ବିବାହ ପରେ ଖୋଲିଯାଏ ଏହି ବ୍ୟକ୍ତିଙ୍କ ଭାଗ୍ୟ,ଜାଣନ୍ତୁ ଆପଣ ଏଥିରେ ନାହାଁନ୍ତି ତ !

ସଫଳତା ପାଇବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଚାହିଁଥାନ୍ତି । ସେଥିପାଇଁ ଯୁବାବସ୍ଥାରେ ସମସ୍ତେ ପରିଶ୍ରମ ଦ୍ୱାରା ନିଜର ଭାଗ୍ୟ ବଦଳାଇବାକୁ ଚାହିଁଥାନ୍ତି । ହେଲେ ଏହା ସମସ୍ତଙ୍କ ଭାଗ୍ୟରେ ସମ୍ଭବ ହୋଇ ନଥାଏ । ବହୁ ଲୋକ ଅଧିକ ପରିଶ୍ରମ କରି ମଧ୍ୟ ପରିଶ୍ରମ ଅନୁଯାୟୀ ଫଳ ପାଇନଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଏପରି ବ୍ୟକ୍ତି ଅଛନ୍ତି ଯାହାଙ୍କ ଭାଗ୍ୟ ବିବାହ ପରେ ଉଦୟ ହୋଇଥାଏ । ଏହି ବ୍ୟକ୍ତିମାନଙ୍କର ଯେମିତି ବିବାହ ହୋଇଯାଏ, ସଫଳତା ମିଳିବା ଆରମ୍ଭ ହୋଇଥାଏ ।
ହସ୍ତରେଖା ବିଜ୍ଞାନ ଅନୁସାରେ ହାତରେ ଏମିତି କିଛି ରେଖା ଥାଏ,ଯାହା ବିବାହ ପରେ ସଫଳତା ଓ ଉନ୍ନତି ଆଣିଥାଏ । ଯେଉଁ ଲୋକଙ୍କ ହାତରେ ଏହି ରେଖା ଥାଏ ସେମାନଙ୍କ ଭାଗ୍ୟ ବିବାହ ପରେ ଖୋଲିଥାଏ । ଆସନ୍ତୁ ଜାଣିବା ଏହି ରେଖା ସମ୍ପର୍କରେ ।
• ହାତରେ ଏକ ଭାଗ୍ୟ ରେଖା ଥାଏ । ଅଧିକାଂଶ ସ୍ଥଳରେ ଏହା ଚନ୍ଦ୍ର ପର୍ବତରୁ ବାହାରି ହୃଦୟ ରେଖା ପାର କରି ଶନି ପର୍ବତ ଯାଏ ଯାଇଥାଏ । ହେଲେ ଯଦି ଭାଗ୍ୟ ରେଖା ହୃଦୟ ରେଖା ନିକଟରେ ଆସି ମିଶିଯାଏ ଓ ଏକ ଶାଖା ଏହାଠାରୁ ବାହାରି ମସ୍ତିସ୍କ ରେଖାରେ ପହଞ୍ଚି କ୍ରସ ହୋଇଯାଏ । ଏହି ବ୍ୟକ୍ତି ବିବାହ ପରେ ଜୀବନର ଭାଗ୍ୟ ଖୋଲିଥାଏ । ଏହି ବ୍ୟକ୍ତିଙ୍କୁ ପରିଶ୍ରମ ମଧ୍ୟ ବହୁତ କରିବାକୁ ପଡିଥାଏ ।
• ଭାଗ୍ୟ ରେଖା ଯଦି ଦୁଇ ମୁଖୀ ହୋଇଥାଏ ତ ଏମିତି ବ୍ୟକ୍ତିଙ୍କ ଜୀବନରେ ଆୟ ଦୁଇ ଆଡୁ ଆସିଥାଏ । ଏମାନେ ଚାକିରି ସହ ବ୍ୟବସାୟ ମଧ୍ୟ କରିଥାନ୍ତି ।