ଦୁନିଆର ୫ଟି ସବୁଠାରୁ ସୁନ୍ଦର ଓ ବିଳାସପୂର୍ଣ୍ଣ ଏୟାରପୋର୍ଟ, ଏଠାରେ ପ୍ରତୀକ୍ଷା କରୁଥିବା ଯାତ୍ରୀମାନେ ଆଦୌ ହୁଅନ୍ତିନି ବୋର୍‌

ସାଧାରଣତଃ ରେଳ ଷ୍ଟେସନ୍‌ ବା ଏୟାରପୋର୍ଟରେ ଅପେକ୍ଷା କରିବା ଖୁବ୍‌ ମୁସ୍କିଲ୍‌ ଏବଂ ବିରକ୍ତିକର କାମ ହୋଇଥାଏ। ଏଣୁ ଏଠାରେ ଅପେକ୍ଷା କରିବା ବେଳେ ଅଧିକାଂଶ ଯାତ୍ରୀ ଶୋଇପଡ଼ନ୍ତି। କିନ୍ତୁ ଆଜି ଆମେ ଦୁନିଆର କିଛି ଏଭଳି ବିମାନବନ୍ଦର ବିଷୟରେ କହିବାକୁ ଯାଉଛୁ, ଯାହାକୁ ସବୁଠାରୁ ସୁନ୍ଦର ବିମାନବନ୍ଦରର ମାନ୍ୟତା ମିଳିଛି। ଏହା ଏମିତି ଏକ ସ୍ଥାନ ଯେଉଁଠାରେ ଯାତ୍ରୀମାନଙ୍କୁ ଅପେକ୍ଷା କରିବାକୁ ଆଦୌ ବାଧିନଥାଏ। ଆସନ୍ତୁ ଜାଣିବା ୫ଟି ଦୁନିଆର ସବୁଠାରୁ ସୁନ୍ଦର ବିମାନବନ୍ଦର ସମ୍ପର୍କରେ…

ଇଞ୍ଚେୟନ୍‌ ଅନ୍ତର୍ଜାତୀୟ ବିମାନବନ୍ଦର:

ଦକ୍ଷିଣ କୋରିଆସ୍ଥିତ ଏହି ବିମାନବନ୍ଦରରେ ଅପେକ୍ଷା କରିବାକୁ କୌଣସି ଯାତ୍ରୀ କେବେ ବି ମନା କରିବେ ନାହିଁ। କାହିଁକି ନା ଏଠାରେ ଯାତ୍ରୀଙ୍କ ମନୋରଞ୍ଜନ ନିମନ୍ତେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି।

ଏହି ବିମାନବନ୍ଦରରେ ଦୁଇଟି ସିନେମା ହଲ୍‌, ମ୍ୟୁଜିୟମ୍‌, ଚାଲିବା ପାଇଁ ଗାର୍ଡେନ ଓ ଆଇସ୍‌ ସ୍କେଟିଂ ପାର୍କ ରହିଛି। କହିବାକୁ ଗଲେ ଏହା ଏୟାରପୋର୍ଟ ଭଳି କମ୍‌ ସପିଂ ମଲ୍‌ ଭଳି ଅଧିକ ପ୍ରତୀୟମାନ ହୋଇଥାଏ।

ସିଙ୍ଗାପୁର ଚାଙ୍ଗି ବିମାନବନ୍ଦର:

ବିଶ୍ୱର ସୁନ୍ଦର ଏୟାରପୋର୍ଟ ମଧ୍ୟରେ ସିଙ୍ଗାପୁର ଚାଙ୍ଗି ବିମାନବନ୍ଦର ଅନ୍ୟତମ। ଏହି ବିମାନବନ୍ଦରରେ ଗାର୍ଡେନ, ଝରଣା ଓ ଛୋଟ କେନାଲ ମଧ୍ୟ ରହିଛି। ଏହା ହେଉଛି ବିଶ୍ୱର ଦୀର୍ଘତମ ସ୍ଲାଇଡ୍‌ଏୟାରପୋର୍ଟ। ସିଙ୍ଗାପୁର ଚାଙ୍ଗି ବିମାନବନ୍ଦରରେ ଲର୍ଡସ୍‌ ଅଫ୍‌ ରିଙ୍ଗସ୍‌, ଦ ହବିଟ୍‌ ଭଳି ଅନେକ ଗୁଡ଼ିଏ ଥିମ୍‌ ପାର୍କ ମଧ୍ୟ ରହିଛି।

ହଂକଂ ଏୟାରପୋର୍ଟ:

ଦୁନିଆର ସବୁଠାରୁ ବିଳାସପୂର୍ଣ୍ଣ ବିମାନବନ୍ଦର ମଧ୍ୟରୁ ହଂକଂ ଏୟାରପୋର୍ଟ ଗୋଟିଏ। ଏହି ବିମାନବନ୍ଦରରେ ଯାତ୍ରୀଙ୍କ ମନୋରଞ୍ଜନ ନିମନ୍ତେ ଆଇମ୍ୟାକ୍ସ ସିନେମା ହଲ୍‌ ମଧ୍ୟ ରହିଛି।

କୁଆଲାଲମ୍‌ପୁର ବିମାନବନ୍ଦର:

ମାଲେସିଆସ୍ଥିତ କୁଆଲାଲମ୍‌ପୁର ବିମାନବନ୍ଦରର ଗଣତି ପୃଥିବୀର ସୁନ୍ଦରତମ ଏୟାରପୋର୍ଟ ମଧ୍ୟରେ ହୋଇଥାଏ। ଏହି ଏୟାରପୋର୍ଟ ଭିତରେ କଂକ୍ରିଟ୍‌ କୋଠା ବଦଳରେ ସବୁଜ ଗଛବୃକ୍ଷ ରହିଛି, ଯାହା ବିମାନବନ୍ଦରର ସୌନ୍ଦର୍ଯ୍ୟକୁ ଅଧିକ ବଢ଼ାଇ ଦେଉଛି।

ମ୍ୟାକ୍‌ କାରାନ୍‌ ଅନ୍ତର୍ଜାତୀୟ ବିମାନବନ୍ଦର:

ଲସ୍‌ ଭେଗାସ୍‌ସ୍ଥିତ ମ୍ୟାକ୍‌ କାରାନ୍‌ ଅନ୍ତର୍ଜାତୀୟ ବିମାନବନ୍ଦର ଏହାର କଳାକୃତି ଓ ସ୍ଥାପତ୍ୟ ପାଇଁ ଜଣାଶୁଣା। ଖାଲି ସମୟରେ ଯାତ୍ରୀମାନେ ଏଠାରେ ମନୋରଞ୍ଜନ ନିମନ୍ତେ ବିଭିନ୍ନ ଖେଳ ଖେଳିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.