ରାସ୍ତା ମଝିରେ ଡେଲିଭରୀ ବୟଙ୍କୁ ଚପଲ ଖୋଲି ପିଟିଲେ ଯୁବତୀ; ଗୋଇଠା ବି ମାରିବାକୁ ପଛାଇଲେନି…ଦେଖି ନିଅନ୍ତୁ କ’ଣ ରହିଛି ମାମଲା

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏଥିରେ ଜଣେ ଯୁବତୀ ଫୁଡ୍‌ ଡେଲିଭରୀ ବୟଙ୍କୁ ପିଟୁଥିବାର ଦେଖିବାକୁ ମିଳୁଛି। ଯୁବତୀ ରାସ୍ତା ମଝିରେ ଗୋଡ଼ରୁ ଚପଲ କାଢ଼ି ଡେଲିଭରୀ ବୟଙ୍କୁ ପୁଟୁଛନ୍ତି। ସୂଚନା ମୁତାବକ, ଏହି ଭିଡିଓ ମଧ୍ୟ ପ୍ରଦେଶର ଜବଲପୁରର। ସନ୍ଧ୍ୟା ସମୟରେ ଏହାକୁ ରେକର୍ଡ କରାଯାଇଛି। ଯଦିଓ ଯୁବତୀଙ୍କ ପରିଚୟ ଏ ପର୍ଯ୍ୟନ୍ତ ସାମ୍ନାକୁ ଆସିପାରି ନାହିଁ।

ଖବର ଅନୁସାରେ, ଯୁବତୀ ନିଜ ସ୍କୁଟିରେ ଯାଉଥିବା ସମୟରେ ଜଣେ ଡେଲିଭରୀ ବୟ ଭୁଲ୍‌ ପାର୍ଶ୍ୱରୁ ଆସି ତାଙ୍କୁ ଧକ୍କା ଦେଇଥିଲେ। ଧକ୍କା ପରେ ଯୁବତୀ ଜଣକ ରାସ୍ତା ଉପରେ ପଡ଼ି ଯାଇଥିଲେ। କିନ୍ତୁ ସେ ତୁରନ୍ତ ଉଠି ବାଇକ୍‌ ଚାଳକଙ୍କୁ ନିଜ ଚପଲରେ ପିଟିବାକୁ ଲାଗିଥିଲେ। ଯୁବତୀ ଅଭିଯୋଗ କରିଛନ୍ତି ଯେ ଡେଲିଭରୀ ବୟ ସ୍କୁଟିକୁ ଧକ୍କା ଦେବା ଫଳରେ ତାଙ୍କୁ ଗୁରୁତର ଆଘାତ ଲାଗିଛି। ଭିଡିଓରେ ଯୁବତୀ ଡେଲିଭରୀ ବୟଙ୍କୁ ଲଗାତାର ପିଟି ଚାଲିଥିବା ଦେଖିବାକୁ ମିଳୁଛି।

ଆଖପାଖରେ ଉପସ୍ଥିତ ଲୋକେ ଯୁବତୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କାହା କଥା ଶୁଣି ନ ଥିଲେ। ଯୁବତୀ ଚପଲ କାଢ଼ି ପିଟିବା ସହିତ ଡେଲିଭରୀ ବୟଙ୍କୁ ଗୋଇଠା ମାରୁଥିବାର ମଧ୍ୟ ଦେଖା ଯାଉଛନ୍ତି। ତେବେ ସ୍ଥାନୀୟ ଲୋକଙ୍କ କହିବା ହେଲା, ଘଟଣା ସମୟରେ ଯୁବତୀ ଫୋନରେ କଥା ହେଉଥିଲେ। ଏହି କାରଣରୁ ଧକ୍କା ହୋଇଥିଲା। ସେପଟେ ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ କହିଛି ଯେ ଏ ନେଇ କେହି କିଛି ଅଭିଯୋଗ କରି ନାହାନ୍ତି। ଯଦି କାହା ପକ୍ଷରୁ ଅଭିଯୋଗ ହୁଏ, ତା’ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.