ଖାଦ୍ୟ ଥାଳିରେ ଜିଅନ୍ତା ମାଛ! ଖାଇବାକୁ ଗଲା ବେଳେ ଖୋଲିଦେଲା ନିଜ ବଡ଼ ପାଟି; ଡରିଗଲେ ଗ୍ରାହକ! ନିଶ୍ଚୟ ଦେଖନ୍ତୁ ଭିଡିଓ…
ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏମିତି ଭିଡିଓ ହୁଏତ ଆପଣ ପୂର୍ବରୁ କେବେ ଦେଖି ନ ଥିବେ। ଭିଡିଓ ଦେଖି ଅନେକ ଲୋକ ଭୟଭୀତ ହୋଇ ଯାଇଛନ୍ତି। ଏହି ଭିଡିଓରେ ଆପଣ ଦେଖି ପାରିବେ ଯେ ଏକ ରେଷ୍ଟୁରାଣ୍ଟରେ ଯେମିତି ଜଣେ ଗ୍ରାହକ ଚପ୍ଷ୍ଟିକରେ ଖାଦ୍ୟ ଖାଇବା ଆରମ୍ଭ କରୁଛନ୍ତି, ତ ପ୍ଲେଟରେ ସର୍ଭ ହୋଇଥିବା ମାଛ ହଠାତ୍ ନିଜର ବଡ଼ ପାଟି ଖୋଲି ଦେଉଛି। ଟିକିଏ ଭାବନ୍ତୁ ତ, ଯଦି ଆପଣଙ୍କ ସହିତ ଏମିତି ଘଟିବ, ତା’ ହେଲେ କ’ଣ କରିବେ। ନିଶ୍ଚୟ ଡରିଯିବେ। ଏହି ଭିଡିଓ ବି ଲୋକଙ୍କୁ ଏକଦମ୍ ଡରାଇ ଦେଇଛି।
ଭାରତରେ ଲୋକମାନେ ଯେତେବେଳେ କୌଣସି ରେଷ୍ଟୁରାଣ୍ଟରେ ମାଛ, ମାଂସ ଅର୍ଡର କରନ୍ତି, ତ ରେଷ୍ଟୁରାଣ୍ଟ ବାଲା ଭଲ ଭାବରେ ରନ୍ଧା ଯାଇଥିବା ଖାଦ୍ୟ ହିଁ ପରସନ୍ତି। କିନ୍ତୁ ଏଠି ଯେଉଁ ଭିଡିଓ ଭାଇରାଲ ହେଉଛି, ସେଥିରେ ରେଷ୍ଟୁରାଣ୍ଟ ଜିଅନ୍ତା ମାଛ ହିଁ ଗ୍ରାହକଙ୍କୁ ଖାଇବାକୁ ଦେଇ ଦେଇଛି। ଗ୍ରାହକ ଖାଦ୍ୟ ଖାଇବାକୁ ଯାଉଥିବା ବେଳେ ହଠାତ୍ ମାଛଟି ନିଜ ବଡ଼ ପାଟି ମେଲା କରି ଦେଉଛି।
ଭିଡିଓରେ ଆପଣ ଦେଖି ପାରିବେ ଯେ ମାଛ ନିଜ ମୁନିଆ ଦାନ୍ତରେ ଚପ୍ଷ୍ଟିକକୁ ଜୋର୍ରେ କାମୁଡ଼ି ଧରୁଛି। ଏହାପରେ ସେ ଚପ୍ଷ୍ଟିକକୁ ନିଜ ଆଡ଼କୁ ଟାଣୁଛି। ଯେପରି ଲାଗୁଛି, ମାଛଟି ତାକୁ ଖାଇବା ପାଇଁ ଗ୍ରାହକଙ୍କୁ ମନା କରୁଛି। ସୋସିଆଲ ମିଡିଆରେ ଯେମିତି ହିଁ ଏହି ଭିଡିଓ ସାମ୍ନାକୁ ଆସିଥିଲା, ତ ସଙ୍ଗେ ସଙ୍ଗେ ଭାଇରାଲ ହୋଇ ଯାଇଥିଲା। ଏହି ଭିଡିଓକୁ rhmsuwaidi ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରାଯାଇଛି।
View this post on Instagram