ମାର୍କେଟକୁ ଆସିଗଲା ଉଡ଼ନ୍ତା CAR ! ରାସ୍ତାରେ ଚାଲୁ ଚାଲୁ ଉଡ଼ିବ ଆକାଶରେ …

ପେଟ୍ରୋଲ, ଡିଜେଲ ସିଏନଜି ଏବଂ ଇଲେକ୍ଟ୍ରିକ୍ କାର୍ ପରେ ଏବେ ମାର୍କେଟରେ ଉଡ଼ନ୍ତା କାର୍ ଆସିବାରେ ଲାଗିଛି । ଏପର୍ଯ୍ୟନ୍ତ ଆପଣ ଏଭଳି କାର୍ କଥା ଶୁଣିଥିବେ କିମ୍ବା କୌଣସି ଫିଲ୍ମ କିମ୍ବା କାର୍ଟୁନରେ ଦେଖିଥିବେ । କିନ୍ତୁ ଏବେ ଏହା ବାସ୍ତବରେ ହେବାକୁ ଯାଉଛି । କିନ୍ତୁ ଏବେ ଏହା ଏବେ ସତ ହେବାକୁ ଯାଉଛି। ଆପଣ ନିଜ ପାଇଁ ଉଡ଼ନ୍ତା କାର୍‌ କିଣି ପାରିବେ। ଉଡ଼ନ୍ତା କାର୍‌ର ଅର୍ଥ ଏହା ଏମିତି ଗାଡ଼ି , ଯାହାକୁ ଆପଣ ରୋଡ୍‌ରେ ଚଲାଇ ପାରିବେ ଏବଂ ଆକାଶରେ ବି ଉଡ଼ାଇ ପାରିବେ।

ଆମେରିକା ବଜାରରେ Switchblade ର ପ୍ରଥମ ଫ୍ଲାଇଂ କାର୍ ଆସିଛି, ଯାହାକୁ ସାଧାରଣ ଲୋକେ କିଣିପାରିବେ । ଏହି କାରକୁ ପ୍ରାୟ ୨ ହଜାର ଲୋକ ବୁକ୍ ମଧ୍ୟ କରିଛନ୍ତି । ଏହି କାରକୁ ତିଆରି କରିବା ପାଇଁ ସାମସନ ସ୍କାଏ(Samson Sky )କୁ ୧୪ ବର୍ଷ ଲାଗିଛି । ଏତେ ବର୍ଷ ମଧ୍ୟରେ ଡିଜାଇନ, ଆର ଆଣ୍ଡ୍ ଡି (R&D) ଏବଂ ଫଣ୍ଡ ରେଜିଙ୍ଗ୍ (Fund Raising) ଉପରେ କାମ କରିବା ପରେ ସାମସନ ସ୍କାଏର ପ୍ରଥମ ଫ୍ଲାଇଂ କାର ହାଇ ସ୍ପିଡ୍ ଟାକ୍ସି ଟେଷ୍ଟିଂ ପୂରା କରିଛି । ଏହି କାର୍ 87Mph ସ୍ପିଡରେ ଉଡ଼ିପାରିବ, ଏହା ସହ କାରର ବ୍ରେକ୍ ଟେଷ୍ଟିଂ ମଧ୍ୟ ହୋଇଛି । ଏଥିରେ ପାଇଲଟ୍ ସିଟ୍ ଏବଂ ଜଣେ ପାସେଞ୍ଜର ସିଟ୍ ରହିଛି ।

ଆପଣ ଏହାକୁ ଏକ କାର୍‌ ଓ ଏକ ପ୍ଲେନ୍‌ ଉଭୟ ବି କହିପାରିବେ । ଆମେରିକୀୟ ବଜାରରେ ଏହି ଗାଡ଼ିକୁ ୩ ଚକିଆ ମୋଟରସାଇକେଲ ଲିଷ୍ଟରେ ରଖାଯାଇଛି । ଏହି କାର୍‌ରେ ଆପଣଙ୍କୁ ଜଣେ ପାଇଲଟ ଓ ଜଣେ ପାସେଞ୍ଜରର ସ୍ଥାନ ମିଳିବ । ଆପଣ ଏହାକୁ ରୋଡ୍‌ରେ ଚଲାଇ ପାରିବେ । ଏହାସହ ଆକାଶରେ ବି ଉଡ଼ାଇ ପାରିବେ ।

ଏହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିଛି ଏହା କିପରି ଉଡ଼ିବ ଏବଂ ଏହାର ପାର୍କିଂ କେଉଁଠି ହେବ । ତେବେ କମ୍ପାନୀ ତରଫରୁ କୁହାଯାଇଛି ଏହାକୁ କେଉଁଠି ପାର୍କ କରିହେବ । ଏହା ସହ ଏହାକୁ ଚଳାଇବା ପାଇଁ କାର୍ ଏବଂ ଆଭିଏସନ ଲାଇସେନ୍ସ ଦରକାର ହେବ । ଦାମ୍ କହିଲେ ଏହାର ମୂଲ୍ୟ ୧.୭ ଲକ୍ଷ ଡଲାର ବା ୧.୩୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ । ଅଧିକାଂଶ ଲୋକଙ୍କର ମନରେ ପ୍ରଶ୍ନ ଉଠୁଛି ଏହି କାର୍ ଚଲାଇବା ପାଇଁ ଲାଇସେନ୍ସ ରହିବ କି ନାହିଁ । କିନ୍ତୁ ଏହାକୁ ଚଳାଇବା ପାଇଁ ଆପଣଙ୍କୁ ଉଭୟ କାର ଏବଂ ବିମାନ ଲାଇସେନ୍ସ ଆବଶ୍ୟକ ହେବ । କମ୍ପାନୀ କହିଛି ଯେ ଏହାର କାର ବୁକ୍ କରିଥିବା ଲୋକଙ୍କ ମଧ୍ୟରୁ ୨୦ ପ୍ରତିଶତ ଲୋକ ପାଇଲଟ୍ ନୁହଁନ୍ତି।

 

Leave A Reply

Your email address will not be published.