ଭାରତୀୟ ଆକାଶରେ ଉଡନ୍ତା ମଣିଷ, ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ !

ଏବେ ସୋସିଆଲ ମିଡିଆରେ ଏକ ମେସେଜ୍‌ ଭାଇରାଲ ହେଉଉଛି। ଏଥିରେ ଜଣେ ଯୁବକଙ୍କୁ ଆକାଶରେ ଉଡୁଥିବାର ଦେଖିବାକୁ ମିଳୁଛି। ବର୍ତ୍ତମାନ ଆବଣ ଭାବୁଥିବେ ଆକାଶରେ ଉଡିଲେ ତ କଣ ବଡ କଥା ହେଇଗଲା ଆକାଶଛତା ସାହାଯ୍ୟରେ କିମ୍ବା ଅନ୍ୟ କୌଣସି ଉପାୟରେ ମଧ୍ୟ ଉଡିପାରନ୍ତି। କିନ୍ତୁ ଆମେ ଏଠି ଏମିତି ଜଣେ ଯୁବକଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ବିନା ସପୋର୍ଟରେ ଆରାମରେ ୧୬୦ ଫୁଟ ଉଚ୍ଚରେ ଆକାଶରେ ଉଡି ଦେଖାଇଛନ୍ତି। ଏହାଦେଖି ବୈଜ୍ଞାନିକ ମାନେ ମଧ୍ୟ ଦ୍ୱନ୍ଦରେ ପଡିଯାଇଛନ୍ତି।

ଆମେ ଆପଣଙ୍କୁ କହିରଖିବାକୁ ଚାହୁଁଛୁ ଯୁବକ ଜଣକ ଯୋଗ ସାହାଯ୍ୟରେ ବହୁତ ଉଚ୍ଚରେ ଉଡିବାର ପାରଦର୍ଶିତା ଦେଖାଇଛନ୍ତି। ପୂର୍ବରୁ ଆମେ ପୁସ୍ତକରେ ପଢ଼ିଥିଲେ ଯୋଗ ବଳରେ ସ୍ୱାମୀ ରମକ୍ରୁଷ୍ଣ ପରମଂହସ ନଦୀ ଜଳର ସ୍ରୋତ ଉପରେ ଚାଲି ନଦୀ ପାର କରିଥିଲେ।

magicianଯୋଗକ୍ରିୟା ବଳରେ ଶରୀରର ସମ୍ପୂର୍ଣ୍ଣ ଭାରକୁ ଉପରୁ ଅଟକାଇ ଦେଉଥିଲେ ଏବଂ ଜଳସ୍ତରରେ ଶରୀରର କୌଣସି ଭାରର ପ୍ରଭାବ ପଡୁନଥିଲା। ଏହି ଯୋଗକ୍ରିୟାକୁ ଦେଖି ଇଂରେଜମାନେ ମଧ୍ୟ ମାଟି କାମୁଡି ଦେଇଥିଲେ। ଆଜି କିଛି ଏମିତି ପ୍ରକାରର ଅଦ୍ଭୁତ ଘଟଣା ତାମିଲନାଡୁର କୋୟମ୍ବଟୁରରେ ଘଟିଛି, ଯାହାକୁ ଶହ ଶହ ଲୋକ ଭିଡିଓ ବନାଇଛନ୍ତି। ଏହି ଯୋଗକ୍ରିୟାର ରହସ୍ୟ ବିଷୟରେ ଜାଣିବା ପାଇଁ ବୈଜ୍ଞାନିକମାନେ ଏବେ ପର୍ଯ୍ୟନ୍ତ ମଧ୍ୟ ଅସମର୍ଥ ଅଛନ୍ତି।

ଏହାସହ ପଢନ୍ତୁ : ମହିଳା ନିଜ ପିଲା ଭଳି ହରିଣକୁ କରାଉଛନ୍ତି ସ୍ତନ୍ୟପାନ, ଫଟୋ ଦେଖି ଭାବବିହ୍ଵଳ ହେଉଛନ୍ତି ଲୋକେ

bighnes

ଗୁଗଲରେ ରିସର୍ଚ୍ଚ କରିବା ପରେ ଜଣାପଡିଲା ଯେ ଏହି ଅସମ୍ଭବକୁ ସମ୍ଭବ କରି ଦେଖାଉଥିବା ବ୍ୟକ୍ତିଙ୍କ ନାମ ବିଗ୍ନେଶ ପ୍ରଭୁ। ବିିଗ୍ନେସ କୋୟୁମ୍ବୁଟରରେ ରହିଥାଏ ଏବଂ ପେଶାରେ ଜାଦୁଗର ଅଟନ୍ତି। ବିଗ୍ନେସଙ୍କ ଅଫିସିଆଲ ୱେବସାଇଟରେ ଥିବା ସୂଚନା ମୁତାବକ ସେ ଜଣେ ଅନ୍ତରାଷ୍ଟ୍ରୀୟ ଜାଦୁଗର ଅଟନ୍ତି। ଗତ ୧୫ ବର୍ଷ ଧରି ସେ ଲୋକଙ୍କୁ ନିଜର ଜାଦୁ ଦେଖାଉଛନ୍ତି। ସେ ଏବେ ପର୍ଯ୍ୟନ୍ତ ଏକ ହଜାରରୁ ଅଧିକ ଶୋ କରିସାରିଲେଣି। ତାଙ୍କର ଫ୍ୟାନ ଫଲୋଇଂ ଲକ୍ଷ ଲକ୍ଷ ଅଟନ୍ତି। ସେ ୭ଟି ନ୍ୟାସନାଲ ଆଓ୍ଵାର୍ଡ ମଧ୍ୟ ଜିତିସାରିଛନ୍ତି।

vighness

ସେ ଏହା ମଧ୍ୟ କହିଛନ୍ତି ଯେ ଭାଇରାଲ ହେଉଥିବା ଭିଡିଓ ଅସଲି ଅଟେ ଏବଂ ସେ ଏକ ସପିଂ ମଲ ସାମ୍ନାରେ ଏହି ଷ୍ଟଣ୍ଟ କରିଦେଖାଇଛନ୍ତି। ସେ ସାଇଣ୍ଟିଫିକ ମାଇଣ୍ଡ କଣ୍ଟ୍ରୋଲ ଜରିଆରେ ଏହା କରିଦେଖାଇଛନ୍ତି। ଏହା କେବଳ ଲୋକଙ୍କ ମନୋରଞ୍ଜନ ପାଇଁ। ଏହିଭଳି ଷ୍ଟଣ୍ଟ ଲୋକଙ୍କୁ ପ୍ରତ୍ସୋହିତ କରିଥାଏ ଯେ ସେମାନେ କିଛି ବି ଅସମ୍ଭବକୁ ସମ୍ଭବ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.