ସ୍ପେଶାଲ

ପୃଥିବୀର ପାଞ୍ଚୋଟି ଭୟଙ୍କର ଡ୍ୟାମ ଯାହା ଭାଙ୍ଗିଲେ କ୍ଷଣକରେ ସବୁକିଛି ହେଇଯିବ ଧ୍ୱଂସ, ଜାଣନ୍ତୁ କେଉଁଠି ଅଛି ଏହି ସବୁ ଡ୍ୟାମ

ମଣିଷ ବଞ୍ଚିବା ପାଇଁ ପାଣି ନିହାତି ଆବଶ୍ୟକ ଏକଥା ସମସ୍ତେ ଜାଣନ୍ତି, ଏଥିପାଇଁ କୁହାଯାଏ ଜଳ ହିଁ ଜୀବନ।  ହେଲେ ସମୟ ଆସିଲେ ଜୀବନ ଦେଉଥିବା ଏହି ଜଳ ପ୍ରଳୟ କରିଦିଏ । ନିଜ ସାମ୍ନାରେ ଯାହା ଆସେ ତାକୁ ଭସାଇ ନିଏ ନିଜ ସହ । ଏସବୁ ଜାଣିବା ପରେ ବି ଆମକୁ ବହୁ ମାତ୍ରାରେ ଜଳ ସଂରକ୍ଷଣ କରି ରଖିବାକୁ ପଡିଥାଏ। ସେଥିପାଇଁ ଆମକୁ ବିଶାଳକାୟ ଡ୍ୟାମ ନିର୍ମାଣ କରିବାକୁ ପଡିଥାଏ । କାରଣ ଜଳକୁ ସଂରକ୍ଷଣ କରି ରଖିବାର ଏହା ଏକମାତ୍ର ଉପାୟ ଅଟେ । ଏହି ଜଣ ଦ୍ୱାରା ବିଜୁଳି ଉତ୍ପନ୍ନ ଠୁଁ ନେଇ କୃଷି କାର୍ଯ୍ୟ ସବୁକିଛି ସମ୍ଭବ ହୋଇପାରିଛି । ଏହି ଡ୍ୟାମ ଆମକୁ ଯେତିକି ଉତ୍ପନ୍ନରେ ସହାୟକ ହେଉଛି ଏହା ସେତିକି ଘାତକ ସାବ୍ୟସ୍ତ ହୋଇଛି । ଥରେ ଭାବି ଦେଖନ୍ତୁ ବିଶାଳକାୟ ଡ୍ୟାମ ଯଦି ଥରେ ଭାଙ୍ଗିଲା ଆଉ ଯଦି ଏହି ଡ୍ୟାମ ଠିକରେ ନିର୍ମାଣ କରାଯାଇ ନାହିଁ ତେବେ କିଛି କ୍ଷଣ ରେ ଏହି ଡ୍ୟାମ ସମ୍ପୁର୍ଣ୍ଣ ସହରକୁ ମାଟିରେ ମିସାଇଦେଵ । ଇଞ୍ଜିନିୟରସ କେତେବି ସାବଧାନତା ଅବଲମ୍ବନ କରନ୍ତୁ ମାତ୍ର ଛୋଟିଆ ଭୁଲ ସବିକିଛି ବର୍ବାଦ କରିଦେବ । ଆଜି ଆସନ୍ତୁ ଜାଣିବା ଦୁନିଆର କିଛି ସାଙ୍ଘାତିକ ଡ୍ୟାମ ବିଷୟରେ ଆଉ ଜାଣିବା ଏହା କିଭଳି କାମ କରେ ।

ଜିନପିଙ୍ଗ୍‌ ଓ୍ଵାନ୍‌ ଡ୍ୟାମ୍‌

ଚାଇନାରେ 87 ହଜାର ବଡ଼ ବଡ଼ ଡ୍ୟାମ ରହିଛି।  କୌଣସି ଦେଶରେ ଏତେ ସଂଖ୍ୟକ ଡ୍ୟାମ ନାହିଁ । ଏସବୁ ଭିତରୁ ଗୋଟିଏ ହେଉଛି ଜିନପିଙ୍ଗ୍‌ ଓ୍ଵାନ୍‌ ଡ୍ୟାମ୍‌ । ଏହା ଦୁନିଆଁ ର ସବୁଠୁ ଉଚ୍ଚତମ ଡ୍ୟାମ ଅଟେ । 4 ବିଲୀୟନ ଡ଼ଲରସ ଖର୍ଚ୍ଚରେ ତିଆରି ଏହି ଡ୍ୟାମ   ଏକ ହଜାର 20 ଫୁଟର ଅଟେ । ଏହାକୁ ସାଉଥ ଇଷ୍ଟ ର ସବୁଠାରୁ  largest river ମେକଂ ଉପରେ ବନା ଯାଇଛି । ଏହା ଅନେକ ବଡ଼ ବଡ଼ ଦେଶ ଦେଇ ପ୍ରବାହିତ ।  ଏହି ଡ୍ୟାମର ଆକାର ଏତେ ବଡ଼ ଅଟେ କି ଏହା ଉପରେ 60 ମିଲିୟନ ଲୋକଙ୍କ ଜୀବନ ସମ୍ପୂର୍ଣ୍ଣ ନିର୍ଭର କରେ । ଚାଇନାର ଏକ ବହୁତ ବଡ଼ ଭାଗକୁ ଏହିଠାରୁ ବିଜୁଳି ଯାଏ । ହେଲେ ଜାଣିବାର କଥାଟି ହେଲା ଏହି ଡ୍ୟାମ ଖୁବ ଭୟଙ୍କର । ଏହା ମଜବୁତ କି ନାଇଁ ତାକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠେ । ବୈଜ୍ଞାନିକ ଙ୍କ କହିବା ହେଲା ଏହା ଏକ ବମ ଭଳି ଯାହା କୌଣସି ସମୟରେ ଫୁଟି ଯାଇ ପାରେ ।  ଆଉ ଯଦି ଭୁଲ ବଶତଃ ଏଭଳି ହେଇଯାଉଛି ଏହା କଣ କ୍ଷତି କରିବ ତାର ଅନୁମାନ କେହି ଲଗାଇ ପାରିବେ ନାହିଁ।

ମୋସୁଲ ଡ୍ୟାମ୍‌

ଭୟଙ୍କର ଡ୍ୟାମ ବିଷୟରେ ଯେତେବେଳେ ଆଲୋଚନା ହୁଏ ଇରାକ ର ଡ୍ୟାମ ବିଷୟରେ ଚର୍ଚ୍ଚା ନିଶ୍ଚୟ ହୁଏ।  ଏହକୁ ଦେଖିବା ମାତ୍ରେ ହିଁ ଆପଣଙ୍କ ଛାତି କଣ ହେଇଯିବ । ଲାଗିବ ଯେମିତି ମାତ୍ର କିଛି କ୍ଷଣ ରେ ବହୁତ ବଡ଼ ଦୁର୍ଘଟଣା ଘଟିବାକୁ ଯାଉଛି।  ଏହି ଡ୍ୟାମର ନିର୍ମାଣ 1986 ରେ  ସଦମ ହୁସେନ ସମୟରେ କରାଯାଇଥିଲା । ଏହାକୁ ଖାଲି ମାଟି ଉପରେ ହିଁ ନିର୍ମାଣ କରାଯାଇଛି । ଆପଣ ତ ଜାଣିଛନ୍ତି ମାଟି ପାଣି ର ସମ୍ପର୍କରେ ଆସିଲେ ହିଁ ମିଳେଇ ଯାଏ, ଏଠାରେ ଠିକ ଏଭଳି କିଛି ପ୍ରତି ସମୟରେ ଘଟେ । ସେଥିପାଇଁ ଏଠାରେ 24 ଘଣ୍ଟା ଅନବରତ ଏହାକୁ ସମ୍ଭାଳି ରଖିବା ପାଇଁ  କାମ ଚାଲୁ ରହିଥାଏ।  ଆଉଏକ ଡ୍ୟାମ ନିର୍ମାଣ ଚାଲିଛି ହେଲେ ତାର କାମ ଆଜିଯାଏଁ ସାରିପାରୁନି । ମାନେ ସଫା ଦେଖାଯାଉଛି ଯେଉଁଦିନ ଏହି ଡ୍ୟାମ ଭାଙ୍ଗିବ ଇଏ ନିଜ ସହ, କେଜାଣି କେତେ ଲକ୍ଷ କେତେ କୋଟି ଜୀବନ ନେଇଯିବ । ତାସହ ଏହି ଡ୍ୟାମ ଉପରେ ସବୁବେଳେ ISIS ଟେରୋରୀଷ୍ଟଙ୍କ ଆକ୍ରମଣ ଚାଲୁ ରହିଛି ।

ନ୍ୟୁରେକ ଡ୍ୟାମ

ତାଜିକିସ୍ଥାନରେ ଏହି ଡ୍ୟାମ ନିର୍ମାଣ କରାଯାଇଛି ଯାହା ଚାଇନା ର ଜିନପିଙ୍ଗ1 ଡ୍ୟାମ ପୂର୍ବରୁ ତିଆରି ହୋଇଥିବା ସବୁଠୁ ବଡ଼ ଡ୍ୟାମ ଥିଲା । ଜାଣିଛନ୍ତି ଏହା ଜିନପିଙ୍ଗ1 ଡ୍ୟାମ ଠାରୁ ମାତ୍ର 5 ମିଟର ଛୋଟ । ତଜିକିସ୍ଥାନ ର 70 ପ୍ରତିଶତ ଭାଗକୁ ଏହି ଡ୍ୟାମରୁ ବିଜୁଳି ଯାଏ । ହେଲେ ଆପଣଂକୁ ଏହା ଜାଣି ବହୁତ ଆଶ୍ଚର୍ଯ୍ୟ ଲାଗିବ କି ଏହି ଡ୍ୟାମ ଟିକୁ ଯେଉଁ ସ୍ଥାନ ରେ ନିର୍ମାଣ କରାଯାଇଛି ସେଠାରେ ସବୁବେଳେ ବଡ଼ ବଡ଼ ଭୂକମ୍ପ ଆସେ । ହେଲେ ସେଠିକାର ଇଞ୍ଜିନିୟର ମାନଙ୍କ କହିବା ହେଲା ଆମେ ଏହି ଡ୍ୟାମର ନିର୍ମାଣ ଏଭଳି କରିଛୁ କି ବଡ଼ ବଡ଼ ଭୂମିକମ୍ପ ଏହାର କିଛି ଅସୁବିଧା କରିପାରିବନି ।  ତେବେ ବୈଜ୍ଞାନିକ ଙ୍କ ଏହି ଦାବି ଉପରେ ହିଁ ବିଶ୍ୱାସ କରି ରହିବାକୁ ହେବ । ତାଛଡା ଆଉ କିଛି ଉପାୟ ନାହିଁ। ଆଉଜଦି ଏହି ଡ୍ୟାମ କେବେ ଭାଙ୍ଗିଲା ସେହି ସ୍ଥାନର ଚିହ୍ନ ବର୍ଣ୍ଣ ଲିଭିଜିବ ।

ଥ୍ରୀ ଗରଜିଓସ୍‌ ଡ୍ୟାମ

ବିଶ୍ୱ ର ସବୁଠୁ ବଡ଼ ଡ୍ୟାମ ଯାହା 2 ଦଶମିକ 23 କିଲୋମିଟର ଚୌଡା ଅଟେ । କୁହାଯାଏ ଏହି ଡ୍ୟାମ ନିର୍ମାଣ ପରେ ପୃଥିବୀର ଗତି ରେ ବି ପ୍ରଭାବ ପଡିଛି । ପୃଥିବୀର ରୋଟେସନ ଗତି ଏହି ଡ୍ୟାମ ନିର୍ମାଣ ପରେ କମି ଯାଇଛି । 2006 ରେ ଏହି ଡ୍ୟାମ ନିର୍ମାଣ ହୋଇ ସାରିବା ପରେ , ଏହାକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଛି। କୁହାଯାଉଛି କି ଏହାର ଆଖ ପାଖରେ ଜଳ ବାୟୁ ପରିବର୍ତ୍ତନ ହୋଇଛି, ଏହି ଡ୍ୟାମ ନିର୍ମାଣ ପରେ ଏଠାରେ ଲ୍ୟାଣ୍ଡ ସ୍ଲାଇଡ଼ ସହ ଭୂକମ୍ପ ମାତ୍ରା ବଢି ଚାଲିଛି । ଲୋକଙ୍କ କହିବା ହେଲା 2008 ରେ ଚାଇନା ରେ ଏକ ଭୟାବହ ଭୁକମ୍ପ ଆସିଥିଲା ଯେଉଁଥିରେ 87 ହଜାର ଲୋକଙ୍କ ଜୀବନ ଚାଲିଗଲା। ତାର ପଛର କାରଣ ଏହି ଡ୍ୟାମ ହିଁ ଅଟେ। ହେଲେ ଚାଇନା ସରକାର ଏହି କଥାକୁ ଗ୍ରହଣ କରିନଥିଲେ । ତାପରେ ଏହି ଡ୍ୟାମ ଅନେକ ସମୟରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ଦେଖିବାକୁ ମିଳୁଛି । ହେଲେ ହଁ ବିଜୁଳି ନିର୍ମାଣ ପାଇଁ ଏହି ସହାୟକ ହୋଇ ପାରିଛି । ପୂର୍ବରୁ କୋଇଲା ରୁ ବିଜୁଳି ତିଆରି ହେଉଥିଲା ଯାହା ପରିଦେଶକୁ ପ୍ରଦ୍ୟୁସିତ କରିଦେଉଥିଲା । ଏହି ଡ୍ୟାମ ହେବା ଫଳରେ ଚାଇନା ଇଲେକ୍ରି ଉତ୍ପାଦନ ର କ୍ଷମତା ବଢ଼ାଇ ପାରିଛି।

ହାଇଡ୍ରୋ ଇକେଲକଟ୍ରିକ ଡ୍ୟାମ

ଏପର୍ଯ୍ୟନ୍ତ ଆପଣ ଆମର ଏହି ଭିଡ଼ିଓରେ ଦେଖିଲେ ଡ୍ୟାମ କିଭଳି ଅବସ୍ଥାରେ ରହିଛି । ଯଦି ଡ୍ୟାମ ଭଙ୍ଗେ କଣ ହେବ । ଇତିହାସରେ ଅନେକ ଏଭଳି ଅନେକ ନଜିର ରହିଛି । ଯେବେ ଡ୍ୟାମ ଭାଙ୍ଗି ଜୀବନ ଯାଇଛି ସହର ବୋହିଛି। ଏଭଳି ଏକ ଦୁର୍ଘଟଣା ହୋଇଥିଲା, ଇଟାଲୀର ଏହି ହାଇଦ୍ରୋ ଇଲେକ୍ଟ୍ରି ପାୱାର ଡ୍ୟାମରେ । ଏଥିରେ ବହୁ ଲୋକଙ୍କ ଜୀବନ ବି ଚାଲିଗଲା । ସେଠାରେ ସ୍ଥାନୀୟ ଲୋକ ଏହି ଡ୍ୟାମକୁ ବାରଣ କରିବା ସତ୍ତ୍ୱେ ବି ଦୁର୍ଘଟଣାକୁ ବେଖାତିର କରି ଏହି ଡ୍ୟାମର ନିର୍ମାଣ କରିଦିଆଗଲା। ଆରମ୍ଭରୁ ସବୁକିଛି ଠିକ ଚାଲିଲା  ହେଲେ କିଛି ଦିନ ବ୍ୟବଧାନରେ ପାଖରେ ଥିବା ଏକ ବଡ଼ ଚଟାଣ ଖସି ଡ୍ୟାମର ପଡିବା ଆରମ୍ଭ କଲା ଏହା କାରଣରୁ ପାଣି ଉପରକୁ ଉଠିବାକୁ ଲାଗିଲା।

ଶେଷରେ ଦିନେ ସେୟା ଘଟିଲା ଯାହାକୁ ନେଇ ସମସ୍ତେ ଆଶଙ୍କାରେ ଥିଲେ। ପାହାଡ଼ର ଏକ ବଡ଼ ଭାଗ ଭାଙ୍ଗି ଡ୍ୟାମରେ ପଡିଗଲା ତା ପରେ ଏକ ବଡ଼ ସୁନାମି ଆସିଲା ଓ ଆଖ ପାଖ ଗାଁ ସହ ଏହି ଡ୍ୟାମକୁ ସମ୍ପୂର୍ଣ୍ଣ ଭସାଇ ଦେଲା । ସେଠାରେ ଥିବା ସମସ୍ତ ଗାଁ ଲୋକ ସେହି ସୁନାମୀ ରେ ମୃତ୍ୟୁ ବରଣ କରିଲେ । ନଦୀର ପାଣିକୁ ଅଟକାଇ, ମଣିଷଙ୍କ ଆବଶ୍ୟକତା ପୁରଣ କରାଯାଉଛି, ହେଲେ ଶେଷରେ ଏହି ଡ୍ୟାମ କେତେ  ଉଗ୍ର ରୂପ ନେଉଛି ତାର କୌଣସି ମାପ ନାହିଁ । ଅବଶ୍ୟ ଏହି ଡ୍ୟାମ ବିନା ମଣିଷ ଚଳିବା ମୁସ୍କିଲ । ଟେକ୍ନୋଲୋଜି ଯେତିକି ବଢୁଛି ଆବଶ୍ୟକତା ସେତିକି ବଢୁଛି । ଏବେ କେବଳ ସାବଧାନ ଓ ସତର୍କ ହୋଇ ନୂତନ ନିର୍ମାଣ କରାଗଲେ ଭବିଷ୍ୟତ ରେ କୌଣସି ଦୁର୍ଘଟଣା ହେବନାହିଁ ବୋଲି ଆମେ କେବଳ ଆଶା କରିପାରିବା।

Pritiparna

Recent Posts

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

3 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

4 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

48 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

51 mins ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

1 hour ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

1 hour ago