ଭାଇରାଲ ଭିଡିଓ: ATMରୁ ଟଙ୍କା ଉଠାଇବା ପାଇଁ ପହଞ୍ଚିଲେ ଯୁବତୀ, ପୁଣି କରିବାକୁ ଲାଗିଲେ ଏମିତି ହରକତ ଯେ ଆପଣ ବି ବିଶ୍ୱାସ କରିବେନି

ନୃତ୍ୟ ସହ ଜଡ଼ିତ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏବେ ଏମିତି ହିଁ ଏକ ଭିଡିଓ ଇଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳୁଛି କି, ଜଣେ ଝିଅ ଟଙ୍କା ଉଠାଇବା ପାଇଁ ଏଟିଏମ୍‌ ଆସିଛି। ଏଟିଏମ୍‌ରୁ ଟଙ୍କା ଆସିବା ଭିତରେ ସେ ସେଠାରେ ଛିଡ଼ା ହୋଇ ଜବରଦସ୍ତ ଡ୍ୟାନ୍ସ କରୁଛି। ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ‘ଘଣ୍ଟା’ ନାମକ ୟୁଜର ସେୟାର କରିଛନ୍ତି, ଯାହାକୁ ଏ ପର୍ଯ୍ୟନ୍ତ ପ୍ରାୟ ୧୨ ଲକ୍ଷ ଥର ଦେଖାଯାଇ ସାରିଲାଣି ଏବଂ ହଜାର ହଜାର ଲୋକ ଏହାକୁ ପସନ୍ଦ ମଧ୍ୟ କରିଛନ୍ତି।

ପାଖାପାଖି ୨୦ ସେକେଣ୍ଡର ଏହି ଭିଡିଓ ଅତ୍ୟନ୍ତ ମଜାଦାର ରହିଛି। ଏଟିଏମ୍‌ କାଉଣ୍ଟର ଭିତରେ ଝିଅଟି ଖୁବ୍‌ ମଜାର ସହିତ ନାଚୁଛି। ସବୁ ଆଡ଼କୁ ମୁହଁ କରି ଡ୍ୟାନ୍ସ ଷ୍ଟେପ୍‌ ପକାଉଛି। ଶେଷରେ ଦେଖାଯାଉଛି କି, ମେଶିନରୁ ନଗଦ ଟଙ୍କା ବାହାରିବା ପରେ ଝିଅଟି ମେଶିନକୁ ଅଭିବାଦନ ଜଣାଇ ବିଦାୟ ନେଉଛି। ଏହି ପୂରା ଘଟଣା ସେଠାରେ ଲଗାଯାଇଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଛି।

ଡ୍ୟାନ୍ସର ଏହି ମଜାଦାର ଭିଡିଓ ଉପରେ ୟୁଜରମାନେ ଖୁବ୍‌ କମେଣ୍ଟ କରିଛନ୍ତି। ଜଣେ ଲେଖିଛନ୍ତି, ‘କଠିନ ପରିଶ୍ରମ ପରେ ପୁରସ୍କାର ମିଳିଲେ ଜଣେ ଉତ୍ସବ ପାଳନ କରିବା ଉଚିତ୍’ | ସେହିପରି ଆଉଜଣେ ୟୁଜର କହିଛନ୍ତି, ‘ଆଜି ଏକ ପାର୍ଟି ହେବ’ | ଅନ୍ୟଜଣେ କହିଥିଲେ, ‘ଭାଇ, ଏହି ଫୁଟେଜ୍ କିଏ ରିଲିଜ୍ କରିବ’ |

 

View this post on Instagram

 

A post shared by memes | news | comedy (@ghantaa)

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.