ସୁପ୍‌ ପ୍ରବଳ ଗରମ ଥିବାର ଦେଖି ରାଗି ଗଲେ ଯୁବତୀ, ରେଷ୍ଟୁରାଣ୍ଟ ମ୍ୟାନେଜରଙ୍କ ମୁହଁକୁ ଫିଙ୍ଗି ଦେଲେ; ଲୋକେ କରୁଛନ୍ତି ଗିରଫ ଦାବି

ସୋସିଆଲ ମିଡିଆରେ ଏବେ ଆମେରିକାର ଟେକ୍ସାସ୍‌ରୁ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ସେଠାକାର ଏକ ମେକ୍ସିକାନ ରେଷ୍ଟୁରାଣ୍ଟରେ କଏଦ କରାଯାଇଛି। ସାଧାରଣତଃ ରେଷ୍ଟୁରାଣ୍ଟ ବାଲା ନିଜର ସର୍ଭିସେସ୍‌ ଉପରେ ଅଧିକ ଧ୍ୟାନ ଦେଇ ଥାଆନ୍ତି। ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥାଏ ଯେ ଗ୍ରାହକମାନଙ୍କୁ ଖୁସି ରଖିବା। ଯଦି ଆପଣ ଭଲ ରେଷ୍ଟୁରାଣ୍ଟ ଯିବେ, ତ ସେଠାରେ ଗ୍ରାହକମାନଙ୍କର ସୁବିଧା ପାଇଁ ବହୁତ କିଛି କରାଯାଇଥାଏ। କିନ୍ତୁ ଏହା ସତ୍ତ୍ୱେ ଯଦି କେହି ଗ୍ରାହକ ଏଥିରେ ସନ୍ତୁଷ୍ଟ ହେଉ ନାହାନ୍ତି, ତା’ ହେଲେ ତାଙ୍କୁ ଖାସ୍‌ ପ୍ରକାରର ଟ୍ରିଟ୍‌ କରି ଖୁସି କରାଯାଇଥାଏ। ହେଲେ ଅନେକ ବାର ରେଷ୍ଟୁରାଣ୍ଟ ବାଲାଙ୍କୁ ବହୁତ ରାଗି ଗ୍ରାହକମାନଙ୍କୁ ସାମ୍ନା କରିବାକୁ ପଡ଼ିଥାଏ। ଏହି ଗ୍ରାହକମାନେ ନିଜର ଅସନ୍ତୋଷ ରେଷ୍ଟୁରାଣ୍ଟର କର୍ମଚାରୀଙ୍କ ଉପରେ ପ୍ରକାଶ କରି ଥାଆନ୍ତି। ଏବେ ଭାଇରାଲ ହେଉଥିବା ଏହି ଭିଡିଓରେ ଏମିତି ହିଁ କିଛି ଦେଖିବାକୁ ମିଳିଛି।

ଭିଡିଓ ପ୍ରାରମ୍ଭରେ ଦେଖା ଯାଉଛି କି, ଜଣେ ଯୁବତୀ ରେଷ୍ଟୁରାଣ୍ଟ ମ୍ୟାନେଜରଙ୍କ ପାଖକୁ ଆସୁଛନ୍ତି। ଗ୍ରାହକଙ୍କ ହାତରେ ପ୍ୟାକ୍‌ ହୋଇଥିବା ସୁପ୍‌ର ଅର୍ଡର ଅଛି। ତେବେ ଗ୍ରାହକ ଜଣକ ଅଭିଯୋଗ କରିଥିଲେ କି, ସୁପ୍‌ ଏତେ ଗରମ ଥିଲା ଯେ ସୁପ୍‌କୁ କଭର କରିଥିବା ଢାଙ୍କୁଣୀ ମଧ୍ୟ ତରଳି ଯାଇଥିଲା। ଯୁବତୀ ରେଷ୍ଟୁରାଣ୍ଟର ମ୍ୟାନେଜର ଜେନେଲ ବ୍ରୋଲ୍ୟାଣ୍ଡଙ୍କ ପାଖରେ ଏହି ଅଭିଯୋଗ କରିଥିଲେ। ଏହି ସମୟରେ ସେ ମ୍ୟାନେଜରଙ୍କ ଉପରେ ଗରମ ସୁପ୍‌ ଫିଙ୍ଗି ଦେଇଥିଲେ।

ମ୍ୟାନେଜର ଜେନେଲ ବ୍ରୋଲ୍ୟାଣ୍ଡ ପରେ କହିଥିଲେ କି, କଷ୍ଟମର ଲଗାତାର ତାଙ୍କ ସହିତ ଯୁକ୍ତିତର୍କ କରିଥିଲେ। ସେ କଷ୍ଟମରଙ୍କୁ ଶାନ୍ତ ରଖିବାକୁ ଚେଷ୍ଟା କରିଥିଲେ। ଏପରି କି, ସେ ତାଙ୍କୁ ଅର୍ଡର ରିପ୍ଲେସ୍‌ କରିବାକୁ ଅଫର ମଧ୍ୟ ଦେଇଥିଲେ। କିନ୍ତୁ ଯୁବତୀ ଜଣକ କିଛି ବି ଶୁଣିବାକୁ ପ୍ରସ୍ତୁତ ନ ଥିଲେ। ଶେଷରେ ଯୁକ୍ତିତର୍କ ସହିତ ହିଁ ସେ ସୁପ୍‌କୁ ମ୍ୟାନେଜରଙ୍କ ଚେହେରା ଉପରେ ଫିଙ୍ଗି ଦେଇଥିଲେ। ଯଦିଓ ମ୍ୟାନେଜର ଜେନେଲ କହିଥିଲେ ଯେ ସେହି ସମୟ ଭିତରେ ସୁପ୍‌ ଥଣ୍ଡା ହୋଇ ଯାଇଥିଲା। ଏହି କାରଣରୁ ତାଙ୍କ ଚେହେରା ପୋଡ଼ି ଯାଇ ନ ଥିଲା। କିନ୍ତୁ ସୁପ୍‌ରେ ପଡ଼ିଥିବା ମସଲା ଯୋଗୁ ତାଙ୍କ ଆଖିରେ ଖୁବ୍‌ ଜ୍ୱଳନ ହୋଇଥିଲା।

ସେପଟେ ମ୍ୟାନେଜରଙ୍କ ଉପରେ ସୁପ୍‌ ଫିଙ୍ଗି ଯୁବତୀ ଜଣକ ସେଠାରୁ ଖସି ପଳାଇ ଥିଲେ। ଏବେ ସିସିଟିଭି ଫୁଟେଜ ଆଧାରରେ ତାଙ୍କୁ ଚିହ୍ନଟ କରାଯାଇଛି। କୁହାଯାଉଛି କି, ଯୁବତୀ ଜଣକ ସ୍ଥାନୀୟ ଏକ ହସ୍ପିଟାଲରେ ନର୍ସ ଭାବେ କାମ କରୁଛନ୍ତି। ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହେବା ପରେ ଲୋକେ ବିଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛି। ଅନେକ ଲୋକ ଯୁବତୀଙ୍କ କାରନାମାକୁ ନାପସନ୍ଦ କରିଛନ୍ତି। ତାଙ୍କୁ ଏମିତି କରିବାର ନ ଥିଲା ବୋଲି ଲୋକେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି। ଖୁବ୍‌ଶୀଘ୍ର ତାଙ୍କୁ ଗିରଫ କରିବାକୁ ଦାବି ମଧ୍ୟ କରିଛନ୍ତି।

video courtesy: Inside Edition