ଡିଜେ ତାଳେ ତାଳେ କୁକୁର କଲା ଜବରଦସ୍ତ ଡ୍ୟାନ୍ସ, ଲୋକେ କହିଲେ ‘DISCO DANCER’
ଜୀବଜନ୍ତୁଙ୍କ ଭିଡିଓ ହେଉ ଅବା ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଆପଣ ନିଶ୍ଚିତ ଦେଖିଥିବେ। ମାଙ୍କଡ, ବିଲେଇ, ହାତୀ, କୁକୁର ଭଳି ଜନ୍ତୁଙ୍କର ଅନେକ ମଜାଳିଆ ଭିଡିଓ ମଧ୍ୟ ଦେଖିଥିବେ। ଟ୍ରେନିଂ ପରେ ଅନେକ ଜୀବଜନ୍ତୁ ପରଫର୍ମ କରୁଥିବା ମଧ୍ୟ ଦେଖିଥିବେ। କିନ୍ତୁ ଆପଣ କେବେ କୁକୁରକୁ ଡ୍ୟାନ୍ସ କରୁଥିବା ଦେଖିଛନ୍ତି କି ? ଅଧିକାଂଶ ଲୋକ ହୁଏତ ନାଁ କହିବେ, କାରଣ ଡ୍ୟାନ୍ସ କରିବା ପାଇଁ ମ୍ୟୁଜିକକୁ ବୁଝିବା ନିହାତି ଜରୁରୀ। କିନ୍ତୁ ଆପଣ ଏହି ଭିଡିଓ ଦେଖିବା ପରେ ନିଶ୍ଚିତ ବୁଝିପାରିବେ।
ଭାଇରଲ ହେଉଥିବା ଏହି ଭିଡିଓରେ ଘର ବାହାରେ ଥିବା କୁକୁର କିଭଳି ମଜାଳିଆ ଭାବେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଗୀତର ତାଳେ ତାଳେ ଦୁଇ ଗୋଡରେ ଠିଆ ହୋଇ ମଜାଦାର ଭାବେ କୁକୁର ଡ୍ୟାନ୍ସ କରିବାରେ ଲାଗିଛି। ଗୋଟେ କୁକୁର ନାଚିବା ବେଳେ ଅନ୍ୟ କୁକୁର ମଧ୍ୟ ଏହାକୁ ଉପଭୋଗ କରୁଛନ୍ତି। ଯେମିତି କୁକୁର ଡିଜେ ତାଳେ ତାଳେ ନିଜକୁ ହଜାଇ ଦେଇଛି।
Lets dance 🐶🐕🦮pic.twitter.com/3BWKjFj90m
— Funny Videos / Viral Videos (@SeeFunnyVideo) April 7, 2021
ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଭିଡିଓକୁ ଲୋକେ ଖୁବ ପସନ୍ଦ କରୁଛନ୍ତି। ୟୁଜର୍ସ ବିଭିନ୍ନ ପ୍ରକାର କମେଣ୍ଟ ମଧ୍ୟଦେଇଛନ୍ତି। ଏହି ମଜାଦାର ଭିଡିଓକୁ ଟ୍ଵିଟରରେfunny videos/viral videos ନାମକ ଆକାଉଣ୍ଟରେ ସେୟାର କରାଯାଇଛି।
ନିକଟରେ ଏକ ଖୁବ ସୁନ୍ଦର ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଭିଡିଓଟି ପ୍ରକୃତରେ କୌଣସି ମଣିଷ ଉପରେ ନୁହେଁ ବରଂ ଏକ କୁକୁର ଉପରେ ଆଧାରିତ । ସେ ପୁଣି ଏକ କୁକୁରର ଟ୍ରେନ ଯାତ୍ରାକୁ ନେଇ । ଜଣାଯାଇଛିଯେ “ରିଓ” ନାମକ ଏହି କୁକୁରଟି ମୁମ୍ବାଇରୁ ଭୁବନେଶ୍ୱରକୁ ଏକ ସ୍ପେଶାଲ ଟ୍ରେନ ଯୋଗେ ଯାତ୍ରା କରୁଛି । ଡରି ଯାଉଛନ୍ତିକି ? ଭାବୁଛନ୍ତିକି କୁକୁରଟି ନିଜ ପାଇଁ କେମିତି ଟିକଟ କାଟିଲା ଆଉ ତାକୁ ଟ୍ରେନରେ ଏମିତି ଯିବାକୁ ଅନୁମତି କିଏ ଦେଲା । ପ୍ରକୃତରେ ରିଓ ନିଜ ମାଲିକଙ୍କ ସହ ହିଁ ଟ୍ରେନ ଯାତ୍ରା କରୁଛି । ଆଉ ଏହି ଯାତ୍ରା ସମୟର ଭିଡିଓର କିଛି ଅଂଶ ଇନ୍ଷ୍ଟଗ୍ରାମରେ ସେୟାର ହେବା ସହ ଦର୍ଶକଙ୍କୁ ଯେମିତି ଏହା ହସର ଖୋରାକ ଯୋଗାଇଛି ।