ମୃତ୍ୟୁର ଏକଦମ୍‌ ନିକଟତର ଥିଲେ ମହିଳା, ହେ୍ଵଲ୍‌ ମାରିଲା ଧକ୍କା ଆଉ ତା’ ପରେ…; ଦେଖନ୍ତୁ Video

ଗଭୀର ନୀଳ ସମୁଦ୍ରରେ ପ୍ୟାଡଲବୋର୍ଡିଙ୍ଗ୍‌ କରୁଥିବା ବେଳେ ଜଣେ ମହିଳାଙ୍କ ପାଖକୁ ଚାଲି ଆସିଥିଲା ଏକ ବିଶାଳକାୟ ହେ୍ଵଲ୍‌। ଘଟଣାଟି କଏଦ ହୋଇଛି ଡ୍ରୋନ୍‌ କ୍ୟାମେରାରେ, ଯାହାର ଦୃଶ୍ୟ ବହୁତ ଭୟଙ୍କର ରହିଛି। ବିଶାଳ ହେ୍ଵଲ ପ୍ୟାଡଲବୋର୍ଡିଙ୍ଗ୍‌ରେ ଥିବା ଆର୍ଜେଣ୍ଟିନାର ଗୋଲ୍‌ଫୋ ନୁଏଭୋଙ୍କୁ କୟାକିଙ୍ଗ୍‌ କରୁଥିବା ସମୟରେ ନିଜ ପଙ୍ଖରେ ହାଲୁକା ଧକ୍କା ମାରିଥିଲା। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଯଦି ଏହି ସମୟରେ ହେ୍ଵଲକୁ କୌଣସି ବିପଦ ଅନୁଭବ ହୋଇଥାଆନ୍ତା, ତ ମହିଳାଙ୍କ ଜୀବନ ବି ଚାଲିଯାଇ ଥାଆନ୍ତା।

ଭିଡିଓରେ ଦେଖିବାକୁ ମିଳୁଛି କି, ଗୋଲ୍‌ଫୋ ବହୁତ ବୁଝିଶୁଝି ଏବଂ ସାବଧାନତାର ସହ ହେ୍ଵଲର ସାମ୍ନା କରିଥିଲେ। ନିଜ ଜୀବନକୁ ବିପଦରେ ରଖି ମଧ୍ୟ ପ୍ୟାଡଲବୋଟ୍‌ରେ ମହିଳା ଜଣକ ବସି ରହିଥିଲେ। ୫୪ ସେକେଣ୍ଡର ଏହି ଭିଡିଓରେ ହେ୍ଵଲ୍‌ ପ୍ୟାଡଲବୋର୍ଡିଙ୍ଗ୍‌ ତଳେ ଯାଉଥିବାର ଦେଖାଯାଉଛି। ଟ୍ଵିଟରରେ ଭିଡିଓଟି ଏତେ ଭାଇରାଲ ହେଉଛି ଯେ ଲୋକେ ଏହା ଉପରେ ବିଭିନ୍ନ କମେଣ୍ଟସ୍‌ ଦେବାରେ ଲାଗିଛନ୍ତି।

ଫଟୋଗ୍ରାଫର ମ୍ୟାକ୍ସି ଜୋନାସ୍‌ କ୍ଲିପ୍‌କୁ ସେୟାର କରି ଟ୍ଵିଟ୍‌ କରିଛନ୍ତି, ଯାହାକୁ ଏ ପର୍ଯ୍ୟନ୍ତ ୨ ମିଲିୟନରୁ ଅଧିକ ଥର ଦେଖାଯାଇ ସାରିଲାଣି। ମ୍ୟାକ୍ସି ଟ୍ଵିଟ୍‌ର କ୍ୟାପସନରେ ଲେଖିଛନ୍ତି, ‘ମୋତେ ଲାଗୁଛି କି, ଆଜି ମୁଁ ନିଜ ଜୀବନର ସବୁଠାରୁ ଭଲ ହେ୍ଵଲ୍‌ ଡ୍ରୋନ୍‌ ଭିଡିଓ ବନାଇଲି’। ଏକ ଲୋକାଲ ଓ୍ଵାଟର ସ୍ପୋର୍ଟସ୍‌ ଟୁରିଜମ୍‌ ଅପରେଟର ଓସ୍କାର କମ୍‌ସ କହିଛନ୍ତି, ଏହା ସେହି ଦୁର୍ଲ୍ଲଭ କ୍ଷଣ, ଯାହାର କଳ୍ପନା ସୁଦ୍ଧା କରାଯାଇ ପାରିବନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.