ସ୍ପେଶାଲ

୬୨ ତମ ଜନ୍ମ ବାର୍ଷିକୀରେ ଜାଣନ୍ତୁ କଳ୍ପନା ଚାୱଲାଙ୍କ କାହାଣୀ, ଯିଏ ଥରେ ନୁହେଁ ବରଂ ଦୁଇଥର ମହାକାଶକୁ ଯାତ୍ରା କରିଥିଲେ

ଆପଣାମନେ ତ ଜାଣିଥିବେ ଯେ ଆମେ ଯେତେବେଳେ ଛୋଟ ଥଲେ, ସ୍କୁଲରେ ଆମମାନଙ୍କୁ ପଠା ପଢା ଯିବା ସମୟରେ କଳ୍ପନା ଚାୱଲାଙ୍କ ନାମ ଅନେକ ଥର କୁହାଯାଇଥିଲା । ସେହି ସମୟରେ ସ୍ପେସ୍ ବିଜ୍ଞାନ କ’ଣ ଏବଂ ଏହାର ଅବଦାନ କେତେ ବଡ଼ ତାହା ଜଣା ନଥିଲା । କିନ୍ତୁ ଯେତେବେଳେ ଆମେ ଛଟୋରୁ ଧୀରେ ଧୀରେ ବଡ଼ ହେଲେ ଆମେ ଜାଣିପାରିଲୁ ଯେ ସ୍ପେସ୍ ଟେକ୍ନୋଲୋଜି କେତେ ଆଶ୍ଚର୍ଯ୍ୟଜନକ ହୋଇଥାଏ । ତେବେ କଳ୍ପନା ଚାୱଲା ମଧ୍ୟ ଏହି ସ୍ପେସ୍ ଟେକ୍ନୋଲୋଜି ସହିତ ଜଡିତ ଥିଲେ । ଆଜି ହେଉଛି କଳ୍ପନା ଚାୱଲାଙ୍କ ୬୨ ତମ ଜନ୍ମ ବାର୍ଷିକୀ । କଳ୍ପନା ଜଣେ ପ୍ରଥମ ଭାରତୀୟ ମହିଳା, ଯିଏ ମହାକାଶକୁ ଯାଇ ଇତିହାସ ସୃଷ୍ଟି କରିଥିଲେ । କୁହାଯାଏ ଯେ କଳ୍ପନା ପିଲାଦିନରୁ ଆକାଶରେ ଉଡ଼ିବାର ସ୍ୱପ୍ନ ଦେଖିଥିଲେ । ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ତାଙ୍କର ପୂରା ଜୀବନକୁ ଉତ୍ସର୍ଗ କରିଥିଲେ । ତେବେ ଭାରତୀୟ ଏବଂ ଆମେରିକୀୟ ମହିଳା କଳ୍ପନା ଚାୱଲା, ଯିଏକି ହରିୟାଣାର, ତାଙ୍କ ଜୀବନରେ ଥରେ ନୁହେଁ ଦୁଇଥର ମହାକାଶକୁ ଯାତ୍ରା କରିଥିଲେ । ଏହା ସହ ଲୋକମାନଙ୍କୁ କ୍ୱଚିତ୍ ଏପରି ସୁଯୋଗ ମିଳିଥାଏ ।

କଳ୍ପନା ଚାୱଲା ମାର୍ଚ୍ଚ ୧୭, ୧୯୬୨ରେ ହରିୟାଣାର କର୍ଣ୍ଣଲରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମା’ଙ୍କ ନାମ ସଞ୍ଜୟୋତି ଚାବତା ଏବଂ ବାପାଙ୍କ ନାମ ବନାରସୀ ଲାଲ ଚାବତା । ତେବେ ବାପା ଓ ମା ପିଲାଦିନରୁ କଳ୍ପନାଙ୍କୁ ପାଠ ପଢାରେ ସ୍ମାର୍ଟ କରିଥିଲେ । ଏହା ସହ ସେ ସବୁବେଳେ କ୍ଲାସରେ ଫାଷ୍ଟ ମଧ୍ୟ ହେଉଥିଲେ । ତାଙ୍କ ମା’ ଓ ବାପା ଚାହୁଁଥିଲେ ଯେ ସେମାନଙ୍କ ଝିଅ ଶିକ୍ଷକ ହେଉ । କିନ୍ତୁ କିଏ ଜାଣିଥିଲା ଯେ ଦିନେ ସେମାନଙ୍କ ଝିଅ ହଜାର ହଜାର ମାଇଲ ଉପରୁ ଅର୍ଥାତ୍ ମହାକାଶରୁ ପୃଥିବୀକୁ ଦେଖିବ । ଏପରି ମଧ୍ୟ କଳ୍ପନା ନିଜ ପିଲାଦିନରୁ ମହାକାଶକୁ ଯିବେ ବୋଲି ସ୍ୱପ୍ନ ଦେଖିଥିଲେ ।

ଯେତେବେଳେ କଳ୍ପନା ନିଜ ପାଠ ପଢା ଶେଷ କଲେ, ସେତେବେଳେ ସେ ଅଧିକ ଅଧ୍ୟୟନ କରିବା ପାଇଁ ଆମେରିକା ଯାଇଥିଲେ । ଖବର ଅନୁଯାୟୀ, ୧୯୮୪ ମସିହାରେ ସେ ଆମେରିକାର ଏରୋସ୍ପେସ୍ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ଏହା ପରେ, ୧୯୮୮ ମସିହାରେ ସେ ପିଏଚଡି ଡିଗ୍ରୀ ମଧ୍ୟ ହାସଲ କରିଥିଲେ । ତେବେ ୧୯୮୮ ବର୍ଷରେ ଯେତେବେଳେ କଳ୍ପନା ନାସାରେ ବିଶ୍ୱର ପ୍ରଥମ ଏକ ନମ୍ବର ସ୍ପେସ୍ ଏଜେନ୍ସି ପାଇଁ କାମ କରିବା ଆରମ୍ଭ କରିଥିଲେ । ସେତେବେଳେ ତାଙ୍କର କଠିନ ପରିଶ୍ରମ ଯୋଗୁ ସେ ୧୯୯୪ ମସିହାରେ ମହାକାଶ ମିଶନ ପାଇଁ ମନୋନୀତ ହୋଇଥିଲେ । ଏହା ସହ ସେମାନଙ୍କୁ ମହାକାଶକୁ ଯାତ୍ରା କରିବା ପାଇଁ ପଠା ଯାଇଥିଲା ।

ଏସବୁ ମଧ୍ୟରେ ସବୁଠାରୁ ବିଶେଷ କଥା ହେଲା କଳ୍ପନା ଚାୱାଲ ହେଉଛନ୍ତି, ପ୍ରଥମ ଭାରତୀୟ ମହିଳା ଯିଏକି ଥରେ ନୁହେଁ ଦୁଇଥର ମହାକାଶକୁ ଯାତ୍ରା କରିଥିଲେ । ବହୁତ କମ୍ ଲୋକ ଏପରି ସୁଯୋଗ ପାଇଥାନ୍ତି । ତେବେ ୧୯୯୭ ମସିହାରେ, ସେ ପ୍ରଥମ ଥର ପାଇଁ ସ୍ପେସ୍ ଫ୍ଲାଇଟ୍ ପାଇଁ ମନୋନୀତ ହୋଇଥିଲେ । ତାଙ୍କର ପ୍ରଥମ ଫ୍ଲାଇଟ୍‌ଟି ନଭେମ୍ବର ୧୯ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଚାଲିଥିଲା । ଏହା ପରେ, ୨୦୦୩ ମସିହାରେ, ସେ ପୁନର୍ବାର ମହାକାଶକୁ ଯାତ୍ରା କରିଥିଲେ । ଏହି ସମୟ ମଧ୍ୟରେ ସେ କଲମ୍ବିଆ ସଟଲରେ ଦ୍ୱିତୀୟ ଥର ପାଇଁ ମହାକାଶକୁ ଯାଇଥିଲେ । ତେବେ ୧୬ ଦିନ ଧରି ଚାଲିଥିବା ଏହି ଅଭିଯାନ ଫେବୃଆରୀ ୧ରେ ଶେଷ ହୋଇଥିଲା । କିନ୍ତୁ ସେହି ସମୟରେ ଏକ ଦୁର୍ଘଟଣା ଘଟିଥିଲା । ବାସ୍ତବରେ, କଳ୍ପନା ମହାକାଶକୁ ଯାଇଥିବା ଫ୍ଲାଇଟ୍‌ଟି ପୃଥିବୀକୁ ଫେରିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି କାରଣରୁ କଳ୍ପନା ଚାୱଲାଙ୍କ ସମେତ ମୋଟ ୬ଜଣ ବୈଜ୍ଞାନିକଙ୍କ ମୃତ୍ୟୁ ହୋଇଥିଲା । ଏହା ବ୍ୟତୀତ କଳ୍ପନା ଚାୱଲାଙ୍କୁ ତାଙ୍କ ଅବଦାନ ପାଇଁ ଅନେକ ପୁରସ୍କାର ଏବଂ ସମ୍ମାନ ମିଳିଛି । ଏହା ସହ ଆଜି ତାଙ୍କ ୬୨ ତମ ଜନ୍ମ ବାର୍ଷିକୀରେ ପୂରା ଦେଶ ତାଙ୍କୁ ଓ ତାଙ୍କ ଅବଦାନଙ୍କୁ ମନେ ପକାଇଛି ।

 

D Sonali

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago