ଟିଭିରେ ଲାଇଭ୍‌ ଥିଲେ ମହିଳା ରିପୋର୍ଟର, ହଠାତ୍‌ ମାଇକ୍‌ ଛଡ଼ାଇ ନେଇ ଦୌଡ଼ିଲା କୁକୁର, ଆଉ ତା’ ପରେ…

ସୋସିଆଲ ମିଡିଆରେ କେବେ କେବେ ଏମିତି ମଜାଳିଆ ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖି ସମସ୍ତେ ହସି ହସି ଗଡ଼ି ଯାଆନ୍ତି। ଠିକ୍‌ ଏମିତି ହିଁ ଏକ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ଜଣେ ମହିଳା ରିପୋର୍ଟରଙ୍କୁ ଲାଇଭ୍‌ ସମୟରେ ଏକ କୁକୁର ପଛରେ ଦୌଡ଼ୁଥିବାର ଦେଖିବାକୁ ମିଳୁଛି।

ଘଟଣାଟି ରୁଷର। ଭିଡିଓଟିକୁ ଜଣେ ଜର୍ନାଲିଷ୍ଟ ନିଜ ଟ୍ଵିଟରରେ ଶେୟାର କରିଛନ୍ତି। କୁହାଯାଉଛି କି, ରୁଷର ମସ୍କୋ ସହରରେ ଜଣେ ମହିଳା ରିପୋର୍ଟର ପାଣିପାଗ ବିଷୟରେ ଲାଇଭ୍‌ କରୁଥିଲେ। ଏତିକି ବେଳେ ହଠାତ୍‌ ଏକ କୁକୁର ଆସି ରିପୋର୍ଟରଙ୍କ ହାତରୁ ମାଇକ୍‌ ଛଡ଼ାଇ ନେଇ ଦୌଡ଼ିଥିଲା। ଏହାପରେ କୁକୁର ଆଗେ ଆଗେ ଏବଂ ମହିଳା ପଛେ ପଛେ ଦୌଡ଼ିବାକୁ ଲାଗିଥିଲେ। କିଛି ବାଟ ଗଲା ପରେ କୁକୁରଟି ଯେତେବେଳେ ଅଟକି ଯାଇଥିଲା, ତ ସେତିକି ବେଳେ ରିପୋର୍ଟର ତାଙ୍କ ମାଇକ୍‌କୁ ଫେରି ପାଇଥିଲେ।

ଭିଡିଓରୁ ଜଣାଯାଇଛି କି, ଏକ ନ୍ୟୁଜ୍‌ ଚ୍ୟାନେଲର ଆଙ୍କର ସମାଚାର ପଢ଼ିବା ମଝିରେ ଜଣେ ମହିଳା ରିପୋର୍ଟରଙ୍କୁ ଲାଇଭ୍‌ ଆସିବାକୁ କହୁଛନ୍ତି। ଯେମିତି ହିଁ ରିପୋର୍ଟର ଜଣକ ଖବର ଦେବା ଆରମ୍ଭ କରୁଛନ୍ତି, ସେତେବେଳେ ଏକ କୁକୁର ତାଙ୍କ ସାମ୍ନାକୁ ଆସି ହଠାତ୍‌ ଏଭଳି ଆକ୍ରମଣ କରୁଛି। କୁକୁରର ହରକତ ଦେଖି ଆଙ୍କର ମଧ୍ୟ ହସିବାକୁ ଲାଗୁଛନ୍ତି। କୁହାଯାଉଛି କି, ଭିଡିଓଟି MNP 24 ନାମକ ନ୍ୟୁଜ୍‌ ଚ୍ୟାନେଲର।

Leave A Reply

Your email address will not be published.