ଥ ଅଛି।