ଜଙ୍ଗଲରୁ ବାହାରି ଆସି ଭୋକ ଲାଗିବାରୁ ହେଲମେଟ୍ ଖାଇଗଲା ହାତୀ, ଦେଖନ୍ତୁ ଭିଡିଓ

ଜୀବଜନ୍ତୁମାନଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଆପଣ ନିଶ୍ଚିତ ଦେଖିଥିବେ। କେଉଁ ଦିନ କୁକୁର ତ, ଆଉ କେଉଁ ଦିନ ହାତୀ, ଆଉ କେତେ ବେଳେ ବାଘ। ଏବେ ଏମିତି ଏକ ଭିଡିଓ ଭାଇରଲ ହୋଇଛି। ଯେଉଁଥିରେ ହାତୀଟି ଜଙ୍ଗଲରୁ ବାହାରି ଆସିଛି ସତ, କିନ୍ତୁ ଭୋକ ବିକଳରେ ଏପଟ ସେପଟ ହେଉଛି।

ଆଉ ଯେତେବେଳେ ତାକୁ କିଛି ଖାଇବାକୁ ମିଳୁନାହିଁ, ସେତେବେଳେ ଗାଡିରେ ରଖାଯାଇଥିବା ହେଲମେଟକୁ ଖାଇବାକୁ ଲାଗିପଡିଛି। ଯଦି ଆପଣଙ୍କୁ ବିଶ୍ବାସ ହେଉନାହିଁ, ତେବେ ନିଶ୍ଚିତ ଭାବେ ଭିଡିଓ ଦେଖିଲେ ଜାଣିପାରିବେ।


ଭିଡିଓଟି ଗୌହ୍ବାଟିର ନାରଙ୍ଗୀ ପାଖରେ ଥିବା ସତଗାଓଁ ଆର୍ମି କ୍ଯାମ୍ପ ନିକଟର ବୋଲି ଜଣାପଡିଛି। ଯେଉଁଠି ଜଙ୍ଗଲୀ ହାତୀ ରାସ୍ତାକୁ ବାହାରି ଆସି ଭୋକ ବିକଳରେ ହେଲମେଟ ଖାଉଥିବା ନଜର ଆସିଛି। ସୋସିଆଲ ମିଡିଆରେ ଏହାକୁ ରାହୁଲ କର୍ମକାର ସେୟାର କରିଛନ୍ତି। ଭିଡିଓକୁ ଏପର୍ଯ୍ଯନ୍ତ ୩ ହଜାରରୁ ଉର୍ଦ୍ଧ୍ବ ଲୋକ ଦେଖିସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.