ମାର୍ଚ୍ଚ ୨୯ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଏବଂ ଶନି ଗୋଚର ସଂଯୋଗ, ଜାଣନ୍ତୁ କେଉଁ ରାଶି ପାଇଁ ହେବ ଅଶୁଭ?

ପ୍ରତିବର୍ଷ ଚୈତ୍ର ମାସର ଶୁକ୍ଳ ପକ୍ଷର ପ୍ରତିପଦ ତିଥିରୁ ହିନ୍ଦୁ ନବବର୍ଷ ଆରମ୍ଭ ହୁଏ । ପଞ୍ଚାଙ୍ଗ ଅନୁସାରେ, ଏଥର ଚୈତ୍ର ଅମାବାସ୍ୟା ୨୯ ମାର୍ଚ୍ଚରେ ଅଛି ଏବଂ ଏହି ଦିନକୁ ଧାର୍ମିକ ଦୃଷ୍ଟିକୋଣରୁ ବହୁତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ । ଯଦିଓ ପ୍ରତି ମାସରେ ପଡୁଥିବା ଅମାବାସ୍ୟା ସ୍ୱତନ୍ତ୍ର, କିନ୍ତୁ ଏଥର ଚୈତ୍ର ଅମାବାସ୍ୟା ବିଶେଷ ଭାବେ ମହତ୍ବ ରଖୁଛି । ଚୈତ୍ର ମାସର ଅମାବାସ୍ୟା ତିଥିରେ ଅନେକ ବିରଳ ସଂଯୋଗ ଘଟିବାକୁ ଯାଉଛି । ପ୍ରକୃତରେ ଏହି ଦିନ ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ ହେବ ।
ଏହି ଦିନ ଶନି କୁମ୍ଭ ରାଶିରୁ ବାହାରି ମୀନ ରାଶିରେ ପ୍ରବେଶ କରିବେ । ୨୯ ମାର୍ଚ୍ଚ ୨୦୨୫ରେ କର୍ମର ଦାତା ଶନିଦେବ ଅଢ଼େଇ ବର୍ଷ ପରେ ରାଶି ପରିବର୍ତ୍ତନ କରିବେ । ବର୍ତ୍ତମାନ ସମୟରେ ଶନିଦେବ କୁମ୍ଭ ରାଶିରେ ଅଛନ୍ତି । ତାଙ୍କର ଯାତ୍ରା ଶେଷ କରି ଶନିଦେବ ମୀନ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଯେଉଁଠାରେ ଶନିଦେବ ମୀନ ରାଶିରେ ପ୍ରବେଶ କରିବେ ଏବଂ ସେହି ଦିନ ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ ମଧ୍ୟ ହେବ ।
କିଛି ରାଶିର ଲୋକଙ୍କ ପାଇଁ ଶନି ଗୋଚର ସଂଯୋଗ ଏବଂ ସୂର୍ଯ୍ୟୋପରାଗ ଏକତ୍ର ହେବା ବହୁତ ଅଶୁଭ ହୋଇପାରେ । ଜ୍ୟୋତିଷ ଗଣନା ଅନୁସାରେ, ଏହି ବିରଳ ସଂଯୋଗ ଯୋଗୁଁ କିଛି ରାଶିର ବ୍ୟକ୍ତିଙ୍କ ଉପରକୁ ବିପଦ ଆସିପାରେ । ସେମାନେ ବହୁତ କ୍ଷତି ସହି ପାରନ୍ତି । ଏକଥା ଜ୍ୟୋତିର୍ବିଦମାନଙ୍କ ମତ । ଆସନ୍ତୁ ଜାଣିବା ସେହି ରାଶିଗୁଡ଼ିକ ବିଷୟରେ ।
ସୂର୍ଯ୍ୟୋପରାଗ ଏବଂ ଶନି ଗୋଚର କାହା ପାଇଁ ଅଶୁଭ ହେବ?
ମେଷ ରାଶି- ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ ଏବଂ ଶନିଙ୍କ ଗୋଚରର ମିଶ୍ରଣ ମେଷ ରାଶି ଲୋକଙ୍କୁ ପ୍ରଭାବିତ କରି ପାରେ । କ୍ୟାରିୟରରେ ଉତ୍ଥାନ-ପତନ ହେବ, କାର୍ଯ୍ୟଭାର ବୃଦ୍ଧି ପାଇବ, ସହକର୍ମୀଙ୍କ ସହିତ ଝଗଡ଼ା ବି ହୋଇ ପାରେ । ଏହା ସହିତ ବ୍ୟବସାୟରେ କ୍ଷତି ହେବ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଏବଂ ଚାପ ରହିବ ବୋଲି ଜ୍ୟୋତିଷଙ୍କ ଗଣନା କହୁଛି ।
କର୍କଟ ରାଶି- ଏହି ସମୟରେ କର୍କଟ ରାଶିର ବ୍ୟକ୍ତିମାନେ କୌଣସି କ୍ଷେତ୍ରରେ ନିବେଶ କରିବା ଉଚିତ୍ ନୁହେଁ । ଏଥିପାଇଁ ଭଲ ସମୟ ନାହିଁ । ନଚେତ୍ ଆପଣଙ୍କର କ୍ଷତି ହୋଇପାରେ କିମ୍ବା ଆପଣଙ୍କ ଟଙ୍କା ଫସି ରହି ଯାଇପାରେ । ଗାଡି ଚଲାଇବା ସମୟରେ ସତର୍କ ରୁହନ୍ତୁ, କୌଣସି ନୂତନ କାମ ଆରମ୍ଭ କରିବାରୁ ଦୂରେଇ ରୁହନ୍ତୁ ।
ତୁଳା ରାଶି- ସୂର୍ଯ୍ୟଗ୍ରହଣ ଏବଂ ଶନି ଗୋଚର ହେତୁ ବ୍ୟକ୍ତିଗତ ସମ୍ପର୍କରେ ଭୁଲ ବୁଝାମଣା ବଢ଼ି ପାରେ, ଖର୍ଚ୍ଚ ବୃଦ୍ଧି ପାଇବ, ଆର୍ଥିକ ସମସ୍ୟା ମଧ୍ୟ ବଢ଼ିବ । ଛାତ୍ରମାନେ ଶିକ୍ଷା କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।
ବିଛା ରାଶି- ଏହି ବିରଳ ସଂଯୋଗ ହେତୁ, ବିଛା ରାଶିର ବ୍ୟକ୍ତିମାନେ ଏ ସମୟରେ ସତର୍କ ରହିବା ଉଚିତ । ଘରେ ଝଗଡ଼ା ହୋଇପାରେ, ଜୀବନସାଥୀଙ୍କ ସହ ସମ୍ପର୍କ ଖରାପ ହୋଇପାରେ । ସମ୍ପତ୍ତିକୁ ନେଇ ବିବାଦ ଦେଖଶ ଦେବା ସହ ଜୀବନରେ ନକାରାତ୍ମକତା ବୃଦ୍ଧି ପାଇପାରେ ।
ଧନୁ ରାଶି- ସୂର୍ଯ୍ୟଗ୍ରହଣ ଏବଂ ଶନି ଗୋଚରର ମିଶ୍ରଣ ଧନୁ ରାଶିର ଲୋକଙ୍କ ପାଇଁ ଅଶୁଭ ଫଳାଫଳ ଦେଇପାରେ । ଧନୁ ରାଶିର ଲୋକମାନେ ଏହି ସମୟରେ କୌଣସି ସ୍ଥାନରେ ନିବେଶ କରିବା ଉଚିତ୍ ନୁହେଁ, ନଚେତ କ୍ଷତିରେ ପଡ଼ଇ ପାରନ୍ତି । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ନିଜ ବାଣୀ ବା କଥା ଉପରେ ନିୟନ୍ତ୍ରଣ ରଖନ୍ତୁ ।
ତେବେ ଏ ସୂଚନା ଦେଇ ଆପଣମାନଙ୍କୁ ଆମେ ଡରାଇବାକୁ ଚାହୁଁ ନାହୁଁ । ଈଶ୍ବର ବିଶ୍ବାସୀମାନଙ୍କୁ ସତର୍କ ଓ ସଚେତନ ରହିବାକୁ କହୁଛୁ । ଏହି ଭିଡିଓରେ ଯାହା ବି କୁହାଯାଇଛି ସେ ସବୁ ବିଶିଷ୍ଟ ଜ୍ୟୋତିର୍ବିଦଙ୍କ କଥାକୁ ଉଧୃତ କରାଯାଇଛି ।
Also read: ଏହି ୫ଟି ରାଶି ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି ହିନ୍ଦୁ ନବ ବର୍ଷ, ଧନଧାନ୍ୟରେ ଭରିଯିବ ଘର