ଭୟଙ୍କର ଦୃଶ୍ୟ! ଫଣା ଟେକି ବସିଥିବା ବିଶାଳକାୟ ସାପକୁ କିସ୍‌ କଲେ ଯୁବତୀ, ଆପଣ ବି ଦେଖି ନିଅନ୍ତୁ Video

ପୃଥିବୀ ପୃଷ୍ଠରେ ଦେଖା ଯାଉଥିବା ଅତି ଭୟଙ୍କର ତଥା ବିଷାକ୍ତ ସରୀସୃପ ମଧ୍ୟରୁ ସାପ ଅନ୍ୟତମ। ସାପ ଆମ ଆଖପାଖରେ ଦେଖାଗଲେ, ଆମେ ଭୟରେ ଥରିଉଠୁ। ଲୋମମୂଳ ଟାଙ୍କୁରି ଉଠେ। ଛୋଟ ଛୁଆ କ’ଣ, ବଡ଼ ବଡ଼ ଲୋକ ବି ଭୟ କରି ଯାଆନ୍ତି। ସାପକୁ କୌଣସି ଭରସା ନ ଥାଏ। ଏହା କେତେବେଳେ କେଉଁ ପରିସ୍ଥିତିରେ ମଣିଷକୁ ଦଂଶିପାରେ। ବେଳେବେଳେ ସାପ ଧରାଳି ବି ସାପ କବଳରୁ ବର୍ତ୍ତି ପାରି ନ ଥାଆନ୍ତି। ଥରେ ସାପ ଦଂଶନ କଲେ, ଏଥିରୁ ବଞ୍ଚିବା ମଣିଷ ପାଇଁ କଷ୍ଟକର ହୋଇଯାଏ। ଏହା ସତ୍ତ୍ୱେ କିଛି ଲୋକ ସାପକୁ ଆଦୌ ଭୟ କରନ୍ତି ନାହିଁ।

ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ। ଏଥିରେ ଜଣେ ଯୁବତୀଙ୍କୁ ଦେଖିବାକୁ ମିଳୁଛି, ଯିଏ ସାପ ସହିତ ଅଜବ ହରକତ କରୁଛନ୍ତି। ଯୁବତୀ ଜଣକ ଫଣା ଟେକି ବସିଥିବା ଏକ ବିଶାଳକାୟ ସାପକୁ ନିଜ ଓଠରେ କିସ୍‌ କରୁଛନ୍ତି। ଭିଡିଓଟି ଦେଖିବାରେ ବହୁତ ଭୟାନକ ରହିଛି। ହେଲେ ଆଶ୍ଚର୍ଯ୍ୟକର କଥା, ଯୁବତୀ ଖୁବ୍‌ ଆରାମରେ ଏବଂ ବିନା ଭୟରେ ସାପକୁ କିସ୍‌ କରୁଥିବାର ନଜର ଆସୁଛନ୍ତି। ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆ ୟୁଜରମାନେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

ଭିଡିଓରେ ଆପଣ ଦେଖି ପାରିବେ ଯେ କଳା ରଙ୍ଗର ଏକ ବିଶାଳକାୟ ସାପ କୌଣସି ଏକ ଜଙ୍ଗଲରେ ଫଣା ଟେକି ବସିଛି। ଏହି ସମୟରେ ଯୁବତୀ ସାପ ନିକଟକୁ ଯାଉଛନ୍ତି ଏବଂ ପ୍ରଥମେ ନିଜ ହାତ ସାପକୁ ଦେଖାଉଛନ୍ତି। ଏହାପରେ ନିଜ ମୁହଁ ଆଗକୁ ନେଇ ସାପ ଫଣାକୁ ଚୁମ୍ବନ ଦେଉଛନ୍ତି। ସେ ଏମିତି ଥରେ ନୁହେଁ, ବରଂ ଦୁଇଥର କରୁଥିବାର ନଜର ଆସୁଛନ୍ତି।

ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଲା, ଯୁବତୀ ଜଣକ ଏଭଳି କରୁଥିଲେ ମଧ୍ୟ ସାପ କୌଣସି ପ୍ରତିକ୍ରିୟା ଦେଉନି। ଭିଡିଓକୁ rasal_viper ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରାଯାଇଛି, ଯାହାକୁ ଏ ପର୍ଯ୍ୟନ୍ତ ୬ ଲକ୍ଷରୁ ଅଧିକ ଭ୍ୟୁ ମିଳି ସାରିଲାଣି। ସେହିପରି ୧୫ ହଜାରରୁ ଅଧିକ ଲୋକ ଭିଡିଓକୁ ଲାଇକ୍‌ କରିଛନ୍ତି। ଏହା ଦେଖି ଲୋକେ ବିଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି।

 

View this post on Instagram

 

A post shared by Saurabh Jadhav 2110 (@rasal_viper)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.